fbpx

“ଟାୟାର ଫାଟିବା ଭଗବାନଙ୍କ କାର୍ଯ୍ୟ ନୁହେଁ, ମାନବ ଅବହେଳା…’ ଏହାର କ୍ଷତିପୂରଣ ବୀମା କମ୍ପାନୀ ଦେବ, ଦେଢ କୋଟି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ

ମୁମ୍ବାଇ : ବମ୍ବେ ହାଇକୋର୍ଟ ଏକ କାର ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରକୁ କ୍ଷତିପୂରଣ ବିରୋଧରେ ଏକ ବୀମା କମ୍ପାନୀର ଆବେଦନକୁ ଖାରଜ କରି କହିଛନ୍ତି ଯେ ଟାୟାର ଫାଟିଯିବା ଭଗବାନଙ୍କ କାର‌୍ୟ୍ୟ ନୁହେଁ ବରଂ ମାନବ ଅବହେଳା। କୋର୍ଟ କହିଛନ୍ତି ଯେ କାର ର ଟାୟାର ଫାଟିଯିବା ଭଗବାନଙ୍କ କାର‌୍ୟ୍ୟ ବୋଲି କୁହାଯାଇପାରିବ ନାହିଁ, ଏହା ମାନବ ଅବହେଳାର ବିଷୟ। ତେଣୁ ଏହାର କ୍ଷତିପୂରଣ ବୀମା କମ୍ପାନୀକୁ ଦେବାକୁ ପଡିବ । ଏକ ବୀମା କମ୍ପାନୀର ଆବେଦନକୁ ପ୍ରତ୍ୟାଖ୍ୟାନ କରି ବମ୍ବେ ହାଇକୋର୍ଟ ଏହି ମନ୍ତବ୍ୟ ଦେଇଛନ୍ତି।

ସୂଚନାଯୋଗ୍ୟ, ଫେବୃଆରୀ ୧୭ ତାରିଖର ଆଦେଶରେ ଜଷ୍ଟିସ୍ ଏସ.ଜି ଡିଜିଙ୍କ ଏକକ ବେଞ୍ଚ ନ୍ୟୁ ଇଣ୍ଡିଆ ଆସୁରାନ୍ସ କମ୍ପାନୀ ଲିମିଟେଡ୍ ଦ୍ୱାରା ମୋଟର ଦୁର୍ଘଟଣା ଦାବି ଟ୍ରିବ୍ୟୁନାଲର ୨୦୧୬ ରାୟ ବିରୋଧରେ ଦାଖଲ ହୋଇଥିବା ଏକ ଆବେଦନକୁ ଖାରଜ କରିଦିଆଯାଇଛି। ଏଥିରେ ପୀଡିତା ମାକ୍ରାନ୍ ପାଟୱାର୍ଡ଼ନଙ୍କ ପରିବାରକୁ ୧.୨୫ କୋଟି ଟଙ୍କା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ୨୦୧୦ ଅକ୍ଟୋବର ୨୫, ରେ ପାଟୱର୍ଡନ୍ (୩୮) ତାଙ୍କର ଦୁଇ ସହଯୋଗୀଙ୍କ ସହ ପୁଣେରୁ ମୁମ୍ବାଇ ଯାଉଥିଲେ।

ସେହି ସମୟରେ ପଛ ଚକ ଫାଟିଯିବା ପରେ କାରଟି ଏକ ଗଭୀର ଘାଟିରେ ଖସିପଡିଥିଲା । ଏହି ଦୁର୍ଘଟଣାରେ ମାକ୍ରାନ୍ ପାଟୱାର୍ଡ଼ଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଟ୍ରିବ୍ୟୁନାଲ ତାଙ୍କ ଆଦେଶରେ କହିଛନ୍ତି ଯେ ପୀଡିତା ତାଙ୍କ ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି। ବୀମା କମ୍ପାନୀ ଏହାର ଆବେଦନରେ କହିଛି ଯେ କ୍ଷତିପୂରଣର ପରିମାଣ ଅତ୍ୟଧିକ ଥିଲା।

Get real time updates directly on you device, subscribe now.