fbpx

(Video) ପ୍ରକୃତିର କରାଳ ରୂପ: ଭୟଙ୍କର ଗର୍ଜନ କରି ମାଡି ଆସିଲା ସମୁଦ୍ର, ଦେଖନ୍ତୁ ଏହା ପରର ଦୃଶ୍ୟ

ନୂଆଦିଲ୍ଲୀ: ସୁନାମି ଏବଂ ତୋଫାନ ଅନେକ ଭିଡିଓ ଏବଂ ଫଟୋ ଆପଣ ଦେଖିଥିବେ । ସମୁଦ୍ରରେ ଉଠୁଥିବା ବିଶାଳ ଜୁଆରକୁ ମଧ୍ୟ ଆପଣ ନିଶ୍ଚୟ ଦେଖିଥିବେ । କିନ୍ତୁ ବର୍ତ୍ତମାନ ଭାଇରାଲ ହେଉଥିବା ଏକ ଭିଡିଓରେ ଯେଉଁ ଦୃଶ୍ୟ ଦେଖିବାକୁ ମିଳିଛି, ତାହା ଦେଖିଲେ ଯେ କେହି ବି ଭୟ କରିଯିବ । ବୋଧହୁଏ ଅଧିକାଂଶ ଲୋକ ଏହାକୁ ଦେଖିବା ପରେ ସମୁଦ୍ର ପ୍ରତି ଅଜଣା ଡରରେ ରହିପାରନ୍ତି । ସମୁଦ୍ର କେତେ ଯେ ଭୟଙ୍କର ହୋଇପାରେ, ତାହାର ଏକ ଭୟାନକ ଦୃଶ୍ୟ ଏହି ଭିଡିଓରେ ଦେଖାଯାଇଛି । ଏହାକୁ ଦେଖିଲେ ଲାଗୁଛି ସତେ ଯେମିତି ସହରକୁ ସମ୍ପୂର୍ଣ୍ଣଭାବେ ଗିଳିଯିବ ସମୁଦ୍ର ଭିତରେ ଉଠିଥିବା ଏହି ତୋଫାନ ।

ସୂଚନା ଅନୁସାରେ, ୭୦ମିଲ୍ ପ୍ରତି ଘଣ୍ଟାର ବେଗରେ ବହୁଥିବା ପବନ ସହ ଉଚ୍ଚା ଲହଡି ତୋଫାନର ରୂପ ନେଇଛି । ଏହାକୁ ନୋଆ ବୋଲି ନାମ ଦିଆଯାଇଛି । ଏହାର ପ୍ରଭାବରେ ସମୁଦ୍ରରେ ଉଠୁଥିବା ଲହଡି ଏକ ନୀଳ ପାହାଡ ଭଳି ଦୃଶ୍ୟମାନ ହେଉଛି । ଯାହାକୁ ଦେଖିଲେ ବିଶ୍ୱାସ କରିବା ଟିକିଏ କଷ୍ଟକର ହୋଇପଡିଛି । ତେବେ ବ୍ରିଟେନର ଆଟଲାଣ୍ଟିକ ସମୁଦ୍ରରେ ଉଠିଥିବା ଏହି ବିଶାଳ ଲହଡି ଆଗକୁ ଯାଇ କେପ୍ କର୍ଣ୍ଣୱାଲରେ ଧକ୍କା ହୋଇଛି । ଏହାଫଳରେ ଦକ୍ଷିଣ-ପଶ୍ଚିମ ଇଂଲଣ୍ଡରେ ତଟବର୍ତ୍ତୀ ଅଞ୍ଚଳ, ବିଶେଷ କରି ଡେଭୋନ ଏବଂ କର୍ଣ୍ଣୱାଲରେ ସର୍ବାଧିକ ପ୍ରଭାବିତ ହୋଇଛନ୍ତି । ଦକ୍ଷିଣ-ପୂର୍ବ ଇଂଲଣ୍ଡ ପାଇଁ ପବନର ବେଗକୁ ନେଇ ୟେଲୋ ୱେଦର ୱାର୍ଣ୍ଣିଙ୍ଗ ଜାରି କରାଯାଇଛି । ଏହା ସହିତ ଲୋକମାନଙ୍କୁ ବିଜୁଳି କାଟ୍ ଏବଂ ଯାତ୍ରା ଅବରୋଧକୁ ନେଇ ମଧ୍ୟ ଚେତାବନୀ ଦେଇଛି ପାଣିପାଗ ବିଭାଗ ।

strom noah

ତେବେ ମଙ୍ଗଳବାର ରାତିରେ ଏଠାରେ ୪୦ମିଲ୍ ପ୍ରତି ଘଣ୍ଟା ବେଗରେ ପବନ ବହୁଥିବା ରେର୍ଡ କରାଯାଇଥିଲା । ଏହାଦ୍ୱାରା ଅନେକ ଦୁର୍ଘଟଣା ଘଟିବା ସହ ଆହୁରି ଅନେକ କ୍ଷୟକ୍ଷତି ହୋଇଥିବା ଆକଳନ କରାଯାଉଛି । ଡେଭୋନର ସ୍ପେନ୍ସ କମ୍ବେରେ ଜଣେ ମହିଳାଙ୍କ ଗାଡି ଉପରେ ଗଛ ପଡିଯିବାରୁ ମହିଳା ଜଣଖ ସେଠାରେ ଦୀର୍ଘ ସମୟ ଫସି ରହିଥିଲେ । ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଏହି ସପ୍ତାହ ସାରା ମୌସୂମୀ ଖରାପ ରହିବାର ସମ୍ଭାବନା ରହିଛି । ବିଶେଷ କରି ତଟବର୍ତ୍ତୀ ଅଞ୍ଚଳରେ ୭୫ମିଲ୍ ପ୍ରତି ଘଣ୍ଟା ବେଗରେ ପବନ ବହିପାରେ ।

Get real time updates directly on you device, subscribe now.