fbpx

ସିଦ୍ଧୁ ମୁସେୱାଲା ହତ୍ୟା ମାମଲା: ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ, ଗୋଲଡି ବ୍ରାର ଓ ଅନ୍ୟ ୧୨ ଜଣଙ୍କ ନାମରେ ଚାର୍ଜ ଶିଟ ଦାଖଲ କଲା NIA

ନୂଆଦିଲ୍ଲୀ: ପଞ୍ଜାବୀ ସିଙ୍ଗର ସିଦ୍ଧୁ ମୁସେୱାଲା ହତ୍ୟାକାଣ୍ଡର ମାଷ୍ଟର ମାଷ୍ଟର ମାଇଣ୍ଡ ଲରେନ୍ସ ବିଷ୍ଣୋଇ ଓ ଗୋଲ୍ଡି ବ୍ରାର ବିରୋଧରେ ଆଜି ଜାତୀୟ ତଦନ୍ତକାରୀ ସଂସ୍ଥା (ନିଆ) ପକ୍ଷରୁ ଫ୍ରେଶ ଚାର୍ଜଶିଟ୍ ଦାଖଲ କରାଯାଇଛି । ଏଥିସହିତ ଅପରାଧିକ ଷଡ଼ଯନ୍ତ୍ର, ଆତଙ୍କ ସୃଷ୍ଟି କରିବା ଓ ହାଇ ପ୍ରୋଫାଇଲ ବ୍ୟକ୍ତିଙ୍କୁ ହତ୍ୟା ଟାର୍ଗେଟ କରିବା ଅଭିଯୋଗରେ ଅନ୍ୟ ୧୨ ଜଣଙ୍କ ବିରୋଧରେ ମଧ୍ୟ ନିଆ ଚାର୍ଜଶିଟ ଦାଖଲ କରିଛି ।

ଏହି ସମସ୍ତ ଗାଙ୍ଗଷ୍ଟରଙ୍କ ନାମରେ ବିଭିନ୍ନ ଅପରାଧିକ ଅଭିଯୋଗ ରହିଥଲା ।ଏମାନେ ବାବର ଖାଲସା ଇଣ୍ଟରନ୍ୟାସନାଲ (ବିକେଆଇ) ଓ ଅନ୍ୟ ପ୍ରୋ-ଖଲିସ୍ତାନ ଟେରୋରିଷ୍ଟ ସହିତ ଲିଙ୍କରେ ରହିଥିବା ଆଣ୍ଟି-ଟେରର ଏଜେନ୍ସି ପକ୍ଷରୁ କୁହାଯାଇଛି । ତିନୋଟି ଟେରର-ଗ୍ୟାଙ୍ଗଷ୍ଟର ନେକ୍ସସ କେସକୁ ନିଆ ତଦନ୍ତ କରୁଥିବା ବେଳେ ସେଥିମଧ୍ୟରୁ ଦୁଇଟି ମାମଲାରେ ଚାର୍ଜ ଶିଟ ଦାଖଲ କରାଯାଇଛି । ସମସ୍ତ ୧୪ ଜଣ ଯାକ ଅଭିଯୁକ୍ତ ଅପରାଧିକ ଷଡ଼ଯନ୍ତ୍ରରେ ଲିପ୍ତ ଥିଲେ । ସେମାନେ ଜଣାଶୁଣା ସାମାଜିକ ଓ ସାମ୍ପ୍ରଦାୟିକା ନେତା, ଗାୟକ, ଫିଲ୍ମ ଅଭିନେତା, ବ୍ୟବସାୟୀଙ୍କୁ ଆତଙ୍କ ଓ ହତ୍ୟା ନେଇ ଟାର୍ଗେଟ୍ କରୁଥିଲେ ।

ସେମାନେ ପାକିସ୍ତାନର ଷଡ଼ଯନ୍ତ୍ରକାରୀଙ୍କ ସହିତ ଲିଙ୍କରେ ରହିଥିଲେ । ଏଥିସହିତ ସେମାନେ କାନାଡ଼ା, ନେପାଳ ଓ ଅନ୍ୟ ରାଷ୍ଟ୍ରରେ ଚାଳିଥିବା ପ୍ରୋ-ଖଲିସ୍ତାନ କାର୍ଯ୍ୟ ସହିତ ଜଡ଼ିତ ଥିବା ନିଆ ପକ୍ଷରୁ କୁହାଯାଇଛି । ଗତ ୨୦୧୫ରେ ଗିରଫ ହେବା ପରଠାରୁ ବିଷ୍ଣୋଇ ଜେଲରେ କ୍ରମାଗତ ଭାବେ ରହି ଆସିଛି । ସେ ଜେଲରେ ଥାଇ ମଧ୍ୟ ଆତଙ୍କୀ ଷଡ଼ଯନ୍ତ୍ରର ସିଣ୍ଡିକେଟ ପରିଚାଳନା କରୁଥିବା ଜଣାପଡ଼ିଛି । ସେ ଗୋଲଡି ବ୍ରାର ସହିତ ମିଶି ‘ଡେରା ସଚା ସୌଦା’ ହତ୍ୟାକାଣ୍ଡର ଅଭିଯୁକ୍ତ ରହିଛି ।

Get real time updates directly on you device, subscribe now.