fbpx

(Video) ମହିଳାଙ୍କ ତ୍ୱଚାକୁ ସୁନ୍ଦର କରେ ଗଧ କ୍ଷୀରରୁ ତିଆରି ସାବୁନ: ଦାମ୍ ୫୦୦ ଟଙ୍କା

ନୂଆଦିଲ୍ଲୀ: ମହିଳାମାନେ ନିଜ ତ୍ୱଚାକୁ ସୁନ୍ଦର କରିବା ପାଇଁ ଅନେକ ଉପାୟ ବାଛିଥାନ୍ତି । ବିଭିନ୍ନ ପ୍ରକାର କସମେଟିକ୍ସ ବ୍ୟବହାର କରିବା ସହ ସାବୁନ, ପରଫ୍ୟୁମ ଉପରେ ମଧ୍ୟ ଖୁବ ଗୁରୁତ୍ୱ ଦେଇଥାନ୍ତି । ତେବେ ଏହା ମଧ୍ୟରେ ମହିଳାମାନଙ୍କ ପାଇଁ ଏକ ବଡ ସୂଚନା ଦେଇଛନ୍ତି ବିଜେପିର ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଏମପି ମେନକା ଗାନ୍ଧୀ । ତ୍ୱଚାକୁ ସୁନ୍ଦର ରଖିବା ପାଇଁ ମହିଳାମାନଙ୍କୁ ଏକ ସ୍ୱତନ୍ତ୍ର ସାବୁନ ବିଷୟରେ ସେ ସୂଚନା ଦେଇଛନ୍ତି ।

Maneka Gandhi says BJP not naming her in national panel doesn't reduce her stature | Latest News India - Hindustan Times

ସୋସିଆଲ ମିଡିଆରେ ବର୍ତ୍ତମାନ ମେନକା ଗାନ୍ଧୀଙ୍କର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ସେ ଏକ ଏମିତି ସାବୁନ ବିଷୟରେ କହିଛନ୍ତି ଯାହା ମହିଳାଙ୍କ ତ୍ୱଚାକୁ ସବୁବେଳେ ସୁନ୍ଦର ରଖିଥାଏ । ତେବେ ଏହି ସାବୁନ ଗଧ କ୍ଷୀରରୁ ପ୍ରସ୍ତୁତ ହେଉଥିବା ବେଳେ ଏହାର ମୂଲ୍ୟ ୫୦୦ ଟଙ୍କା ବୋଲି ଜାଣିବାକୁ ମିଳିଛି । ଭାଇରାଲ ହେଉଥିବା ଏହି ଭିଡିଓରେ ସେ କହିଛନ୍ତି ଯେ, ଗଧ କ୍ଷୀରରୁ ପ୍ରସ୍ତୁତ ସାବୁନ ଜଣେ ମହିଳାଙ୍କ ଶରୀରକୁ ସବୁବେଳେ ସୁନ୍ଦର ରଖେ । ଜଣେ ବିଖ୍ୟାତ ବିଦେଶୀ ରାଣୀ ‘କ୍ଲିଓପାଟ୍ରା’ ଥିଲେ ଯିଏ ଗଧର କ୍ଷୀରରେ ସ୍ନାନ କରୁଥିଲେ । ଦିଲ୍ଲୀରେ ଗଧ କ୍ଷୀରରୁ ପ୍ରସ୍ତୁତ ଏହି ସାବୁନ ୫୦୦ ଟଙ୍କା ମୂଲ୍ୟରେ ବିକ୍ରି ହୋଇଥାଏ ।

ତେବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓଟି ସୁଲତାନପୁରର ବାଲଦିରାୟରେ ଆୟୋଜିତ ଏକ କାର୍ଯ୍ୟକ୍ରମର ବୋଲି କୁହାଯାଉଛି । ତେବେ ଲୋକଙ୍କୁ ମେନକା କହିଛନ୍ତି ଯେ, ଲଦାଖରେ ଗଧ ସଂଖ୍ୟା ଧିରେ ଧିରେ ହ୍ରାସ ପାଉଥିବାରୁ ଏଠାକାର ଏକ ସମୂହ ଗଧ କ୍ଷୀରକୁ ନେଇ ବ୍ୟବସାୟ ଆରମ୍ଭ କରିଥିଲେ । ଗଧର କ୍ଷୀରରୁ ସେମାନେ ଆରମ୍ଭ କରିଥିଲେ ସାବୁନ । ଏହାକୁ ବିକ୍ରି କରି ସେମାନେ ସ୍ୱାବଲମ୍ବୀ ହୋଇପାରିଛନ୍ତି । ସେହିପରି ଗଛ ସଂଖ୍ୟା କମିବାରୁ କାଠ ମହଙ୍ଗା ହେଉଛି । ତେଣୁ ବର୍ତ୍ତମାନ ଅନ୍ତିମ ସଂସ୍କାର କାମ ପାଇଁ ଘସିର ବ୍ୟବହାର କରିବାକୁ ମେନକା ପରାମର୍ଶ ଦେଇଛନ୍ତି ।

Get real time updates directly on you device, subscribe now.