fbpx

ସାରା ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଜାରି, ସବୁଆଡ଼େ ଅସହ୍ୟ ଗୁଳୁଗୁଳି ଓ ତାତି ଅନୁଭୂତ

ଭୁବନେଶ୍ୱର: ସାରା ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ପଶ୍ଚିମ ଓଡ଼ିଶାରୁ ଉପକୂଳ ଏବଂ ଦକ୍ଷିଣରୁ ଉତ୍ତର ଓଡ଼ିଶା ସବୁଆଡ଼େ ଅସହ୍ୟ ଗୁଳୁଗୁଳି ଓ ତାତି ଅନୁଭୂତ ହେଉଛି । ବାୟୁମଣ୍ଡଳରେ ଆର୍ଦ୍ରତା ଅଧିକ ରହିବା ଯୋଗୁଁ ଗୁଳୁଗୁଳିରେ ରାଜ୍ୟବାସୀ ହସ୍ତସନ୍ତ ହେଉଛନ୍ତି। ଗତକାଲି ୨୯ଟି ସ୍ଥାନରେ ସର୍ବାଧିକ ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିଥିଲା ।

ଆଜି ଆଜି ଦିନ ୨ଟା ୩୦ ସୁଦ୍ଧା ଝାରସୁଗୁଡା: ୪୩.୨ ଡ଼ିଗ୍ରୀ, ସମ୍ବଲପୁର: ୪୨.୮ ଡ଼ିଗ୍ରୀ, ଭୁବନେଶ୍ୱର: ୪୧.୮ ଡ଼ିଗ୍ରୀ, ହୀରାକୁଦ: ୪୧.୬ ଡ଼ିଗ୍ରୀ, ଚାନ୍ଦବାଲି: ୪୦.୬ ଡ଼ିଗ୍ରୀ, କେନ୍ଦୁଝର:୪୦.୦ ଡ଼ିଗ୍ରୀ, ବାଲେଶ୍ୱର: ୩୬.୪ ଡ଼ିଗ୍ରୀ, ପୁରୀ: ୩୪.୦ ଡ଼ିଗ୍ରୀ, ଗୋପାଳପୁର:୩୩.୨ ଡ଼ିଗ୍ରୀ, ପାରାଦୀପ:୩୨.୬ ଡ଼ିଗ୍ରୀ।

Get real time updates directly on you device, subscribe now.