CHARIDHAM

ଜଣେ ମଣିଷକୁ କେତେ ଥର ଆସିପାରେ ହାର୍ଟଆଟାକ୍ ? କେଉଁ ବୟସର ଲୋକଙ୍କୁ ଅଧିକ ହୁଏ ଏହି ରୋଗ, ଜାଣନ୍ତୁ

ନୂଆଦିଲ୍ଲୀ: ହୃଦୟ ବା ହାର୍ଟ ଆମ ଶରୀରର ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ଅଙ୍ଗ ମଧ୍ୟରୁ ଅନ୍ୟତମ। ସୁସ୍ଥ ରହିବା ପାଇଁ ହୃଦୟକୁ ଠିକ୍ ରଖିବା ବହୁତ ଜରୁରୀ ହୋଇଥାଏ। କାରଣ ହୃଦୟରେ ଅଳ୍ପ ହେଲେ ବି ଗଡ଼ବଡ଼ି ହେବାର ଅନୁଭବ ଯଦି ହୁଏ ବ୍ୟକ୍ତି ଅନେକ ପ୍ରକାରର ସମସ୍ୟା ସହିତ ସଂଘର୍ଷ କରିବା ଆରମ୍ଭ କରେ ।

ପ୍ରାରମ୍ଭିକ ସ୍ତରରେ ରକ୍ତଚାପ, ବ୍ଲଡ୍ ସୁଗାର୍ ଓ କୋଲେଷ୍ଟ୍ରାଲ୍‌ ବୃଦ୍ଧି ପରି ସମସ୍ୟା ଦେଖାଦେଇପାରେ । ଏହାପରେ ସମୟ ସହିତ ହୃଦ୍‌ଘାତ ବା ହାର୍ଟ ଆଟାକ୍ ହେବାର ସମ୍ଭାବନା ବୃଦ୍ଧି ପାଏ । ଯେତେବେଳେ ହୃଦୟ ସହିତ ଜଡ଼ିତ ବେମାରୀ ଆରମ୍ଭ ହୁଏ କିଛି ଲୋକଙ୍କ ମଧ୍ୟରେ ହାର୍ଟ ଆଟାକ୍‌ର ଲକ୍ଷଣଗୁଡ଼ିକ ଦେଖାଦିଏ ।

କିଛି ଲୋକ ୧-୨ ଥର ହାର୍ଟ ଆଟାକର ଅନୁଭବ କରନ୍ତି। ଏପରି ସମୟରେ ମନରେ ପ୍ରଶ୍ନ ଆସେ ଯେ ବ୍ୟକ୍ତିର ଜୀବନରେ କେତେ ଥର ହାର୍ଟ ଆଟାକ୍ ଆସିପାରେ ?
ସୂଚନାମୁତାବକ ହାର୍ଟ ଆଟାକ୍- ଯେତେବେଳେ ହୃଦୟରେ ରକ୍ତର ପ୍ରବାହ ଅବରୁଦ୍ଧ ବା କମ୍ ହୁଏ ସେତେବେଳେ ହାର୍ଟ ଆଟାକ୍ ଆସେ। କୋରୋନାରୀ ଧମନୀଗୁଡ଼ିକରେ ଫ୍ୟାଟ୍‌ ଓ କୋଲେଷ୍ଟ୍ରାଲ୍‌ ବୃଦ୍ଧି ପାଇବା କାରଣରୁ ରକ୍ତ ସଞ୍ଚାରରେ ବାଧା ଉତ୍ପନ୍ନ ହୁଏ । ଏହା ମୃତ୍ୟୁର ଏକ ଗମ୍ଭୀର କାରଣ ହୋଇପାରେ।

ଚିକିତ୍ସକଙ୍କ ଅନୁସାରେ ଯେ କୌଣସି ବୟସର ଲୋକମାନଙ୍କୁ ହାର୍ଟ ଆଟାକ୍ ଆସିପାରେ । କିନ୍ତୁ ୪୫ ବର୍ଷରୁ ଊର୍ଦ୍ଧ୍ବ ପୁରୁଷ ଓ ୫୫ରୁ ଊର୍ଦ୍ଧ୍ୱ ବୟସର ମହିଳାମାନଙ୍କୁ ହାର୍ଟ ଆଟାକ୍ ଆସିବାର ସମ୍ଭାବନା ଅଧିକ ଥାଏ । ଅନୁମାନ କରାଯାଏ ଯେ ବ୍ୟକ୍ତିର ଜୀବନରେ ତିନି ଥର ହାର୍ଟ ଆଟାକ୍ ଆସିଥାଏ ।

କିନ୍ତୁ କିଛି ମାମଲାଗୁଡ଼ିକରେ ହାର୍ଟ ଆଟାକ୍ କମ୍ ବା ଅଧିକ ଥର ବି ଆସିଥାଏ । ଓଜନକୁ ନିୟନ୍ତ୍ରଣରେ ରଖିବା, ଧୂମପାନ, ମଦ୍ୟପାନ ଆଦିର ସେବନ, ଅସ୍ଵାସ୍ଥ୍ୟକର ଖାଦ୍ୟ ଯେପରି ଚିନି, ଲୁଣ ଓ ଫ୍ୟାଟ୍ ଜାତୀୟ ଖାଦ୍ୟରୁ ଦୂରେଇ ରହିବା ଉଚିତ।