fbpx

କନଜ୍ୟୁମର କୋର୍ଟର ବଡ଼ ନିଷ୍ପତି: ଟ୍ରେନ୍‌ରେ ଜିନିଷ ଚୋରୀ ହେଲେ ଦାୟୀ ରହିବ ରେଳବାଈ, ଦେବାକୁ ପଡିବ କ୍ଷତିପୂରଣ

ନୁଆଦିଲ୍ଲୀ: ଟ୍ରେନ୍‌ରେ ଯାତ୍ରା କରୁଥିାବ ଯାତ୍ରୀ ମାନଙ୍କ ପାଇଁ ଆସିଛି ବଡ଼ ଖବର। ଏଣିକି ଟ୍ରେନ୍‌ରେ ଯାତ୍ରା କରୁଥିବା ସମୟରେ ଆପଣଙ୍କ ଯଦି ଆପନଙ୍କ ଜିନିଷ ଚୋରୀ ହୋଇଯାଏ, ତେବେ ଏହାର ଭରଣା କରିବ ରେଳବାଈ। ଏନେଇ ଚଣ୍ଡିଗଡ଼ କନଜ୍ୟୁମର କମିଶନ ଟ୍ରେନ୍ ଯାତ୍ରୀଙ୍କ ହକ୍‌ରେ ଏହି ଗୁରୁତ୍ୱପୁର୍ଣ୍ଣ ଶୁଣାଣି କରିଛନ୍ତି। ଏଥିରେ କୁହାଯାଇଛି ଯେ, ଅଣସଂରକ୍ଷିତ ବଗିରେ ଯାତ୍ରା ସମୟରେ କୌଣସି ଜିନିଷ ଚୋରୀ ହେଲେ ଏଥି ପାଇଁ ରେଳବାଈ ଦାୟୀ ରହିବ। ଚଣ୍ଡିଗଡ଼ କନଜ୍ୟୁମର କମିଶନ ଏକ ଚୋରୀ ମାମଲାରେ ଶୁଣାଣି କରି ରେଳବାଇକୁ ଏହି ଘଟଣା ପାଇଁ ଦାୟୀ କରିବା ସହିତ ଚୋରୀ ଜିନିଷ ପାଇଁ ୧.୦୮ ଲକ୍ଷ ଟଙ୍କା ଏବଂ ୫୦ ହଜାର ଜୋରିମାନା ଦେବାକୁ ରେଳବାଇକୁ କହିଥିଲେ।

ଚଣ୍ଡିଗଡ଼ର ସେକ୍ଟର -୨୮ନିବାସୀ ରାମବୀରଙ୍କ ଅଭିଯୋଗ ଉପରେ ଗ୍ରାହକ କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ରାମବୀରଙ୍କ ପତ୍ନୀଙ୍କ ପର୍ସକୁ ଅମ୍ବାଲା ରେଳ ଷ୍ଟେସନରେ ଜଣେ ବ୍ୟକ୍ତି ଛଡ଼ାଇ ନେଇଥିଲେ। ତାଙ୍କ ପର୍ସରେ ଟଙ୍କା ଏବଂ ମୂଲ୍ୟବାନ ସାମଗ୍ରୀ ଥିଲା। ରାମବୀର ତାଙ୍କ ପରିବାର ସହିତ ଚଣ୍ଡିଗଡ଼ରୁ ଦିଲ୍ଲୀ ଯାଉଥିଲେ। ଏହି ସମୟରେ ତାଙ୍କ ପର୍ସ ଚୋରି ହୋଇଯାଇଥିଲା, ପରେ ରାମବୀର ପୂର୍ବରୁ ରେଳବାଇ ବିରୋଧରେ ଜିଲ୍ଲା ଉପଭୋକ୍ତା କୋର୍ଟରେ ମାମଲା ଦାୟର କରିଥିଲେ। କିନ୍ତୁ, ତାଙ୍କ ମାମଲା ସେଠାରେ ପ୍ରତ୍ୟାଖ୍ୟାନ କରାଯାଇଥିଲା। ଜିଲ୍ଲା ଉପଭୋକ୍ତା କୋର୍ଟଙ୍କ ଆଦେଶ ବିରୋଧରେ ରାମବୀର ରାଜ୍ୟ ଗ୍ରାହକ ଆୟୋଗରେ ଆବେଦନ କରିଥିଲେ।

ରାମବିର କହିଛନ୍ତି ଯେ ସେ ରେଳ ୱେବସାଇଟରୁ ଗୋଆ ସମ୍ପର୍କ କ୍ରାନ୍ତି ଟ୍ରେନରେ ଟିକେଟ ବୁକ୍ କରିଥିଲେ। ୫ ନଭେମ୍ବର ୨୦୧୮ ରେ, ଯେତେବେଳେ ଟ୍ରେନ୍ ଚଣ୍ଡିଗଡ଼ରୁ ବାହାରିଲେ, ସେତେବେଳେ ସେ ଦେଖିଲେ କିଛି ସନ୍ଦିଗ୍ଧ ଲୋକ କୋଚରେ ବୁଲୁଛନ୍ତି। ସେ ଏବିଷୟରେ TTE କୁ ଜଣାଇଥିଲେ। କିନ୍ତୁ, TTE ତାଙ୍କ କଥା ପ୍ରତି ଧ୍ୟାନ ଦେଇନଥିଲେ। ଅମ୍ବାଲା ରେଳ ଷ୍ଟେସନ ପହଞ୍ଚିବା ମାତ୍ରେ ଜଣେ ସନ୍ଦିଗ୍ଧ ବ୍ୟକ୍ତି ତାଙ୍କ ପତ୍ନୀଙ୍କ ପର୍ସ ଛଡ଼ାଇବା ପରେ ଚଳନ୍ତା ଟ୍ରେନରୁ ଡେଇଁପଡିଥିଲେ।

 

 

 

Get real time updates directly on you device, subscribe now.