fbpx

IPL-2023 ଏମ.ଏସ ଧୋନୀଙ୍କ ଉପରେ ଲାଗିବ ବ୍ୟାନ୍! ଚେନ୍ନାଇକୁ ଚେତାବନୀ ଦେଲେ ସେହୱାଗ

ନୂଆଦିଲ୍ଲୀ: ରୋୟଲ ଚାଲେଞ୍ଜର୍ସ ବାଙ୍ଗାଲୋରକୁ ରୋମାଞ୍ଚକର ମ୍ୟାଚରେ ମାତ୍ ଦେଇ ପଏଣ୍ଟ ଟେବୁଲର ତୃତୀୟକୁ ଉଠିଛି ଚେନ୍ନାଇ ସୁପର କିଙ୍ଗସ । ଚେନ୍ନାଇର ଦମଦାର ବ୍ୟାଟିଂ ସହ ଭଲ ବୋଲିଂ ଯୋଗୁଁ ଏହି ମ୍ୟାଚରେ ବିଜୟ ସମ୍ଭବ ହୋଇପାରିଛି । କିନ୍ତୁ ଏହାପରେ ମଧ୍ୟ ଧୋନୀବାହିନୀ ଦଳର ବୋଲିଂ ବିଭାଗକୁ ନେଇ ଚିନ୍ତାରେ ରହିଛି । ବର୍ତ୍ତମାନ ସୁଦ୍ଧା ଧୋନୀଙ୍କ ବୋଲିଂ ଡିପାର୍ଟମେଣ୍ଟରେ ଦୁର୍ବଳ ମନେ ହେଉଛି । ତେବେ ଏହା ମଧ୍ୟରେ ଦଳ ଆଗକୁ ଅଦିନାୟକଙ୍କ ବିନା ମଇଦାନକୁ ଓହ୍ଲାଇପାରେ ବୋଲି ଚେତାବନୀ ଦେଇଛନ୍ତି ଭାରତର ପୂର୍ବତନ ଖେଳାଳି ବିରେନ୍ଦ୍ର ସେହୱାଗ ।

ଚେନ୍ନାଇର ବୋଲର ଲଗାତାର ଅତିରିକ୍ତ ରନ୍ ଲୁଟାଇ ଚାଲିଛନ୍ତି । ଏହାକୁ ନେଇ ସେହୱାଗ କହିଛନ୍ତି ଯେ, ଯଦି ବୋଲର ଏଭଳି ଭାବରେ ବୋଲିଂ କରନ୍ତି, ତେବେ ସ୍ଲୋ ଓଭର ରେଟ ଯୋଗୁଁ ଏମ.ଏସ ଧୋନୀଙ୍କ ଉପରେ ବ୍ୟାନ୍ ଲାଗିପାରେ । ବାଙ୍ଗାଲୋର ବିପକ୍ଷରେ ବିଜୟ ପରେ ସୁଦ୍ଧା ଧୋନୀଙ୍କ ଆଖିରେ ଅସନ୍ତୋଷ ଦେଖିବାକୁ ମିଳିଥିଲା । କାରଣ ସେ ପ୍ରଥମରୁ କହି ସାରିଛନ୍ତି ଯେ ବୋଲର ଯଦି ୱାଇଡ ଏବଂ ନୋବଲ ସଂଖ୍ୟାରେ କମ୍ ନ କରନ୍ତି, ତେବେ ସେମାନଙ୍କୁ ଅନ୍ୟ ଜଣେ ଅଧିନାୟକଙ୍କ ନେତୃତ୍ୱରେ ଖେଳିବାକୁ ପଡିବ । ଚେନ୍ନାଇର ବୋଲର ବାଙ୍ଗାଲୋର ବିପକ୍ଷ ଏହି ମ୍ୟାଚରେ ଅତିରିକ୍ତ ଗୋଟିଏ ଓଭର ବୋଲିଂ କରିଛନ୍ତି । ତେବେ ଏହି ରେଟ୍ ଆଗକୁ କମ୍ କରିବା ଆବଶ୍ୟକ । ନଚେତ ଧୋନୀଙ୍କ ଉପରେ ବ୍ୟାନ ଲାଗିବା ସହ ସିଏସକେ ଅଧିନାୟକଙ୍କ ବିନା ମଇଦାନକୁ ଆସିପାରେ ।

ବେନ୍ ଷ୍ଟୋକ୍ସ, ଦୀପକ ଚହର, ସିସାଣ୍ଡା ମଗାଲା ଏବଂ ସିମରଜୀତ ସିଂହଙ୍କ ଆହତ ସମସ୍ୟା ଧୋନୀଙ୍କ ପାଇଁ ବଡ ଚିନ୍ତାର ବିଷୟ ପାଲଟିଛି । ଅଭିଜ୍ଞ ବୋଲର ଦଳରୁ ବାଦ୍ ପଡିବାରୁ ଚେନ୍ନାଇର ବୋଲିଂ ଡିପାର୍ଟମେଣ୍ଟ ଆହୁରି ଦୁର୍ବଳ ହୋଇପଡିଛି । ତେବେ ବାଙ୍ଗାଲୋର ବିପକ୍ଷରେ ଯୁବ ପେସ୍ ବୋଲର ତୁଷାର ଦେଶପାଣ୍ଡେ ଏବଂ ଆକାଶ ସିଂହ ଜବରଦସ୍ତ ବୋଲିଂ କରିଛନ୍ତି । ଏହାସହିତ ରାଜବର୍ଦ୍ଧନେ ହଙ୍ଗରଗେକର ମଧ୍ୟ ଭଲ ଲୟରେ ରହିଛନ୍ତି ।

Get real time updates directly on you device, subscribe now.