fbpx

BJPକୁ ବଡ଼ ଝଟକା: ଦଳରୁ ଏକସଙ୍ଗେ ଇସ୍ତଫା ଦେଲେ ୧୩ ଜଣ ନେତା

ନୂଆଦିଲ୍ଲୀ: ଆଗାମୀ ନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳମାନେ ଏବେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଚଳିତ ବର୍ଷ ଆଗକୁ ୬ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାର ଅଛି । ତେବେ ଏହା ପୂର୍ବରୁ ବିଜେପିକୁ ଲାଗିଛି ଏକ ବଡ଼ ଝଟକା । ୧୩ ଜଣ ବିଜେପି ନେତା ଦଳରୁ ଇସ୍ତଫା ଦେଇଛନ୍ତି । ତେବେ ଏହି ନେତାମାନେ ବିଜେପିର ହାତ ଛାଡ଼ି ଗଠବନ୍ଧନ ସହଯୋଗୀ ଅଖିଳ ଭାରତୀୟ ଆନ୍ନା ଦ୍ରାବିଡ଼ ମୁନେତ୍ର କାଝାଗମ (ଏଆଇଏଡିଏମକେ)ରେ ସାମିଲ ହୋଇଛନ୍ତି ।

ସୂଚନା ମୁତାବକ, ତାମିଲନାଡ଼ୁରେ ବିଜେପିକୁ ଏକ ଜବରଦସ୍ତ ଝଟକା ଲାଗିଛି । ୧୩ ଜଣ ନେତା ଦଳ ଛାଡ଼ିଛନ୍ତି । ଏହି ନେତାମାନେ ସମସ୍ତେ ପଶ୍ଚିମ ଚେନ୍ନାଇରେ ବିଜେପିର ଆଇଟି ଶାଖାରେ ଥିଲେ । ବିଜେପି ଆଇଟି ୱିଙ୍ଗର ଜିଲ୍ଲା ଅଧ୍ୟକ୍ଷ ଅନବରାସନ ପାର୍ଟି ଉପରେ ଗମ୍ଭୀର ଅଭିଯୋଗ ଆଣିଥିଲେ । ସେ କହିଥିଲେ, ବର୍ଷ ବର୍ଷ ଧରି ବିଜେପି ପାଇଁ ସେ କାର୍ଯ୍ୟ ଆସିଥିଲେ । ସେ କୌଣସି ପଦବୀ ପାଇଁ ଲାଳାୟିତ ନୁହନ୍ତି ବୋଲି ସମସ୍ତେ ଜାଣନ୍ତି । ମାତ୍ର କିଛିଦିନ ହେବ ପାର୍ଟିରେ ଦେଖାଦେଇଥିବା ଅସାମାନ୍ୟ ସ୍ଥିତି କାରଣରୁ ସେ ଇସ୍ତଫା ଦେଇଥିବା କହିଛନ୍ତି । ତେବେ ଅନବରାସନଙ୍କ ବୟାନ ଉପରେ ୧୦ଟି ଆଇଟି ୱିଙ୍ଗର ଜିଲ୍ଲା ସଚିବ ଓ ୨ଟି ଆଇଟି ୱିଙ୍ଗର ଜିଲ୍ଲା ଉପ ସଚିବମାନଙ୍କର ହସ୍ତାକ୍ଷର ରହିଛି ।

ତେବେ ବିଜେପି ପାଇଁ ଏହା ପ୍ରଥମ ଘଟଣା ନୁହେଁ । ଏହା ପୂର୍ବରୁ ଅନେକ ବିଧାୟକ ଦଳ ତ୍ୟାଗ କରି ଏଆଇଏଡିଏମକେରେ ସାମିଲ ହୋଇଥିଲେ । ଗତକାଲି ବିଜେପିର ବୌଦ୍ଧିକ ୱିଙ୍ଗର ରାଜ୍ୟ ସଚିବ କୃଷ୍ଣନ, ଆଇଟି ୱିଙ୍ଗର ରାଜ୍ୟ ସଚିବ ଦିଲୀପ କନ୍ନନ, ତ୍ରିଚୀ ଗ୍ରାମୀଣ ଜିଲ୍ଲା ଉପାଧ୍ୟକ୍ଷ ବିଜୟ ଓ ରାଜ୍ୟ ଓବିସି ୱିଙ୍ଗର ସଚିବ ଅମ୍ମୁ ଏଡପ୍ପାଦୀର ପଲାନୀସ୍ୱାମୀଙ୍କ ସହ ବୈଠକ ପରେ ଏଆଇଏଡିଏମକେରେ ସାମିଲ ହୋଇଛନ୍ତି ।

Get real time updates directly on you device, subscribe now.