ନୂଆଦିଲ୍ଲୀ: ପାନ୍ କାର୍ଡ ସହିତ ଆଧାର ଲିଙ୍କ୍ କରିବାର ସମୟସୀମାକୁ ପୁଣି ବଢାଇଛନ୍ତି ସରକାର । ପୁର୍ବରୁ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଲିଙ୍କ କରିବାର ଶେଷ ସମୟ ଥିବା ବେଳେ ଏବେ ଏହାକୁ ବୃଦ୍ଧି କରି ଜୁନ୍ ୩୦ କରିଦିଆଯାଇଛି। ଆଧାର ସହିତ ପାନ୍ କାର୍ଡ ଲିଙ୍କ କରିବାର ସମୟସୀମା ସରି ଆସୁଥିବାରୁ ଲୋକେ ଚିନ୍ତାରେ ପଡ଼ି ଯାଇଥିଲେ । କିନ୍ତୁ ସରକାର ଏହି ସମୟକୁ ବୃଦ୍ଧି କରି ଲୋକମାନଙ୍କୁ ବଡ଼ ଆଶ୍ୱସ୍ତି ଦେଇଛନ୍ତି । ଆୟକର ବିଭାଗର ରିପୋର୍ଟ ଅନୁସାରେ ବର୍ତ୍ତମାନ ପର୍ଯ୍ୟନ୍ତ ର୍ପାୟ ଦୁଇ କୋଟିରୁ ଉର୍ଦ୍ଧ ଲୋକେ ପାନ୍କାର୍ଡ ସହିତ ଆଧାର ଲିଙ୍କ କରି ନାହାନ୍ତି।
Govt extends deadline for linking PAN with Aadhaar by 3 months to June 30: statement
— Press Trust of India (@PTI_News) March 28, 2023
ଏହାପୁର୍ବରୁ ଅନେକ ଥର ସରକାର ପାନକାର୍ଡ ସହିତ ଆଧାର ଲିଙ୍କ କରିବାର ସମୟସୀମାକୁ ଅନେକ ଥର ବୃଦ୍ଧି କରିଛନ୍ତି । ବର୍ତ୍ତମାନ ୧୦୦୦ ଟଙ୍କାର ଲେଟ୍ ଫିସ୍ ଦେଇ ଲିଙ୍କ କରାଯାଉଛି, ୩୧ ମାର୍ଚ୍ଚ ୨୦୨୨ ପୁର୍ବରୁ ଏହା ସମ୍ପୁର୍ଣ୍ଣ ମୁକ୍ତ ଥିଲା ।
ଆୟକର ବିଭାଗ ନିୟମ ଅନୁଯାୟୀ ଧାରା ୧୩୯ଏଏ ଅନୁସାରେ ୧ ଜୁଲାଇ ୨୦୧୭ ପୁର୍ବରୁ ଜାରି ହୋଇଥିବା ସମସ୍ତ ପାନ୍ କାର୍ଡ ସହିତ ଆଧାର କାର୍ଡ ଯୋଡ଼ିବା ବାଧ୍ୟତାମୂଳକ କରାଯାଇଛି । ଏହା ପରେ ଦିଆଯାଇଥିବା ପାନ୍ କାର୍ଡଗୁଡିକ କେବଳ ଆଧାର ସହିତ ଲିଙ୍କ୍ କରି ଡିଫଲ୍ଟ ଭାବରେ ପ୍ରସ୍ତୁତ କରାଯାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ୬୧,୭୩,୧୬,୩୧୩ ଲୋକଙ୍କୁ ପାନ୍ କାର୍ଡ ଜାରି କରାଯାଇଛି ଯେଉଁଥିରୁ ୪୬,୭୦,୬୬,୬୯୧ ଲୋକ ଲିଙ୍କ୍ ପ୍ରକ୍ରିୟା ସମାପ୍ତ କରିଛନ୍ତି। ତେବେ ଆସାମ, ଜାମ୍ମୁ କାଶ୍ମୀର ଏବଂ ମେଘାଳୟ ରାଜ୍ୟରୁ ଆସୁଥିବା ନାଗରିକଙ୍କ ବ୍ୟତୀତ ଆୟକର ବିଭାଗ ଏନଆରଆଇ ଏବଂ ୮୦ ବର୍ଷରୁ ଅଧିକ ଲୋକଙ୍କୁ ଏହି ପ୍ରକ୍ରିୟାରୁ ମୁକ୍ତ କରିଛି।