fbpx

IPL-2023, ମ୍ୟାଚ ଫିକ୍ସିଙ୍ଗ କରିବାକୁ ଅଫର ପାଇଲେ ମହମ୍ମଦ ସିରାଜ: ଏହି ନିଷ୍ପତ୍ତି ନେଲେ ଷ୍ଟାର ବୋଲର

ନୂଆଦିଲ୍ଲୀ: ପୁଣି ଥରେ ଇଣ୍ଡିଆନ ପ୍ରିମିୟର ଲିଗ ଉପରେ ପଡିଛି ମ୍ୟାଚ ପିକ୍ସିଙ୍ଗର କଳା ନଜର । ଦୀର୍ଘ ଦିନ ପରେ ଆଇପିଏଲକୁ ନେଇ ମ୍ୟାଚ ପିକ୍ସିଂର ଭୟ ଘାରିଛି । ରୋୟଲ ଚାଲେଞ୍ଜର୍ସ ବାଙ୍ଗାଲୋରର ଷ୍ଟାର ବୋଲର ମହମ୍ମଦ ସିରାଜ ଏହି ଚକ୍ରାନ୍ତର ଶିକାର ହୋଇଥିବା ନେଇ ଏକ ମାମଲା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି । ସିରାଜଙ୍କ ସହ ଜଡିତ ଫିକ୍ସିଂ ମାମଲା ବର୍ତ୍ତମାନ ପୁଣିଥରେ ଦଳ ପାଇଁ ଚିନ୍ତା ବଢାଇ ଦେଇଛି ।

ସୂଚନା ଅନୁସାରେ, ବାଙ୍ଗାଲୋରର ପେସ ବୋଲର ମହମ୍ମଦ ସିରାଜଙ୍କୁ ଜଣେ ଡ୍ରାଇଭର ଫୋନ ଯୋଗେ ମ୍ୟାଚ ଫିକ୍ସିଂର ଅଫର ଦେଇଛି । ଆରସିବିର ଆଭ୍ୟନ୍ତରୀଣ ଗୁପ୍ତ ସୂଚନା ଦେବା ବଦଳରେ ମୋଟା ଅଙ୍କର ଟଙ୍କା ଦେବାକୁ କହିଥିଲା ଏହି ବ୍ୟକ୍ତି । ତେବେ ସିରାଜ ଏହି ଲୋଭର ବଶବର୍ତ୍ତୀ ନ ହୋଇ ନିଜର ନିଷ୍ଠାପରତା ଏବଂ ସଚ୍ଚୋଟତା ଦେଖାଇଛନ୍ତି । ଏହି ପୋନ କଲ୍ ସମ୍ପର୍କରେ ସେ ସିଧା ଯାଇ ଭାରତୀୟ କ୍ରିକେଟ ବୋର୍ଡ(ବିସିସିଆଇ)ର ଆଣ୍ଟି କରପ୍ସନ ୟୁନିଟିକୁ ସୂଚନା ଦେଇଛନ୍ତି । ଆଇପିଏଲକୁ ନେଇ ଜୁଆ ଖେଳରେ ମୋଟା ଅଙ୍କର ଟଙ୍କା ହରାଇବା ପରେ ସମ୍ପୃକ୍ତ ଡ୍ରାଇଭର ସିରାଜଙ୍କୁ ମ୍ୟାଚ ଫିକ୍ସିଂ ଅଫର ଆପଣାଇଛି । କିନ୍ତୁ ସିରାଜ ଏହାକୁ ପଣ୍ଡ କରିଛନ୍ତି । ବିସିସିଆଇର ଆଚାର ସଂହିତା ନିୟମ ଅନୁଯାୟୀ, ସିରାଜ ବିସିସିଆଇକୁ ଏହି ଘଟଣା ସମ୍ପର୍କରେ ବିସ୍ତୃତ ଭାବରେ କହିଛନ୍ତି ।

IPL 2022: Fans extend support to Mohammed Siraj after he faces online abuse  post RCB's exit from IPL 15

ତେବେ ପୂର୍ବରୁ ଆଇପିଏଲରେ ଏହି ନିୟମ ଭାଙ୍ଗି ବେଟିଂ ବା ଫିକ୍ସିଂର ମାମଲା ସାମନାକୁ ଆସିଛି । ଏଥିପାଇଁ ଟିମ ଇଣ୍ଡିଆର ଷ୍ଟାର ବୋଲର ଏସ.ଶ୍ରୀସନ୍ଥ ଏବଂ ହରଭଜନ ସିଂ । ତେବେ ଏଥିପାଇଁ ବିସିସିଆଇ ଏକ ନିୟମପ୍ରଣୟନ କରିଛି । ଖେଳରେ ଭ୍ରଷ୍ଟାଚାରକୁ ନେଇ ଆଚାର ସିହିତା ରଖିଛି ଭାରତୀୟ କ୍ରିକେଟ ବୋର୍ଡ । ଯଦି ଫିକ୍ସିଂ ସହ ଜଡିତ କୌଣସି ତଥ୍ୟ ଅଦିକାରୀଙ୍କୁ ଲଚାଯାଏ, ତେବେ ସମ୍ପୃକ୍ତ ଖେଳାଳି ତଥା ଅଧିକାରୀଙ୍କ ବିରୋଧରେ କଡା କାର୍ଯ୍ୟନୁଷ୍ଠାନ ନିଆଯିବ ।

Get real time updates directly on you device, subscribe now.