ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଅସମୟରେ ପ୍ରାଣ ହରାଇଥିବା ପୂର୍ବତନ ପ୍ରାଧ୍ୟାପକ ବିଜୟ କୁମାର ସାହୁଙ୍କ ଅକାଳ ବିୟୋଗରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ଆଳି ପକ୍ଷରୁ ଏକ ଶ୍ରଦ୍ଧାଞ୍ଜଳି ସଭାର ଆୟୋଜନ କରାଯାଇଥିଲା । ଏହି ଅବସରରେ ବହୁ ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା ବୁଦ୍ଧିଜୀବୀ ଓ ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ରହି ବିଜୟଙ୍କ ଆତ୍ମାର ସଦଗତି ନିମନ୍ତେ କାମନା କରିବା ସହିତ ଶୋକସନ୍ତପ୍ତ ପରିବାର ପାଇଁ ଗଭୀର ଶୋକ ବ୍ୟକ୍ତ କରିଥିଲେ ।
ଆଳି ମହାବିଦ୍ୟାଳୟରେ ବିଜ୍ଞାନ ବିଭାଗ ଆରମ୍ଭ କରିବାରେ ସ୍ୱର୍ଗତ ବିଜୟ ପ୍ରମୁଖ ଭୂମିକା କାରଣ କରିଥିଲେ । ସେ ସର୍ବଦା ଶିକ୍ଷାର ପ୍ରସାର ପାଇଁ ତତ୍ପର ଥିଲେ । ଗରିବ ମେଧାବୀ ବିଦ୍ୟାର୍ଥୀଙ୍କୁ ସେ ନିଃଶୁଳ୍କ ଶିକ୍ଷା ପ୍ରଦାନ କରିବା ସହିତ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ସେ ଜଣେ ଆଗଧାଡ଼ିର ସାରଥୀ ଥିଲେ । ରାଷ୍ଟ୍ର ଗଠନରେ ବ୍ରତୀ ବିଶ୍ୱର ସର୍ବବୃହତ ଛାତ୍ର ସଂଗଠନ ଏବିଭିପିର ପୂର୍ବତନ ନଗର ସଭାପତି ବିଜୟ ଛାତ୍ର ସମାଜ ପାଇଁ ସବୁବେଳେ ପ୍ରେରଣାର ଉତ୍ସ ହୋଇ ରହିବେ । ତେଣୁ ଏଭଳି ଜଣେ ମହାନ ବ୍ୟକ୍ତିଙ୍କ ସ୍ମୃତିରକ୍ଷା ଉଦ୍ଦେଶ୍ୟରେ ମହାବିଦ୍ୟାଳୟର ପରୀକ୍ଷାଗାର କିମ୍ବା ଶ୍ରେଣୀ ଗୃହକୁ ବିଜୟ ସାରଙ୍କ ନାମରେ ନାମିତ କରିବାକୁ ପ୍ରସ୍ତାବ ଦିଆଯାଇଛି ।
ଏହି ଶ୍ରଦ୍ଧାଞ୍ଜଳି ସଭାରେ ଆଳି ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଅର୍ଜୁନ ଚରଣ ବିଶ୍ଵାଳ, ଆଳି ମହାବିଦ୍ୟାଳୟ ରସାୟନ ବିଜ୍ଞାନ ବିଭାଗ ମୁଖ୍ୟ ତଥା ଏବିଭିପିର ପୂର୍ବତନ ନଗର ସଭାପତି ହରପ୍ରସାଦ ରଥ, ବରିଷ୍ଠ ଆଇନଜୀବୀ ଅଭିରାମ ବିଶ୍ଵାଳ, ଚଣ୍ଡିଆଗଡ଼ି ଉଚ୍ଚବିଦ୍ୟାଳୟ ପ୍ରଧାନଶିକ୍ଷକ ପ୍ରିୟରଞ୍ଜନ ଦାଶ, ବିଶିଷ୍ଟ ଶିକ୍ଷାବିତ ପିତାମ୍ବର ଦାସ, ସୁଶାନ୍ତ କୁମାର ନାୟକ, ବରିଷ୍ଠ ସାମ୍ବାଦିକ ପ୍ରମୋଦ କୁମାର ମଲ୍ଲିକ, ବନମାଳୀ ସେନାପତି, ସରୋଜ ଦ୍ୱିବେଦୀ, ସ୍ନେହଜିତ ପଲାଇ, ଭଗବାନ ନାୟକ, ଯୁବ ସାମ୍ବାଦିକ ପ୍ରଭୁକଲ୍ୟାଣ ସେନାପତି, ବିଭୁପ୍ରସାଦ ମହାନ୍ତି, ଆଳି ନାଗରିକ ମଞ୍ଚ ସଭାପତି ଧନେଶ୍ଵର ରାଉତ, ବିଜେପି ନେତା ବ୍ରଜ ସୁନ୍ଦର ଭୂୟାଁ, କୃଷ୍ଣଚନ୍ଦ୍ର ପଣ୍ଡା, ଭକ୍ତବନ୍ଧୁ ମିଶ୍ର, ଅଭିମନ୍ୟୁ ଗୋଚ୍ଛାୟତ, ଶିକ୍ଷାବିତ ଶିବରାମ ପାଣି, ଅଟଳ ବିହାରୀ ନନ୍ଦ, ସଞ୍ଜୟ କୁମାର ସାହୁ, ଅକ୍ଷୟ କୁମାର ପଣ୍ଡା, ସହଦେବ ସିଂ, ଆଇନଜୀବୀ ରଞ୍ଜନ କୁମାର ପାତ୍ର ପ୍ରମୁଖ ଉପସ୍ଥିତ ରହି ଦିବଂଗତ ପ୍ରାଧ୍ୟାପକ ବିଜୟ ସାହୁଙ୍କ ସ୍ମୃତିଚାରଣ କରିଥିଲେ।
ସେହିପରି ମହାବିଦ୍ୟାଳୟ ଛାତ୍ର ସଂସଦର ପୂର୍ବତନ ସଭାପତି ତଥା ଯୁବ ଆଇନଜୀବୀ ରାଧାକାନ୍ତ ବିଶ୍ଵାଳ, ପୂର୍ବତନ ସାଧାରଣ ସମ୍ପାଦକ ପ୍ରତାପ ସାମଲ, ବିନୋଦିନୀ ସାମଲ, ପୂର୍ବତନ ଏବିଭିପି ସଂଗଠକ ତଥା ଯୁବ ବିଜେପି ନେତା ଶଶାଙ୍କ ଶେଖର ସେଠୀ, ନିହାର ରଞ୍ଜନ ସ୍ୱାଇଁ, ଏବିଭିପି ରାଜକନିକାର ପୂର୍ବତନ ଛାତ୍ରନେତା ତଥା ସମ୍ବାଦ ଚାନ୍ଦବାଲି ପ୍ରତିିନିଧି ଦେବଜ୍ୟୋତି ଜେନା, ପ୍ରଶାନ୍ତ ବେହେରା ପ୍ରମୁଖ ମଧ୍ୟ ବକ୍ତବ୍ୟ ରଖିଥିଲେ। ଏବିଭିପି ବିଭାଗ ପ୍ରମୁଖ ମନୋରଞ୍ଜନ ମିଶ୍ର, କେନ୍ଦ୍ରାପଡ଼ା ଜିଲ୍ଲା ସଂଗଠକ ଵୈଲୋଚନ ଦାସ, ଚିନ୍ମୟ ଦାସ, ସୁବ୍ରତ ବେହେରା, ସ୍ଵାଧୀନ ଦାସ, ଫନୀ ଆଚାର୍ଯ୍ୟ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏବିଭିପିର ପୂର୍ବତନ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରାଜ କିଶୋର ଦାଶ ଶ୍ରଦ୍ଧାଞ୍ଜଳୀ ସଭାକୁ ସଂଯୋଜନା କରିଥିଲେ।