fbpx

Oily Foods ଖାଇବା ପରେ ପିଅନ୍ତୁ ଏହି Drinks: ପେଟରେ ହେବନି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ପ୍ରାୟ ଲୋକ ଅଧିକାଂଶ ସମୟରେ ଅଏଲି ଫୁଡ ଖାଇବାକୁ ପସନ୍ଦ କରିଥାନ୍ତି । ବିବାହ ହେଉ କିମ୍ବା କୌଣସି ସମାରୋହ, ତେଲଯୁକ୍ତ ଖାଦ୍ୟ ଖାଇବା ପାଇଁ ବେଶୀ ଲୋକ ଭଲ ପାଆନ୍ତି । କିନ୍ତୁ ଏହା ଆମ ଶରୀର ପ୍ରତି କ୍ଷତିକାରକ ହୋଇପାରେ । ଏହି ଖାଦ୍ୟକୁ ଯେତେ କମ୍ ଖାଇବା ଶରୀର ସେତେ ସୁସ୍ଥ ରହିବ ବୋଲି ଡାକ୍ତର ପରାମର୍ଶ ଦେଇଥାନ୍ତି । ନଚେତ୍ ଶରୀରରେ ହାଇ କଲେଷ୍ଟ୍ରଲ, ଉଚ୍ଚ ରକ୍ତଚାପ, ଡାଇବେଟିସ, ହୃଦଘାତ ଆଦି ସମସ୍ୟା ଦେଖାଦେଇପାରେ । ଏହାବ୍ୟତୀତ କୋରୋନରୀ ଆର୍ଟରୀ ଡିଜିଜ ଏବଂ ଟ୍ରିପଲ ବେସଲ ଡିଜିଜ ଭଳି ବିପଦ ମଧ୍ୟ ରହିଥାଏ । ତେବେ ଏହି ପରିସ୍ଥିତିରେ ଆପଣଙ୍କ ପାଇଁ ଏକ ଡ୍ରିଙ୍କ ଖୁବ ସହାୟକ ହୋଇପାରେ ।

ଅଧିକ ଅଏଲୀ ଫୁଡ ଖାଇବା ଦ୍ୱାରା ବଦହଜମ ଭଳି କିଛି ସମସ୍ୟା ସୃଷ୍ଟି ହୋଇଥାଏ । ତେବେ ଏଥି ମଧ୍ୟରେ ଗ୍ୟାସ, ଏସିଡିଟି ଏବଂ କୋଷ୍ଠକାଠିନ୍ୟ ଆଦି ହେବା ସାଧାରଣ କଥା । ତେବେ ଏଥିରୁ ନିଜକୁ ରକ୍ଷା କରିବା ପାଇଁ ଚାହୁଁଥିଲେ ଏକ ଡ୍ରିଙ୍କ ଆପଣଙ୍କ ପାଇଁ ସହାୟକ ହେବ । ଅଏଲୀ ଫୁଡ ଖାଇବାର ତୁରନ୍ତ ପରେ ଆପଣ ଗରମ ପାଣି ପିଅନ୍ତୁ । ଏହାଦ୍ୱାରା ଆପଣଙ୍କ ଶରୀରକୁ ଚମତ୍କାର ଫାଇଦା ମିଳିପାରିବ । ଏହାସହିତ ଶରୀରର ହଜମ ପ୍ରକ୍ରିୟାରେ ମଧ୍ୟ ଗୋଳମାଳ ହେବ ନାହିଁ । ତେବେ କେବଳ ତେଲଯୁକ୍ତ ଖାଦ୍ୟ ଖାଇବା ପରେ ଗରମ ପାଣି ପିଇଲେ ଫାଇଦା ମିଳେ ତା ନୁହେଁ । କିଛି ମିଠା ଖାଇବା ପରେ ଗରମ ପାଣି ପିଇଲେ ମଧ୍ୟ ଏହା ଶରୀର ପାଇଁ ବେଶ୍ ଉପାର କରିଥାଏ । ଏହାଦ୍ୱାରା ଖାଦ୍ୟ ହଜମ ହେବାରେ କୁବ ସହାୟକ ହୋଇଥାଏ । ତେବେ ପିଇବା ବେଳେ ଏହାକୁ ସତର୍କତା ସହ ପିଅନ୍ତୁ ।

ଗରମ ପାଣି ପିଇବାର ଅନ୍ୟାନ୍ୟ ଫାଇଦା:

ପ୍ରତିଦିନ ଗରମ ପାଣି ପିଉଥିବା ବ୍ୟକ୍ତିଙ୍କ ଶରୀର ସୁନ୍ଦର ଭାବରେ ଡିଟକ୍ସ ହୋଇଯାଏ

ଗରମ ପାଣି ପିଇଲେ ଫ୍ୟାଟର ଶୀଘ୍ର ବ୍ରେକ ଡାଉନ ହୋଇଥାଏ

କମ୍ ସମୟରେ ଭୋକ ଲାଗିବାରେ ବ୍ରେକ ଲଗାଇପାରେ ଗରମ ପାଣି ସେବନ

ଗରମ ପାଣି ପିଇବା ଦ୍ୱାରା ବଢୁଥିବା ଓଜନ ମଧ୍ୟ କମ୍ ହୋଇପାରେ

ହଟ ୱାଟର ଥଣ୍ଡା-ଜ୍ୱର ଆଦି ସମୟରେ ଶରୀର ପାଇଁ ବେଶ ଉପକାରୀ ହୋଇଥାଏ ।

Get real time updates directly on you device, subscribe now.