fbpx

ଛୁଆ ଜନ୍ମ ପରେ ବଢିଯିବା ପେଟକୁ କମାଇବେ କିପରି? ଆପଣାନ୍ତୁ ଏହି ଟିପ୍ସ

ନୂଆଦିଲ୍ଲୀ: ଶିଶୁକୁ ଜନ୍ମ ଦେବାପରେ ବଢିଯାଇଥିବା ପେଟକୁ ନେଇ ବହୁତ ମହିଳା ସମସ୍ୟାରେ ରହିଥାନ୍ତି । ଖାସକରି ଯେଉଁ ମହିଳା ମାନଙ୍କ ଡେଲୀଭରୀ ଅପରେସନ ଦ୍ୱାରା ହୋଇଥାଏ ସେମାନଙ୍କ ପେଟ ନରମାଲରେ ଡେଲିଭରୀ କରିଥିବା ମହିଳାଙ୍କ ଅପେକ୍ଷା ଅଧିକ ବାହାରିଥାଏ । ସେହିପରି ନରମାଲ ଡେଲିଭରୀ କରୁଥିବା ମହିଳାଙ୍କ ସ୍ୱାସ୍ଥ୍ୟ କିଛିଦିନ ପରେ ଠିକ୍ ହୋଇଯାଏ କିନ୍ତୁ ଅପରେସନ ଡେଲିଭରୀ ମହିଳା ମାନଙ୍କ ପାଇଁ ଅନେକ ସମସ୍ୟା ରହିଥାଏ । ସେମାନଙ୍କ ଖାଦ୍ୟ ପେୟ ଠିକ୍ ରଖିବା ଏବଂ ନିୟମିତ ବାୟାମ କରିବା ଆଦି ଜିନିଷକୁ ଅଧିକ ଧ୍ୟାନ ଦେବାକୁ ପଡିଥାଏ । କିନ୍ତୁ ବହୁତ ଗୁଡିଏ ଟିପ୍ସ ରହିଛି ଯାହାକୁ ଫଲୋ କରିବା ଦ୍ୱାରା ଖୁବ୍ ଶିଘ୍ର ଏହା ଓଜନ କମ କରିଦେଇଥାଏ । ତେବେ ଆସନ୍ତୁ ଜାଣିବା ଏହି ଟିପ୍ସ ବିଷୟରେ।

-ଅପରେସନର ୩, ୪ ସପ୍ତାହ ପରେ କିମ୍ବା ପେଟରୁ ସେହି କ୍ଷତ ଗୁଡିକ ଶୁଖିଯିବା ପରେ ଆପଣ ତାକୁ ଧିରେ ଧିରେ ମାଲିସ କରନ୍ତୁ । ମାଲିସ କରିବା ଦ୍ୱାରା ଲିମ୍ଫ ନୋଡେସ୍ ରେ ଜମା ହୋଇଥିବା ଲିକ୍ୱିଡ ଏବଂ ବର୍ଜ୍ୟବସ୍ତୁ ବାହାରିବାରେ ଏହା ସାହାଯ୍ୟ କରିଥାଏ । ଯାହା ଫଳରେ ପେଟ କମିଥାଏ ।

-ଅପରେସନ ପରେ ଛୁଆଙ୍କୁ ବ୍ରେଷ୍ଟ ଫିଡିଙ୍ଗ କରାନ୍ତୁ । ଏହାଦ୍ୱାରା ଓଜନ ହ୍ରାସ ହେବାର ଅଧିକ ସମ୍ଭାବନା ରହିଥାଏ । ଫିଡିଙ୍ଗ କରିବା ଦ୍ୱାରା ଅଜ୍ସିଟୋସିନ ହର୍ମୋନ୍ସ ଅଧିକ ବାହାରିଥାଏ । ଯାହା ୟୁଟରସକୁ ପୁରୁଣା ସେପରେ ଆଣିବାରେ ସାହାଯ୍ୟ କରିଥାଏ ।

-ଅପରେସନ ଦ୍ୱାରା ଛୁଆ ଜନ୍ମ ହେବାପରେ ପେଟ ତଳକୁ ଅଧିକ ଖସିପଡିଥାଏ । ସେଥିପାଇଁ ଆପଣ ଏକ ସପ୍ଟ କପଡାରେ ପେଟକୁ ବାନ୍ଧି ରଖନ୍ତୁ । ଯାହାଦ୍ୱାରା ପେଟ ନିଜ ଯାଗାରେ ରହିଥାଏ ଏବଂ ତଳକୁ ଝୁଲିନଥାଏ ।

-ଅପରେସନ ପରେ ଯୋଗ ଉପରେ ଅଧିକ ଧ୍ୟାନ ଦିଅନ୍ତୁ । ଏଥିରେ ମାଂସପେଶୀ ମଜବୁତ ହୋଇଥାଏ ଏବଂ ପେଟ ମଧ୍ୟ କମିଯାଏ । ଏହାସହ ୬ ରୁ ୭ଘଣ୍ଟା ଶୁଅନ୍ତୁ ଏହାଠାରୁ ଅଧିକ ଶୁଅନ୍ତୁ ନାହିଁ ।

Get real time updates directly on you device, subscribe now.