fbpx

ବଡ଼ ଅଘଟଣ: ଗ୍ୟାସ୍ ସିଲିଣ୍ଡର ନିଆଁ ରଚିଲା ତାଣ୍ଡବ, ଅକାଳରେ ଚାଲିଗଲେ ୪ ଜଣ ନିରୀହ ଶିଶୁ

ନୂଆଦିଲ୍ଲୀ: କେତେବେଳେ କାହା ସହ କ’ଣ ଘଟିବ ତାହା କେହି କହିପାରିବେ ନାହିଁ । ଅନେକ ସମୟରେ ସାମାନ୍ୟ ଅସାମଧାନତା କାରଣରୁ ବଡ଼ ବଡ଼ ବିଲଡିଂ କ୍ଷଣିକ ମଧ୍ୟରେ ଧ୍ୱଂସ ପାଇଯାଇଥାଏ । ଏଭଳି ସ୍ଥିତିରେ ବହୁ ଧନଜୀବନ ନଷ୍ଟ ହୋଇଥାଏ । ତେବେ ଗ୍ୟାସ୍ ସିଲିଣ୍ଡର ଫାଟିବା କାରଣରୁ ଅକାଳରେ ୪ ଜଣ ଶିଶୁଙ୍କର ଜୀବନର ଦୀପ ଲିଭି ଯାଇଛି । ଦୁନିଆକୁ ଭଲ ଭାବେ ଜାଣିବା ପୂର୍ବରୁ ସେମାନେ ସମସ୍ତେ ଆଉ ଏକ ଦୁନିଆକୁ ଚାଲିଯାଇଛନ୍ତି ।

ସୂଚନା ମୁତାବକ, ଉତ୍ତରାଖଣ୍ଡର ଚମରାତାରେ ଗତକାଲି ସନ୍ଧ୍ୟା ସମୟରେ ଏକ ଭୟଙ୍କର ଅଘଟଣ ଦେଖିବାକୁ ମିଳିଥିଲା । ଗ୍ୟାସ ସିଲିଣ୍ଡର ଫାଟିବା କାରଣରୁ ଅଚାନକ ଗୋଟିଏ ଦୁଇ ମହଲା କୋଠାରେ ନିଆଁ ଲାଗିଯାଇଥିଲା । ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀ ଓ ପାଣି ଟ୍ୟାଙ୍କର ପହଞ୍ଚିଥିଲେ ମଧ୍ୟ ଟ୍ୟାଙ୍କର ଛୋଟ ଥିବା କାରଣରୁ ନିଆଁକୁ ଆୟତ୍ତ କରିବା ଅସମ୍ଭବ ହୋଇପଡ଼ିଥିଲା । ଫଳରେ ବେଳକୁ ବେଳ ନିଆଁ ଉଗ୍ରରୂପ ଧାରଣ କରିଥିଲା ।

ତେବେ ଏହି ନିଆଁରେ ଘର ଭିତରେ ଶୋଇଥିବା ୪ ଜଣ ଶିଶୁଙ୍କର ଜୀବନ ଅକାଳରେ ଚାଲିଯାଇଥିଲା । ମୃତ ଶିଶୁଙ୍କ ଜଣଙ୍କର ବୟସ ଅଢ଼େଇ ବର୍ଷ, ଆଉ ଜଣଙ୍କର ବୟସ ସାଢ଼େ ୫ ବର୍ଷ ହୋଇଥିବା ବେଳେ ଅନ୍ୟ ଦୁଇଜଣଙ୍କୁ ୯-୯ ବର୍ଷ ହୋଇଥିଲା । ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଥିଲା । ତେବେ ଘରଟି କାଠରେ ନିର୍ମିତ ହୋଇଥିବାରୁ ନିଆଁ ଭୟଙ୍କର ଭାବେ କମ୍ ସମୟ ମଧ୍ୟରେ ଚାରିଆଡ଼େ ବ୍ୟାପି ଯାଇଥିଲା । ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ଗଭୀର ଶୋକ ବ୍ୟକ୍ତ କରିବା ସହିତ ଉଦ୍ଧାର କାର୍ଯ୍ୟ ଶୀଘ୍ର ସାରିବା ପାଇଁ ପୋଲିସ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ ।

Get real time updates directly on you device, subscribe now.