fbpx
BSKY
BJD YOUTH SKY
BJD MS SKY

ଋଣ ହ୍ରାସ କରିବା ପାଇଁ ଅମ୍ବୁଜା ସିମେଣ୍ଟର ଅଂଶଧନ ବିକ୍ରି କରିବେ ଗୌତମ ଆଦାନୀ: ରିପୋର୍ଟ

ମୁମ୍ବାଇ: ଋଣ ପରିଶୋଧ କରିବା ପାଇଁ ସିମେଣ୍ଟ କମ୍ପାନୀର ସେୟାର ବିକ୍ରି କରିବାକୁ ଯୋଜନା କରୁଛନ୍ତି ଆଦାନୀ ଗ୍ରୁପ୍‌ର ମୁଖିଆ ଗୌତମ ଆଦାନୀ। ଫାଇନାସିଆଲ ଟାଇମ୍ସ ରିପୋର୍ଟ ଅନୁଯାୟୀ କମ୍ପାନୀ ଏହାର ୪୫୦ ମିଲିୟନ ଡଲାର ମୂଲ୍ୟରେ ଅମ୍ବୁଜା ସିମେଣ୍ଟର ୪ରୁ ୫ ପ୍ରତିଶତ ଅଂଶଧନ ବିକ୍ରି କରିବାକୁ ନିଷ୍ପତି ନେଇଛି। ଯାହା ଦ୍ୱାରା କମ୍ପାନୀର ଋଣଭାର ହ୍ରାସ ପାଇବ।

ହିଣ୍ଡେନ୍‌ବର୍ଗ ରିସର୍ଚ୍ଚ ପ୍ରକାଶ ପାଇବା ପରେ ଆଦାନୀ ସମୁହର ସମ୍ପତ୍ତି ବିପୁଳ ପରିମାଣରେ ହ୍ରାସ ପାଇଛି। ଏବେ ଯଦି ଏପରି ହୁଏ ତେବେ ଆଦାନୀ ଗ୍ରୁପ୍ ଋଣ ପରିଶୋଧ ପାଇଁ ପ୍ରଥମ ଥର ସମ୍ପତ୍ତି ବିକ୍ରି କରିବ। କିଛି ଦିନ ପୁର୍ବରୁ ବ୍ଲୁମ୍‌ବର୍ଗ ରିପୋର୍ଟ କରିଥିଲା ଯେ, ଆଦାନୀ ଗ୍ରୁପ୍ ୫୦୦ ମିଲିୟନ ଡଲାର ଋଣ ପରିଶୋଧ କରିବ, ଯାହାର ସମୟ ମାର୍ଚ୍ଚ ୯ ତାରିଖରେ ଶେଷ ହେଉଛି।

କମ୍ପାନୀ ଏହି ଲୋନ୍‌କୁ ସେଟେଲମେଣ୍ଟ କରିବା ପାଇଁ ଗ୍ଲୋବାଲ୍ ଫାଇନସର ମାନଙ୍କୁ ଅନୁରୋଧ କରିଛି ଯେ, ୪ରୁ ୫ ପ୍ରତିଶତ ଅଂଶଧନ ଗ୍ରହଣ କରିବାକୁ। ବର୍ତ୍ତମାନ ଆଦାନୀ ସମୁହ ପାଖରେ ଅମ୍ବୁଜା ସିମେଣ୍ଟର ୬୩ ପ୍ରତିଶତ ଅଂଶଧନ ରହିଛି। ତେବେ ୪ରୁ ୫ ପ୍ରତିଶତ ସେୟାର କିଏ କିଣିବ ସେ ସୂଚନା ମିଳିନାହିଁ। ଏହି ପ୍ରସ୍ତାବ ଏପର୍ଯ୍ୟନ୍ତ ଫାଇନାଲ ହୋଇ ନଥିବା କୁହାଯାଉଛି।

ଏବେ ଅମ୍ବୁଜା ସିମେଣ୍ଟର ସେୟାର ମୂଲ୍ୟ ୩୮୪.୩ ଟଙ୍କା ରହିଛି। ତେଣୁ ୫ ପ୍ରତିଶତ ସେୟାର ବିକ୍ରି କଲେ ଆଦାନୀ ସମୁହକୁ ୪୬୫ ମିଲିୟନ ଡଲାର ଟଙ୍କା ମିଳିବ। ଆଦାନୀ ଏହାର ଋଣ ସ୍ତର ଚିନ୍ତାକୁ ସମାଧାନ କରି ଏହାର ଭଲ ରେକର୍ଡ ବଜାୟ ରଖିବାକୁ ଚାହିଁବ। ଏବଂ ଏହାର ଅପରେଟିଂ କମ୍ପାନୀଗୁଡିକର ସୁଧ ପେମେଣ୍ଟକୁ ସହଜରେ ପୂରଣ କରିବା ପାଇଁ ପର୍ଯ୍ୟାପ୍ତ ପରିମାଣର ନଗଦ ସୃଷ୍ଟି କରିବାର ଚେଷ୍ଟା କରିବ।

Get real time updates directly on you device, subscribe now.