fbpx

ରାସନ କାର୍ଡଧାରୀଙ୍କୁ ବଡ ଉପହାର: ମିଳିବ ଆହୁରି ଅନେକ ଫାଇଦା

ନୂଆଦିଲ୍ଲୀ: ରାସନ କାର୍ଡରେ ପ୍ରତି ମାସ ହିତାଧିକାରୀ ମାନଙ୍କୁ ବିଭିନ୍ନ ପ୍ରକର ସୁବିଧା ଯୋଗାଇ ଦିଆଯାଏ । ସାଧାରଣ ଲୋକଙ୍କୁ ଏହି କାର୍ଡ ଦ୍ୱାରା ମାସିକ ମାଗଣା ରାସନ ଦେଇଥାନ୍ତି ସରକାର । ଗରିବଙ୍କୁ ଶସ୍ତା କିମ୍ବା କମ୍ ମୂଲ୍ୟରେ ବିଭିନ୍ନ ରାସନ ଯେଗାଇ ଦେବା ପାଇଁ ଏହି ସମସ୍ତ ରାଜ୍ୟ ସରକାରଙ୍କୁ ଦାୟିତ୍ୱ ଦେଇଛନ୍ତି କେନ୍ଦ୍ର ସରକାର । ତେବେ ରାସନ କାର୍ଡରେ କେବଳ ରାସନ୍ ସାମଗ୍ରୀ ମିଳିଥାଏ ବୋଲି ଜାଣିଛନ୍ତି ସାଧାରଣ ଲୋକେ । କିନ୍ତୁ ଏହାବ୍ୟତୀତ ଆହୁରି ଅନେକ କାମରେ ଆସିପାରେ ଆପଣଙ୍କ ପାଖରେ ଥିବା ଏହି ରାସନ କାର୍ଡ ।

ମାଗଣା ରାସନ ବ୍ୟତୀତ ଖାଉଟି ଅନ୍ୟ ସରକାରୀ ଯୋଜନା ସହିତ ଅନେକ କିଛି ବଡ ଫାଇଦା ମଧ୍ୟ ଉଠାଇପାରନ୍ତି । ରାସନ କାର୍ଡକୁ ଆପଣ ନିଜ ଠିକଣା ବା ପରିଚୟ ପତ୍ର ଭାବରେ ମଧ୍ୟ ବ୍ୟବହାର କରିପାରିବେ । ସେହିପରି ବ୍ୟାଙ୍କ ସହ ଜଡିତ କିଛି କାର୍ଯ୍ୟ ବା ଗ୍ୟାସ କନେକ୍ସନ ନେବା ପାଇଁ ଗ୍ରାହକ ରାସନ କାର୍ଡକୁ ବ୍ୟବହାର କରିପାରିବେ । ଭୋଟର ଆଇଡି କାର୍ଡ ପାଇଁ ଆବେଦନ କରିବା ସମୟରେ ମଧ୍ୟ ରାସନ କାର୍ଡ ଆପଣଙ୍କୁ ସାହାଯ୍ୟ କରିପାରେ । ତେବେ ଯଦି ଆପଣଙ୍କ ପାରିବାରିକ ରୋଜଗାର ୨୭ ହଜାରରୁ କମ୍ ହୋଇଥାଏ, ତେବେ ଆପଣ ଗରିବ ରେଖା ତଳେ ରାସନ୍ କାର୍ଡ ପାଇଁ ଆବେଦନ କରିପାରିବେ ।

ସରକାରଙ୍କ ତରଫରୁ ପାତ୍ରତା ଅନୁସାରେ, ଗରିବ ସୀମାରେଖାରୁ ଉପରେ ଏପିଏଲ, ଗରିବ ସୀମାରେଖାରୁ ତଳେ ବିପିଏଲ କାର୍ଡ ଏବଂ ଅନ୍ତୋଦୟ ରାସନ କାର୍ଡ ପ୍ରସ୍ତୁତ କରିପାରିବେ । ଏହି କାର୍ଡ ସହିତ ମାଗଣା ରାସନ ସାମଗ୍ରୀ ଏବଂ ବିଭିନ୍ନ ସୁବିଧାର ଫାଇଦା ଉଠାଇପାରିବେ ଗ୍ରାହକ ।

Get real time updates directly on you device, subscribe now.