fbpx
BJD
BJD SKY
BJD SKY

ରାଜ୍ୟସରକାର ଉନ୍ନତିର ଡେଙ୍ଗୁରା ପିଟୁଛନ୍ତି, କିନ୍ତୁ ଜାତୀୟ ଗଣମାଧ୍ୟମ କିଛି ଭିନ୍ନ ଦୃଶ୍ୟ ଦେଖାଉଛନ୍ତି …ବାସ୍ତବିକତା କଣ ?

ଭୁବନେଶ୍ୱର: ଯାଜପୁର ଜିଲ୍ଳା ରାଜ୍ୟ ରାଜନୀତିକୁ ଅନେକ ଦକ୍ଷ ନେତୃତ୍ବ ଦେଇଛି। ଅତୀତରେ କିମ୍ବା ବର୍ତ୍ତମାନ ଯେବେବି ଆପଣ ରାଜ୍ୟ ରାଜନୀତି ଉପରେ ନଜର ପକାଇବେ ଯାଜପୁର ଜିଲ୍ଲାର ଜନପ୍ରତିନିଧି ରାଜ୍ୟ ଶାସନର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ ଥାଆନ୍ତି। ଏହି ଜିଲ୍ଳା ଖଣିଜ ପଦାର୍ଥ ର ଗନ୍ଥା ଘର ଥିବା ବେଳେ ବଡ଼ ବଡ଼ ଶିଳ୍ପାନୁଷ୍ଠାନ ଏଠାରେ ଗଢିଉଠିଛି। ବିଜେଡି ସରକାର ପଞ୍ଚମ ପାଳିର ଚତୁର୍ଥ ବର୍ଷରେ ଏହି ଜିଲ୍ଲାରୁ ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ ଓ ସୁକିନ୍ଦା ବିଧାୟକ ପ୍ରୀତି ରଞ୍ଜନ ଘଡେଇଙ୍କୁ ରାଜ୍ୟ ମନ୍ତ୍ରିମଣ୍ଡଳରେ ଦାୟିତ୍ବ ମିଳିଛି।

ଏହାସହ ଯାଜପୁର ବିଧାୟକ ଶାସକ ଦଳ ବିଜେଡି ର ସାଂଗଠାନିକ ସମ୍ପାଦକ ଭାବେ କାର୍ଯ୍ୟକରୁଛନ୍ତି। ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଦାୟିତ୍ୱରେ ପ୍ରୀତିରଞ୍ଜନ ଘଡ଼େଇ, ପୂର୍ବତନର ଖାଦ୍ୟ ଯୋଗାଣ ମନ୍ତ୍ରୀ ତଥା ବର୍ତ୍ତମାନର ରାଜସ୍ୱ ଓବିପର୍ଯ୍ୟୟ ପ୍ରଶମନ ବିଭାଗର ମନ୍ତ୍ରୀ ଭାବେ ପ୍ରମିଳା ମଲ୍ଲିକ କାର୍ଯ୍ୟଭାର ସମ୍ଭାଳୁଛନ୍ତି । ରାଜ୍ୟ ଶାସନର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ ଯାଜପୁର ଜିଲ୍ଲାର ନେତା ମାନେ ଥିବା ବେଳେ ଏହି ଜିଲ୍ଲାରେ ବିକାଶ ର ଧାରା ସବୁଠାରୁ ଉନ୍ନତ ରହିବା ବଦଳରେ ଏଠାରେ ଅନାହାର ଓ ଅପପୁଷ୍ଟିର ଧାରା ବଢ଼ିଚାଲିଛି। ଯେତେବେଳେ ଶାସକ ଦଳର ଏହି ଭଳି ବଡ ବଡ ନେତା ଯାଜପୁର ଭଳି ଜିଲ୍ଲାର ସଭ୍ୟ ଅଟନ୍ତି ତେବେ ଏହା ଏକ ସାଧାରଣ କଥା ଯେ ଜିଲ୍ଲାର ଯେଉଁ ସାଧାରଣ ସମସ୍ୟା ରହିଛି ତାହା ନିଶ୍ଚୟ ଭାବେ ପୂରଣ ହେଉଥିବ କିନ୍ତୁ ଏଠାରେ ଦୃଶ୍ୟ କିଛି ଅଲଗା । ଏବେ ଜାତୀୟ ଗଣମାଧ୍ୟମରେ ଓଡିଶାର ଯାଜପୁର ଜିଲ୍ଲା ନାମ ଅପପୁଷ୍ଟି ଜିଲ୍ଲା ଭାବେ ସାମିଲ ହୋଇଛି ।

ସୂଚନାମୁତାବକ କଳିଙ୍ଗ ନଗରର ଦାନଗଦୀ ବ୍ଲକ୍ ରଣାଗୁଣ୍ଡି ପଞ୍ଚାୟତ ରଗଡ଼ା-ଘାଟିସାହିର ବାଙ୍କୁ ହେମ୍ବ୍ରମ ଓ ତୁଳସୀ ହେମ୍ବ୍ରମଙ୍କ ୩ ବର୍ଷର ଶିଶୁକନ୍ୟା ସାଂଘାତିକ ଅପପୁଷ୍ଟିରେ ଆକ୍ରାନ୍ତ ହୋଇଛି। ତେବେ ଏ ସଂକ୍ରାନ୍ତରେ ସାମାଜିକ କର୍ମୀ ମଣ୍ଟୁ ଦାସ ଗତ ୨୧ ତାରିଖରେ ଜାତୀୟ ମାନବାଧିକାର ଆୟୋଗ (ଏନ୍‌ଏଚ୍‌ଆର୍‌ସି)ରେ ଅଭିଯୋଗ କରିଥିଲେ। ଏନେଇ ଆଜି ଜାତୀୟ ମାନବାଧିକାର ଆୟୋଗରେ କେସ୍ ନମ୍ବର ୮୯୦/୧୮/୨୪/୨୦୨୩ ରୁଜୁ ହୋଇଛି । ସରକାରୀ ଯୋଜନା କାର୍ଯ୍ୟକାରୀ କରିବାରେ ଅବହେଳାରୁ ଶିଶୁ ଅପପୁଷ୍ଟିର ଶିକାର ହୋଇଥିବା ନେଇ ଅଭିଯୋଗରେ ଦର୍ଶାଯାଇଛି ।

ତେବେ ଏହି ଘଟଣା ମାଧ୍ୟମରେ ଘଟିବ ପରେ ଗତକାଲି ଅପପୁଷ୍ଟି ପ୍ରସଙ୍ଗକୁ ନେଇ ବିଧାନସଭାରେ ବିଜେପି ଓ ବିଜେଡି ସଭ୍ୟମାନେ ମୁହାଁମୁହିଁ ହୋଇଥିଲେ । ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ଓ ଶାସକ ସଭ୍ୟ ଅମର ପ୍ରସାଦ ଶତପଥୀଙ୍କ ମଧ୍ୟରେ କଥା କଟାକଟି ରୋଜକ ମୋଡ଼ ନେଇଥିଲା।

ନଗଡ଼ା ଠାରୁ କଳିଙ୍ଗ ନଗର ଚିତ୍ର ଆହୁରି କଦର୍ଯ୍ୟ ବୋଲି ବିରୋଧୀ ଦଳ ନେତା ଜୟନାରାୟଣ କହିବା ସହିତ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ । ତେବେ ଶୂନ୍ୟକାଳରେ ଏହି ପ୍ରସଙ୍ଗରେ ଆକ୍ଷେପ ପ୍ରତିଆକ୍ଷେପ ଚାଲିଥିଲା। ବିରୋଧୀ ଦଳ ନେତା ଅପପୁଷ୍ଟି ପ୍ରସଙ୍ଗ ଉଠାଇ କହିଥିଲେ ଯେ କେବଳ ନଗଡ଼ା କି କଳିଙ୍ଗ ନଗର ନୁହେଁ, ଓଡ଼ିଶାରେ ୧୯ ପ୍ରତିଶତ ଛୁଆ କମ ଓଜନର ଜନ୍ମ ହେଉଛନ୍ତି । ୩୧% ଛୁଆ ପୃଷ୍ଟିହୀନତାର ଶିକାର, ୬୪% ଶିଶୁ ରକ୍ତହୀନତାର ଶିକାର ହେଉଛନ୍ତି। ସେହିଭଳି ୬୧.୮% ଗର୍ଭବତୀ ମହିଳା ରକ୍ତହୀନତାର ଶିକାର ହେଉଛନ୍ତି । ଏଇଟା କ’ଣ ‘ମୋ ସରକାର’, ଏଇଟା କଣ ‘୫-ଟି’ ବୋଲି ପ୍ରଶ୍ନକରି ଜୟନାରାୟଣ ବିଭାଗୀୟ ମନ୍ତ୍ରୀ ଏ ନେଇ ଗୃହରେ ଏକ ବିବୃତି ରଖନ୍ତୁ ବୋଲି ଦାବି କରିଥିଲେ।

ଅପରପକ୍ଷରେ ବିରୋଧୀ ଦଳ ନେତାଙ୍କୁ ବିଜେଡି ଜବାବ ଦେଇଥିଲା । ବିଜେଡିର ବରିଷ୍ଠ ସଦସ୍ୟ ଅମର ପ୍ରସାଦ ଶତପଥୀ କହିଥିଲେ, ଏବେ ନଗଡା ଯାଇ ଦେଖୁଆସନ୍ତୁ। କ’ଣ ପାଇଁ ସେ ରାଜ୍ୟକୁ ବଦନାମ କରୁଛନ୍ତି । ନଗଡ଼ା ସହ ସୁକିନ୍ଦାକୁ ବଦନାମ କରିବାକୁ ତାଙ୍କୁ କିଏ ଅଧିକାର ଦେଲା ? ନଗଡ଼ାର ସ୍ଥିତି ଏବେ କ’ଣ, ସେଠାରେ ସରକାର କ’ଣ ସବୁ କଲେଣି । ପୁଷ୍ଟିଜାତୀୟ ଖାଦ୍ୟ ଯୋଗାଇ ନୂଆ ରୁପଦେଇଛନ୍ତି ଆମ ସରକାର । ବୁଲି ଆସିଲେ ହୁଏତ ବୁଝିଯିବେ ସେବେକାର ନଗଡ଼ା ଓ ଏବେକାର ନଗଡ଼ା ଭିତରର ପ୍ରଭେଦ କ’ଣ।

Get real time updates directly on you device, subscribe now.