fbpx
BSKY
BJD SHG SKY
BJD MC SKY

ପଞ୍ଚଭୂତରେ ବିଲୀନ ହେଲେ ସତୀଶ କୌଶିକ, ଶେଷ ଦର୍ଶନ ପାଇଁ ପହଞ୍ଚିଲେ ବଲିଉଡର ଅନେକ କଳାକାର

ମୁମ୍ବାଇ : ଚୀର ନିଦ୍ରାରେ ଶୋଇଗଲେ ହସ୍ୟ ଅଭିନେତା ସତୀଶ କୌଶିକ । ନା ଅଛି ଚିନ୍ତା ନା ଅଛି ଅସ୍ଥିରତା । ଗତକାଲି ଯେଉଁ ସାଙ୍ଗମାନଙ୍କ ସହ ହୋଲି ଖେଳିଥିଲେ, ଆଜି ସେମାନେ ଜୁଇରେ କାଠ ପକାଇବାକୁ ଆସିଛନ୍ତି । ଜୀବନର ଶେଷ ଦିନରେ ବି ସେ ଯେଉଁମାନଙ୍କୁ ହସାଇଥିଲେ ଆଜି ସେମାନଙ୍କ ଆଖିରେ ଲୁହ । ଖାଲି ସେମାନେ ନୁହଁନ୍ତି, ଝୁରୁଛି ବଲିଉଡ୍ , ଝୁରୁଛି ସାରାଦେଶ, ଝୁରୁଛି ୧୦ ବର୍ଷର ଝିଅ । ଏହାରି ଭିତରେ ପଞ୍ଚଭୂତରେ ବିଲୀନ ହୋଇଛି ତାଙ୍କର ପାର୍ଥିବ ଶରୀର । ଗୁରୁବାର ସଂଧ୍ୟାରେ ପୁତୁରା ନିଶାନ୍ତ ତାଙ୍କର ମୁଖାଗ୍ନି ଦେଇଛନ୍ତି ।

ଅଭିନେତା ସତୀଶ କୌଶିକ ୬୬ ବର୍ଷ ବୟସରେ ବିଦାୟ ନେଇ ଦୁନିଆ ଛାଡିଥିଲେ। କିନ୍ତୁ ତାଙ୍କ ପତ୍ନୀ ଏବଂ ତାଙ୍କର ଏକମାତ୍ର ୧୨ ବର୍ଷର ଝିଅ ତାଙ୍କ ପଛରେ କାନ୍ଦୁଥିଲେ। ୧୯୯୪ ରେ ସତୀଶ କୌଶିକ ଏକ ପୁତ୍ରର ପିତା ହୋଇଥିଲେ । ମାତ୍ର ୨ ବର୍ଷ ମଧ୍ୟରେ ସେହି ପୁଅ ଆରପାରିକି ଚାଲି ଯାଇଥିଲେ । ସତୀଶ କୌଶିକ ଏହି ଦୁର୍ଘଟଣାରେ ଗଭୀର ଭାବରେ ଚକିତ ହୋଇଗଲେ । ବହୁ ବର୍ଷ ପରେ, ସତୀଶ କୌଶିକ ସରୋଗେସି ମାଧ୍ୟମରେ ଏକ ଝିଅ ସନ୍ତାନର ପିତା ହୋଇଥିଲେ । ବଲିଉଡ ତାରକାମାନେ ଘରେ ପହଞ୍ଚିଥିଲେ।

 

View this post on Instagram

 

A post shared by Viral Bhayani (@viralbhayani)

ସତୀଶ କୌଶିକ ୪ ଦଶନ୍ଧିରୁ ଅଧିକ ସମୟ ଧରି ଇଣ୍ଡଷ୍ଟ୍ରିରେ ରହିଆସିଛନ୍ତି, ତେଣୁ ଏମିତି କେହି ନାହିଁ, ଯିଏ ତାଙ୍କୁ ଜାଣନ୍ତି ନାହିଁ ଏବଂ ତାଙ୍କ ଅଭିନୟର ପ୍ରଶଂସକ ନୁହଁନ୍ତି ଜ୍ଝ ସେଥିପାଇଁ ଏହି ଦୁଃଖଦ ଖବର ଶୁଣି ବଲିଉଡର ସେଲିବ୍ରେଟମାନେ ତାଙ୍କ ପରିବାରକୁ ସାନ୍ତ୍ୱନା ଦେବାକୁ ଧାଇଁ ଆସିଛନ୍ତି ।

ଅନୁପମ ଖେର ଏବଂ ସତୀଶ କୌଶିକ ବନ୍ଧୁତା ବିଷୟରେ କିଏ ବା ନ ଜାଣେ । ବର୍ତ୍ତମାନ ଯେତେବେଳେ ବନ୍ଧୁ ଚାଲିଗଲେ, ଅନୁପମ ଏକାକୀ ହୋଇଯିବା ପରି ଅନୁଭବ କରିଛନ୍ତି । ଅନୁପମ ରାତିରୁ ଆଜି ପର‌୍ୟ୍ୟନ୍ତ ତାଙ୍କ ଘରେ ରହି ଲୁହକୁ ହୃଦୟରେ ଚାପି ରଖିଛନ୍ତି । ଭିଡିଓରେ ମଧ୍ୟ ତାହା ଦେଖିବାକୁ ମିଳିଛି ।

Get real time updates directly on you device, subscribe now.