fbpx

ଓଡ଼ିଶାରେ ଜନ୍ମ ହେଲା ମୁଣ୍ଡ, ପାଟି ନଥିବା ଶିଶୁ; ଜନ୍ମ ପୂର୍ବରୁ ଘଟିଲା ଏପରି ଘଟଣା

ବାରିପଦା: ଭଗବାନଙ୍କ ସୃଷ୍ଟିରେ ଅନେକ ଘଟଣା ଦୈନିକ ଘଟିଚାଲିଛି। ଏଭଳି ଏକ ଆଶ୍ଚର୍ଯ୍ୟକର ଘଟଣା ଆଜି ମୟୁରଭଞ୍ଜ ଜିଲ୍ଲାରେ ଘଟିଛି। ଆଜି ଜିଲ୍ଲାରେ ଏକ ବିରଳ ତଥା ଅଜବ ଶିଶୁ ଜନ୍ମ ନେଇଛି। ଏହି ଘଟଣା ଜିଲ୍ଲାର ସରସକାନା ବ୍ଲକ ଅନ୍ତର୍ଗତ କୁଲାପାଟା ଗ୍ରାମରେ ଘଟିଛି। କୁଲାପାଟା ଗାଁର ମୂଳ ବାସିନ୍ଦା ବାବୁ ମହାରାଣାଙ୍କ ପତ୍ନୀ ଚୁଡାମଣି ହାଂସଦା ଆଜି ଯେତେବେଳେ ପ୍ରସବ ଯନ୍ତ୍ରଣା ଅନୁଭବ କରିଥିଲେ, ତାଙ୍କୁ ଆମ୍ବୁଲାନ୍ସରେ ବାଙ୍ଗିରିପୋଷି ଡାକ୍ତରଖାନାକୁ ନିଆଯାଇଥିଲା।

ତେବେ ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ଚୁଡାମଣି ଆମ୍ବୁଲାନ୍ସ ଭିତରେ ନିଜ ଶିଶୁକୁ ଜନ୍ମ ଦେଇଥିଲେ ବୋଲି ସୂଚନା ମିଳିଛି। କିନ୍ତୁ ଦୁର୍ଭାଗ୍ୟବଶତଃ ପିଲାଟିର ପାଟି ଓ ମୁଣ୍ଡ ନ ଥିବାରୁ ଶିଶୁଟି ବହୁତ ଅଦ୍ଭୁତ ଦେଖାଯାଉଥିଲା। ତେବେ ଶିଶୁଟି ଜନ୍ମ ହେବ ପରେ ଖୁବ କମ ସମୟରେ ସେ ଜୀବନ ତ୍ୟାଗ କରିଥିବା ଜଣାପଡିଛି। ବର୍ତ୍ତମାନ ଚୁଡାମଣି ବାଙ୍ଗିରିପୋଷି ହସ୍ପିଟାଲ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

Get real time updates directly on you device, subscribe now.