fbpx

ଆଜି ରାଜ୍ୟ ସଭାରେ ଆଗତ ହେବ ନାଗରିକତା ସଂଶୋଧନ ବିଲ୍

ନୂଆଦିଲ୍ଲୀ, ୧୧ା୧୨: ଆଜି ରାଜ୍ୟସଭାରେ ନାଗରିକତା ସଂଶୋଧନ ବିଲ୍ ଆଗତ ହେବ । ଦିନ ୧୨ଟାରେ ରାଜ୍ୟସଭାରେ ବିଲ୍ ଉପରେ ଆଲୋଚନା କରାଯିବ । ଏହି ବିଲ୍ ଉପରେ ୬ଘଣ୍ଟା ଧରି ଚର୍ଚ୍ଚା ହେବ । ରାଜ୍ୟସଭାରେ ଉପସ୍ଥିତ ରହିବାକୁ କଂଗ୍ରେସ, ଏସପି, ଟିଏମସି ସାଂସଦଙ୍କୁ ହ୍ୱିପ କରାଯାଇଛି । ସେପଟେ ଶିବସେନା ଓ ଜେଡ଼ିୟୁ ଆଭିମୁଖ୍ୟ ଉପରେ ସମସ୍ତଙ୍କ ନଜର ରହିଛି ।

ଉଲ୍ଲେଖଯୋଗ୍ୟ ଯେ, ପୂର୍ବରୁ ଏହି ବିଲ୍ ଲୋକସଭାରେ ବହୁମତରେ ପାରିତ ହୋଇଥିଲା । ବିଲ୍ ଉପସ୍ଥାପନ କରିବା ସପକ୍ଷରେ ୨୯୩ଟି ଭୋଟ୍ ପଡ଼ିଥିଲା । ସେହିପରି ବିଲ୍ ବିପକ୍ଷରେ ୮୨ଟି ଭୋଟ୍ ପଡ଼ିଥିଲା । ସଂସଦରେ ସେତେବେଳେ ୩୭୫ଜଣ ସଦସ୍ୟ ଉପସ୍ଥିତ ରହିଥିଲେ ।

Get real time updates directly on you device, subscribe now.