fbpx
BSKY SKY
BSKY SKY

ଗୁଜବ ପରେ ଇରାନରେ ୫୦୦୦ ଲୋକ ପିଇଗଲେ ମଦ, ଚାଲିଗଲା ୭୨୮ ଜଣଙ୍କ ଜୀବନ

BSKY

ଗୁଜବ ପ୍ରକାଶ ପରେ ହଜାର ହଜାର ଲୋକ ମଦ ପିଇ ମରିବା ଘଟଣାକୁ ଶେଷରେ ସ୍ୱୀକାର କରିଛନ୍ତି ଇରାନ୍ ସରକାର । ସୋସିଆଲ ମିଡିଆ ମାଧ୍ୟମରେ ଇରାନରେ ଏକ ଗୁଜବ ପ୍ରଚାର ହୋଇଥିଲା ଯେ, ଆଲକହଲ୍ ପିଇବା ଦ୍ୱାରା କରୋନା ହେବନାହିଁ । ଏହା ପରେ ଛୋଟ ଛୁଆଙ୍କ ସମେତ ୫୦୦୦ ଲୋକ ଇଣ୍ଡ୍ରଷ୍ଟିଆଲ ଆଲକହଲ୍ ପିଇଥିଲେ । ଇରାନ ସରକାରଙ୍କ ମତରେ ଏହି ଘଟଣାରେ ପ୍ରାୟ ୭୨୮ ଜଣ ଲୋକ ନିଜର ଜୀବନ ହରାଇଛନ୍ତିି । କେବଳ ଏତିକି ନୁହେଁ, ବହୁ ଲୋକଙ୍କର ଆଖି ମଧ୍ୟ ନଷ୍ଟ ହୋଇଯାଇଛି, ଯେଉଁଥିରେ ବହୁ ଛୋଟ ଛୋଟ ପିଲା ବି ସାମିଲ ଅଛନ୍ତି ।

Get real time updates directly on you device, subscribe now.