fbpx

ଝାରସୁଗୁଡ଼ା ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ: ଜାଣନ୍ତୁ କିଏ ?

ଭୁବନେଶ୍ୱର: ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ । ତରୁଣ ପାଣ୍ଡେ ହୋଇଛନ୍ତି କଂଗ୍ରେସ ପ୍ରାର୍ଥୀ । ଏଆଇସିସି ଅଧ୍ୟକ୍ଷଙ୍କ ସହମତିରେ ତରୁଣଙ୍କ ନାଁ ଘୋଷଣା କରାଯାଇଛି । ଅନ୍ୟପଟେ ନବଦାସଙ୍କ ଝିଅ ଦୀପାଳିଙ୍କୁ ପ୍ରାର୍ଥୀ କରିଛି ବିଜେଡି । କିନ୍ତୁ ବିଜେପି ଏଯାଏଁ ପ୍ରାର୍ଥୀ ଘୋଷଣା କରିନାହିଁ ।

ବିଜୁ ଜନତା ଦଳ ନିର୍ବାଚନ ପାଇଁ ପ୍ରାର୍ଥୀ ନାମ ଘୋଷଣା କରି ସାରିଥିବା ବେଳେ ଏବେ କିଛି ଦିନ ମଧ୍ୟରେ ବିଜେପି ମଧ୍ୟ ଏହା ଘୋଷଣା କରିବ ବୋଲି ବିଜେପି ବିଧାୟକ ସୁବାଷ ପାଣିଗ୍ରାହୀ କହିଛନ୍ତି । ସେ କହିଛନ୍ତି ବିଜେପି ପକ୍ଷରୁ ଟଙ୍କଧରଙ୍କୁ ପ୍ରାର୍ଥି କରାଯିବ । ବାସ ଘୋଷଣା ବାକି ଅଛି ।

ମେ’ ୧୦ରେ ଝାରସୁଗୁଡା ଉପ-ନିର୍ବାଚନ ପାଇଁ ଗୁରୁତ୍ୱପୂର୍ଣ୍ଣ ତାରିଖ
– ମେ’ ୧୩ରେ ଭୋଟ ଗଣତି
– ଏପ୍ରିଲ ୧୩ରେ ପ୍ରକାଶ ପାଇବ ବିଜ୍ଞପ୍ତି
– ୨୦ ଏପ୍ରିଲ ନାମାଙ୍କନ ଦାଖଲର ଶେଷ ତାରିଖ
– ୨୧ ଏପ୍ରିଲରେ ନାମାଙ୍କନ ପତ୍ର ଯାଞ୍ଚ
– ୨୪ ଏପ୍ରିଲ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ

Get real time updates directly on you device, subscribe now.