fbpx

Reserve Bankତରଫରୁ ୫୦୦ ଟଙ୍କିଆ ନୋଟକୁ ନେଇ ଆସିଲା ନିର୍ଦ୍ଦେଶ: ଆପଣଙ୍କ ପାଖରେ ଅଛିକି ଏମିତି ନୋଟ?

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ବିମୁଦ୍ରୀକରଣ ପରଠାରୁ ଭାରତୀୟ ନୋଟକୁ ନେଇ ବିଭିନ୍ନ ପ୍ରକାର ଖବର ସାମନାକୁ ଆସୁଛି । ଏବେ ୫୦୦ଟଙ୍କିଆ ନୋଟକୁ ନେଇ ଏକ ବଡ ଖବର ସାମନାକୁ ଆସିଛି । ଯଦି ଆପଣଙ୍କ ପାଖରେ ୫୦୦ ଟଙ୍କିଆ ନୋଟ ରହିଛଇ ତେବେ ଏହି ଖବର ଖାସ୍ ଆପଣଙ୍କ ପାଇଁ । ଭାରତୀୟ ରିଜର୍ଭ ବ୍ୟାଙ୍କ ତରଫରୁ ଏହି ନୋଟକୁ ନେଇ ନୂଆ ନିର୍ଦ୍ଦେଶ ଜାରି କରାଯାଇଛି । ଆସନ୍ତୁ ଜାଣିବା ଏହା ସମ୍ପର୍କରେ…

ଏବେ ବଜାରରେ ୨ ପ୍ରକାରର ନୋଟ ମହଜୁଦ ରହିଛି । ତେବେ ଉଭୟ ନୋଟରେ ବିଶେଷ କିଛି ଫରକ ଦେଖିବାକୁ ମିଳେ ନାହିଁ । ତେଣୁ ଏହାକୁ ଚିହ୍ନିବା ଏକ ପ୍ରକାର ମୁସ୍କିଲ ହୋଇଥାଏ । ତେବେ ଏମାନଙ୍କ ଭିତରୁ ଗୋଟିଏ ନୋଟକୁ ନକଲି ବୋଲି ମଧ୍ୟ କୁହାଯାଉଛି । ସୋସିଆଲ ମିଡିଆରେ ଏନେଇ ଏକ ଭିଡିଓ ମଧ୍ୟ ଖୁବ ଭାଇରାଲ ହେବାରେ ଲାଗିଛି । ତେବେ ଆପଣ କେମିତି ଜାଣିବେ ଅସଲିଏବଂ ନକଲି ୫୦୦ ଟଙ୍କିଆ ନୋଟ୍?

ଭିଡିଓରେ ଗୋଟିଏ ନୋଟକୁ ନକଲି ବୋଲି କୁହାଯାଉଥିବା ବେଳେ ପିଆଇବି ଏହି ଭିଡିଓର ଫ୍ୟକ୍ଟ ଚେକ କରିଛି । ଏହାପରେ ଭିଡିଓର ପ୍ରକୃତ ସତ୍ୟତା ସାମନାକୁ ଆସିଛି । ଯେଉଁ ନୋଟ୍ ରେ ସବୁଜ ରଙ୍ଗର ଦାଗ ଆରବିଆଇ ଗଭର୍ଣ୍ଣରଙ୍କ ଦସ୍ତଖତ ପାଖ ଦେଇ ଯାଇଥିବା କିମ୍ବା ମହାତ୍ମା ଗାନ୍ଧୀଙ୍କ ଚିତ୍ର ପାଖ ଦେଇ ଯାଇଥିବା କୌଣସି ନୋଟ୍ ନେବାକୁ ଭିଡିଓରେ ମନା କରାଯାଇଛି । ତେବେ ଫ୍ୟାକ୍ଟ ଚେକ ପରେ ଏହା ଜାଣିବାକୁ ମିଳିଛଇ ଯେ, ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓ ସମ୍ପୂର୍ଣ୍ଣ ମିଥ୍ୟା । ବଜାରରେ ମହଜୁଦ ଉଭୟ ନୋଟ୍ ପ୍ରଚଳିତ ହେଉଅଛି । ଆପଣଙ୍କ ପାଖରେ ଥିବା ଯେ କୌଣସି ୫୦୦ ଟଙ୍କିଆ ନୋଟ ବଜାରରେ ପ୍ରଚଳିତ ହୋଇପାରିବ ବୋଲି ରିଜର୍ଭ ବ୍ୟାଙ୍କ ତରଫରୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.