ହାତ ପାପୁଲିର ଏହି ରେଖା ଆପଣଙ୍କୁ କରିଦେବ ଧନୀ, ହୋଇଯିବେ ଖୁବ ଭାଗ୍ୟଶାଳୀ

କୁହାଯାଏ ମଣିଷର ଭାଗ୍ୟ ଏବଂ ଭବିଷ୍ୟତ ଆମ ହାତ ପାପୁଲି ରେଖାରେ ଲୁଚି ରହିଥାଏ । ଏହି ଅଗଣିତ ରେଖାଗୁଡିକୁ ପଢିବା ଏବଂ ବୁଝିବା ଖୁବ କଷ୍ଟକର । ତେବେ କେବଳ ହସ୍ତରେଖା ଶାସ୍ତ୍ର ଦ୍ୱାରା ହିଁ ଏସବୁକୁ ବୁଝିହୁଏ । ହାତରେ ଏମିତି ଅନେକ ରେଖା ରହିଛି, ଯାହା ବିଷୟରେ କିଛି ଜଣା ନଥିବା ଯୋଗୁଁ ଆମେମାନେ ଏହାକୁ ଅଣଦେଖା କରି ଦେଇଥାଉ । କିନ୍ତୁ କିଛି ରେଖା ଭବିଷ୍ୟତରେ ଆପଣଙ୍କ ଭାଗ୍ୟ ପରିବର୍ତ୍ତନ କରି ଦେଇଥାଏ । ଏଭଳି ଏକ ରେଖା ହେଉଛି ହାତରେ ଥିବା ଭି(V) ଚିହ୍ନ ।

ଜ୍ୟୋତିଶଙ୍କ ଅନୁସାରେ ପ୍ରତ୍ୟେକ ବ୍ୟକ୍ତିଙ୍କ ରେଖା ଅଲାଗା ହୋଇଥାଏ । ଏହା ବ୍ୟକ୍ତିଙ୍କ ବୈବାହିକ ଜୀବନ, ସନ୍ତାନ ସୁଖ, ଆର୍ଥିକ ସ୍ଥିତି ଆଦି ସମ୍ପର୍କରେ ସୂଚନା ଦେଇଥାଏ । ସେହିପରି ହାତରେ ଏକ V ଚିହ୍ନ ରହିଥାଏ । ହୃଦୟ ରେଖା ଏବଂ ତର୍ଜନୀ-ମଧ୍ୟମା ଆଙ୍ଗୁଳିର ଠିକ ତଳେ ଏହି ଚିହ୍ନ ଦେଖାଯାଇଥାଏ । ତେବେ ଆସନ୍ତୁ ଜାଣିବା ଏହାର ରହସ୍ୟ…

ହସ୍ତରେଖା ଜ୍ୟୋତିଶଙ୍କ ଅନୁସାରେ, ଯେଉଁମାନଙ୍କ ହାତରେ ଏହି ଭି ପରି ଚିହ୍ନ ରହିଥାଏ, ସେମାନେ ଖୁବ ଭାଗ୍ୟଶାଳୀ ହୋଇଥାନ୍ତି । ଏହା ସହିତ ଜୀବନରେ ଏମାନଙ୍କ ଭଲ ଏବଂ ହସମୁଖ ଲୋକମାନଙ୍କ ସହ ଭେଟ ହୋଇଥାଏ । ସେମାନଙ୍କ ସହ ରହିବା ଯୋଗୁଁ ଏମାନଙ୍କ ସ୍ୱଭାବ ମଧ୍ୟ ଏହିପରି ହୋଇଥାଏ ଏବଂ ଏମାନଙ୍କ ନିକଟରେ ନକରାତ୍ମକ ଚିନ୍ତାଧାରା ଖୁବ କମ୍ ଦେଖିବାକୁ ମିଳିଥାଏ । ଏମାନଙ୍କୁ ଖୁବ ଭରସାଯୋଗ୍ୟ ଏବଂ ବୁଝିବା ଭଳି ଜୀବନସାଥୀ ହିଁ ମିଳିଥାନ୍ତି । ଖରାପ ସମୟରେ ଏହି ରେଖା ଥିବା ଲୋକମାନଙ୍କ ଉପରେ ଭରସା କରିହୁଏ । ଦୁର୍ଦ୍ଦିନରେ ଏମାନେ ସାହାଯ୍ୟର ହାତ ବଢାଇଥାନ୍ତି ।

ତେବେ ହାତରେ V ଚିହ୍ନ ଥିବା ଲୋକମାନଙ୍କ ବିଷୟରେ ଏହା ମଧ୍ୟ କୁହାଯାଏ ଯେ, ଜୀବନରେ ଏମାନଙ୍କୁ ପ୍ରଥମେ ଖୁବ ସଂଘର୍ଷ କରିବାକୁ ପଡିଥାଏ । ସମାଜରେ ଏମାନଙ୍କୁ ଅଧିକ ମାନ-ସମ୍ମାନ ମଧ୍ୟ ମିଳି ନ ଥାଏ । ବଡ ବଡ ସମସ୍ୟାର ସାମନା କରିବାକୁ ପଡିଥାଏ ଏଭଳି ରେଖା ଥିବା ବ୍ୟକ୍ତିମାନଙ୍କୁ । କିନ୍ତୁ ୩୫ ବର୍ଷ ବୟସ ପରେ ଏମାନଙ୍କ ଭାଗ୍ୟରେ ପରିବର୍ତ୍ତନ ଆସିଥାଏ । କ୍ୟାରିୟର, ବ୍ୟବସାୟ ଏବଂ ଚାକିରି କ୍ଷେତ୍ରରେ ଏମାନେ ଅଚାନକ ସଫଳତା ହାସଲ କରିଥାନ୍ତି । ଏମାନଭ୍କ ଆର୍ଥିକ ସ୍ଥିତିରେ ମଧ୍ୟ ଖୁବ ପରିବର୍ତ୍ତନ ହୋଇଥାଏ ।