fbpx

(Video) ଅନୁଭବ-ବର୍ଷାଙ୍କୁ ନେଇ ଆସିଲା ବଡ଼ ଖବର: ଚଳିତ ମାସରେ ୩୦ ହଜାର ଟଙ୍କା ଦେଲେନି କେନ୍ଦ୍ରାପଡ଼ା ସାଂସଦ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କେନ୍ଦ୍ରାପଡ଼ା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦ ବର୍ଷ ବର୍ଷ ଧରି କୋର୍ଟରେ ବିଚାରାଧୀନ ରହିଛି । ବିଭିନ୍ନ କୋର୍ଟରେ ଦୁହିଁଙ୍କ ପକ୍ଷରୁ ଏକାଧିକ ମାମଲା ଦାୟର ହୋଇଥିବା ବେଳେ ଉଭୟେ ଧାର୍ଯ୍ୟ ତାରିଖ ଅନୁଯାୟୀ କୋର୍ଟରେ ହାଜର ହେଉଛନ୍ତି । ତେବେ ଅନୁଭବଙ୍କ ପୈତୃକ ଘର ତାଙ୍କ ଧର୍ମପତ୍ନୀ ବର୍ଷା ଛାଡ଼ିବା ପାଇଁ ଅନୁଭବ ଗତବର୍ଷ କୋର୍ଟରେ ପିଟିସନ ଦାୟର କରିଥିଲେ ।

ଉକ୍ତ ପିଟିସନ ଆଧାରରେ ଏସଡିଜେଏମ୍ କୋର୍ଟ ବର୍ଷାଙ୍କୁ ଅନୁଭବଙ୍କ ଘର ଛାଡ଼ିବାକୁ ନିର୍ଦ୍ଦେଶ ଦେଇଥିଲେ । ଏଥିପାଇଁ ପ୍ରତିମାସର ୧୦ ତାରିଖ ପୂର୍ବରୁ ଅନୁଭବ ବର୍ଷାକୁ ୩୦ ହଜାର ଟଙ୍କା ପ୍ରଦାନ କରିବେ ବୋଲି କୋର୍ଟ କହିଥିଲେ । ତେବେ କୋର୍ଟଙ୍କ ନିର୍ଦ୍ଦେଶକୁ ମାନି ଅନୁଭବ ଗତବର୍ଷ ଜୁନ୍ ମାସରେ ବର୍ଷାଙ୍କ ଆକାଉଣ୍ଟରେ ୩୦ ହଜାର ଟଙ୍କା ଡିପୋଜିଟ୍ କରିଥିଲେ । ତେବେ ଏହା ମଧ୍ୟରେ ୮-୯ ମାସ ବିତିଯାଇଥିବା ବେଳେ ଏନେଇ ଆସିଛି ଏକ ବଡ଼ ଖବର ।

ତେବେ ସୂଚନା ମୁତାବକ, ଚଳିତ ମାସରେ ସାଂସଦ ତାଙ୍କ ଧର୍ମପତ୍ନୀଙ୍କୁ ପୂର୍ବରୁ ଧାର୍ଯ୍ୟ ହୋଇଥିବା ୩୦ ହଜାର ଟଙ୍କା ଦେଇ ନାହାନ୍ତି । ଯଦିଓ ଅନୁଭବ ତାରିଖ ଭୁଲି ନାହାନ୍ତି ତେବେ ପୂରା ୩୦ ହଜାର ଟଙ୍କା ଦେଇ ନାହାନ୍ତି । ଏକ ବିଶେଷ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଏଥର ଅନୁଭବ ବର୍ଷାଙ୍କୁ ୨୯,୮୯୯ ଟଙ୍କା ଦେଇଛନ୍ତି, ଯାହାକି ଧାର୍ଯ୍ୟ ଅର୍ଥଠାରୁ ମାତ୍ର ୧୦୧ ଟଙ୍କା କମ୍ । ଫେବୃଆରୀ ମାସ ପାଇଁ ମାର୍ଚ୍ଚ ୧୦ ତାରିଖରେ ଅନୁଭବ ଏହି ଅର୍ଥ ଦେଇଛନ୍ତି । ଗତ ଜାନୁଆରୀ ମାସର ଅର୍ଥ ବାବଦକୁ ଫେବୃଆରୀ ମାସରେ ଅନୁଭବ ୩୦,୧୦୧ ଟଙ୍କା ଦେଇଥିଲେ । ଏବେ ଅନୁଭବ ପୂର୍ବ ମାସର ୧୦୧ ଟଙ୍କାକୁ କାଟି ମାର୍ଚ୍ଚ ମାସରେ ୨୯,୮୯୯ ଟଙ୍କା ଦେଇଥିବା ଜଣାପଡ଼ିଛି ।

Get real time updates directly on you device, subscribe now.