fbpx

ଧୋନୀ ଅସଲି ‘Sixer King’: ଛକା ମାରିବାରେ ହାସଲ କରିଛନ୍ତି ମହାରେକର୍ଡ

ନୂଆଦିଲ୍ଲୀ: ଆସନ୍ତା ୩୧ ତାରିଖରୁ ଆରମ୍ଭ ହେବାକୁ ଯାଉଛି ବିଶ୍ୱର ସବୁଠୁ ବଡ କ୍ରିକେଟ ଲିଗ ଆଇପିଏଲ-୨୦୨୩ । ଅନ୍ତର୍ଜାତୀୟ କ୍ରିକେଟରୁ ବିଦାୟ ନେଇ ସାରିଥିବା ଧୋନୀଙ୍କୁ ନେଇ ବର୍ତ୍ତମାନ ଖୁବ ଚର୍ଚ୍ଚା । ଏହା ତାଙ୍କର ଶେଷ ସିଜନ ହୋଇପାରେ ବୋଲି ଆଲୋଚନା ହେଉଛି । ତେଣୁ ମାହିଙ୍କ ଉପରେ ରହିଛି ସମସ୍ତଙ୍କର ନଜର । ତେବେ ଆସନ୍ତୁ ଧୋନୀଙ୍କ ନାଁରେ ଥିବା ଏକ ବିଶାଳ ରେକର୍ଡ ଉପରେ ନଜର ପକାଇବା । କାହିଁକି ଧୋନୀଙ୍କୁ ଛକାର ବାଦଶାହ ବୋଲି କୁହାଯାଏ?

MS Dhoni's first IPL fifty in three years sends Twitter into a frenzy |  Cricket News - Times of India

୨୦୧୧ ଦିନିକିଆ ବିଶ୍ୱକପ ଫାଇନାଲ ମ୍ୟାଚରେ ଧୋନୀଙ୍କର ସେହି ବିଜୟୀ ଛକା ସବୁ ଭାରତୀୟଙ୍କ ମନରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛି । ଏହି ଛକା ସହ ସେ ଭାରତକୁ ୨୮ ବର୍ଷ ପରେ ବିଶ୍ୱ ବିଜୟୀ ବନାଇଥିଲେ । ଠିକ ସେହିପରି ନିଜ ଆଇପିଏଲ ଫ୍ରାଞ୍ଚାଇଜିକୁ ମଧ୍ୟ ସେ ଅନେକ ଥର ଛକା ମାରି ବିଜୟ ଭେଟି ଦେଇଛନ୍ତି । ଚେନ୍ନାଇକୁ ସେ ୬ ଥର ୱିନିଙ୍ଗ ଛକା ମାରି ବିଜୟୀ କରାଇଛନ୍ତି । ୨୦୬ ପାଳିରେ ଏଭଳି ଏକ ରେକର୍ଡ ହାସଲ କରିଛନ୍ତି ମହେନ୍ଦ୍ର ସିଂ ଧୋନୀ । ତେବେ ଏହାପରେ ରବିନ୍ଦ୍ର ଜାଡେଜା ଏବଂ ଡାଭିଡ ମିଲର ଏହି ତାଲିକାରେ ରହିଛନ୍ତି । ଉଭୟ ଖେଳାଳି ନିଜ ଦଳକୁ ୪ ଥର ଲେଖାଏଁ ଛକା ମାରି ବିଜୟୀ କରାଇଛନ୍ତି ।

MS Dhoni to remain Chennai Super Kings captain for IPL 2023, says report |  Business Standard News

ଆଇପିଏଲରେ ମ୍ୟାଚରେ ସର୍ବନିମ୍ନ ଗୋଟିଏ ଛକା ମାରିବାର ରେକର୍ଡ ମଧ୍ୟ ଧୋନୀ ନିଜ ନାମରେ କରିଛନ୍ତି । ନିଜ ଆଇପିଏଲ କ୍ୟାରିୟରରେ ୧୧୬ ଥର ଏପରି କାରନାମା କରିଛନ୍ତି ସିଏସକେ ଅଧିନାୟକ ଏମ.ଏସ ଧୋନୀ । ତେବେ ଏହି ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛନ୍ତି ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ରୋହିତ ଶର୍ମା । ସେ ବର୍ତ୍ତମାନ ପର୍ଯ୍ୟନ୍ତ ୧୧୧ ଥର ଏପରି କରିଛନ୍ତି ।

ତେବେ ଚଳିତ ବର୍ଷ ମାର୍ଚ୍ଚ ୩୧ ତାରିଖରୁ ଆଇପିଏଲ ଅଭିଯାନ ଆରମ୍ଭ କରିବ ଦୋନୀଙ୍କ ନେତୃତ୍ୱାଧୀନ ଫ୍ରାଞ୍ଚାଇଜି ଚେନ୍ନାଇ ସୁପର କିଙ୍ଗସ । ଗୁଜୁରାଟ ଟାଇଟନ୍ସ ବିପକ୍ଷ ମ୍ୟାଚରେ ଦଳ ପ୍ରଥମ ମ୍ୟାଚ ଖେଳିବ । ଗତବର୍ଷ ଚେନ୍ନାଇର ପ୍ରଦର୍ଶନ ଖୁବ ନିରାଶଜନକ ରହିଥିବାରୁ ୨୦୨୩ରେ ଜବରଦସ୍ତ କମବ୍ୟାକ କରିବା ନେଇ ଆଶା ରଖିଛନ୍ତି ଫ୍ୟାନ୍ସ ।

Get real time updates directly on you device, subscribe now.