ମନ୍ତ୍ରୀମାନଙ୍କ ହେଲିକପ୍ଟର ଟ୍ରିପରେ କେତେ ଟଙ୍କା ଖର୍ଚ୍ଚ ହୁଏ? ଜାଣନ୍ତୁ ରାଜ୍ୟର ଡିଟେଲ୍ସ…

ଭୁବନେଶ୍ୱର: ଅନେକ ସମୟରେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ଅନ୍ୟାନ୍ୟ ମନ୍ତ୍ରୀ ବିଭିନ୍ନ ସ୍ଥାନକୁ ଗସ୍ତ କରିଥାନ୍ତି । ତେବେ ଆପଣ ଜାଣିଛନ୍ତି କି ମନ୍ତ୍ରୀମାନଙ୍କ ଏହି ହେଲିକପ୍ଟର ଟ୍ରିପରେ ବାର୍ଷିକ କେତେ ଟଙ୍କା ଖର୍ଚ୍ଚ ହୋଇଥାଏ ? ଏହି ଖର୍ଚ୍ଚ କିଏ ବହନ କରିଥାଏ? ଏସବୁ ପ୍ରଶ୍ନର ଉତ୍ତର ହୁଏତ ଅନେକ ଲୋକ ଜାଣି ନଥିବେ । ତେବେ ଏହାର ଉତ୍ତର ଏବେ ସାମନାକୁ ଆସିଛି । ବିଧାନସଭାର ଅଧିବେଶନରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ ଏହାର ଉତ୍ତର ରଖିଛନ୍ତି ।

ନିରଞ୍ଜନଙ୍କ ଏହି ରିପୋର୍ଟ ଅନୁଯାୟୀ, ୨୦୨୧ ମସିହା ମାର୍ଚ୍ଚ ମାସରୁ ଜାନୁଆରୀ ୧୪, ୨୦୨୩ ମଧ୍ୟରେ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟର ଅନ୍ୟ ସମସ୍ତ ମନ୍ତ୍ରୀ ୨୨ ଥର ରାଜ୍ୟ ଭିତରେ ଏୟାରକ୍ରାଫ୍ଟ ଗସ୍ତ କରିଛନ୍ତି । ଏହି ଗସ୍ତ ବାବଦରେ କୋଟି ୯୩ ଲକ୍ଷ ୬ ହଜାର ୪୫୧ ଟଙ୍କା ଖର୍ଚ୍ଚ ହୋଇଛି । ରାଜ୍ୟ ରାଜକୋଷରୁ ଏହି ସମସ୍ତ ଖର୍ଚ୍ଚ ହୋଇଥିବା କହିଛନ୍ତି ନିରଞ୍ଜନ ପୂଜାରୀ । ଏହାବ୍ୟତୀତ ୨୦୨୨ ମସିହା ମାର୍ଚ୍ଚ ୨୮ ତାରିଖରୁ ଡିସେମ୍ବର ୬ ତାରିଖ ମଧ୍ୟରେ ମୁଖ୍ୟମନ୍ତ୍ରୀ ୧୬ ଥର ରାଜ୍ୟ ବାହାରକୁ ଗସ୍ତ କରିଛନ୍ତି । ଏଥିପାଇଁ ୪ କୋଟି ୪୮ ଲକ୍ଷ ୯୦ ହଜାର ଟଙ୍କା ରାଜ୍ୟ ରାଜକୋଷ ଖର୍ଚ୍ଚ ବହନ କରିଥିବା ସେ ପ୍ରକାଶ କରିଛନ୍ତି ।

Odisha finance minister presents Rs.1,39,000 crore budget, claims economy  to grow up to 8.5 per cent - The Samikhsya

୨୦୨୧ ମାର୍ଚ୍ଚରୁ ଚଳିତବର୍ଷ ଫେବୃଆରୀ ପର୍ଯ୍ୟନ୍ତ ମନ୍ତ୍ରୀମାନଙ୍କ ହେଲିକପ୍ଟର ଟ୍ରିପ ପାଇଁ କେତେ ଖର୍ଚ୍ଚ ହୋଇଛି, ତାହାର ମଧ୍ୟ ଏକ ଚିଠା ଦେଇଛନ୍ତି ନିରଞ୍ଜନ ପୂଜାରୀ । ଏପରିକି ଭୁବନେଶ୍ୱରରୁ ପୁରୀ ଏବଂ କଟକ ଯିବା ପାଇଁ ମଧ୍ୟ ମନ୍ତ୍ରୀମାନଙ୍କୁ ବିମାନର ଆବଶ୍ୟକତା ପଡିଛି । ଏହି ୨ ବର୍ଷ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଅନ୍ୟ ମନ୍ତ୍ରୀଙ୍କ ଏହି ହେଲିକପ୍ଟର ଗସ୍ତ ପାଇଁ ରାଜକୋଷରୁ ୩୧ କୋଟି ୩୮ ଲକ୍ଷ ୭୮ ହଜାର ୨୭୫ ଟଙ୍କା ଖର୍ଚ୍ଚ ହୋଇଥିବା ହିସାବ ଦେଇଛନ୍ତି ନିରଞ୍ଜନ ପୁଜାରୀ ।