fbpx

ପଶ୍ଚିମା ଝଡ଼ର ପ୍ରଭାବରେ ଆସନ୍ତା ୨-୩ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ହୋଇପାରେ କାଳବୈଶାଖୀ ବର୍ଷା

ଭୁବନେଶ୍ୱର ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଆସନ୍ତା ୨-୩ ଦିନ ପର୍ଯ୍ୟନ୍ତ କାଳବୈଶାଖୀର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ଏହାର ପ୍ରଭାବରେ ବିଭିନ୍ନ ଅଞ୍ଚଳରେ ପବନ ଏବଂ ଘଡ଼ଘଡ଼ି ସହ ମଧ୍ୟମ ଧରଣର ବର୍ଷା
ହୋଇପାରେ। ସ୍ଥାନେ ସ୍ଥାନେ ପ୍ରବଳ ବର୍ଷାର ମଧ୍ୟ ସମ୍ଭାବନା ରହିଛି। ବିଭିନ୍ନ ଜିଲ୍ଲାପାଇଁ ପାଣିପାଗ କେନ୍ଦ୍ର ସତର୍କ ସୂଚନା ଜାରି କରିଛି। ଆଜି ରାଜ୍ୟର ବିଭିନ୍ନ ଅଂଚଳରେ ଦିନ ତାପମାତ୍ରା ହ୍ରାସ ପାଇଥିବା ଜଣାପଡିଛି।

ଗତ ୨୪ ଘଣ୍ଟା ମଧ୍ୟରେ ଢେଙ୍କାନାଳ, ମୟୂରଭଞ୍ଜ, ବାଲେଶ୍ୱର, ରାୟଗଡ଼ା, ଯାଜପୁର, ଭଦ୍ରକ ଏବଂ ମାଲକାନଗିରିର ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା ହୋଇଥିଲା । କୋରାପୁଟ ଜିଲ୍ଲାର ଜୟପୁରଠାରେ ସର୍ବାଧିକ ୧୪୮ ଦଶମିକ ୮ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ବର୍ଷା ହେତୁ ଆଭ୍ୟନ୍ତରିଣ ଓ ଉପକୂଳ ଓଡ଼ିଶାରେ ଦିନର ତାପମାତ୍ରା ହ୍ରାସ ପାଇଥିବା ରେକର୍ଡ କରାଯାଇଛି ।

Get real time updates directly on you device, subscribe now.