fbpx

ୟଶ୍ ଚୋପ୍ରାଙ୍କ ପତ୍ନୀ ଓ ରାନୀ ମୁର୍ଖାଜୀଙ୍କ ଶାଶୁ ପାମେଲା ଚୋପ୍ରା ଆଉ ନାହାଁନ୍ତି , ୮୫ ବର୍ଷ ବୟସରେ ଦେହାନ୍ତ

ମୁମ୍ବାଇ : ୟଶ ଚୋପ୍ରାଙ୍କ ପତ୍ନୀ ଏବଂ ଆଦିତ୍ୟ ଚୋପ୍ରାଙ୍କ ମା ପାମେଲା ଚୋପ୍ରା ୮୫ ବର୍ଷ ବୟସରେ ଆରପାରିକୁ ଚାଲିଯାଇଛନ୍ତି । ସୂଚନା ଅନୁଯାୟୀ ଗୁରୁବାର ସକାଳେ ମୁମ୍ବାଇରେ ତାଙ୍କର ମୃତ୍ୟୁ ଘଟିଛି। ପାମେଲା ତାଙ୍କ ସ୍ୱାମୀ ୟଶ ଚୋପ୍ରାଙ୍କ ପ୍ରଡକ୍ସନ୍ ହାଉସ୍ ୟଶ ରାଜ ଫିଲ୍ମରେ ସର୍ବଦା ସକ୍ରିୟ ଥିଲେ ଏବଂ ଅନେକ ଚଳଚ୍ଚିତ୍ରରେ ଲେଖକ ତଥା ଡିଜାଇନ୍ ଭାବରେ ମଧ୍ୟ ସମ୍ମାନିତ ହୋଇଥିଲେ।

ସୂଚନାଯୋଗ୍ୟ, ପାମେଲା ନିର୍ଦ୍ଦେଶକ ୟଶ ଚୋପ୍ରାଙ୍କ ୧୯୭୬ ଚଳଚ୍ଚିତ୍ର ‘କଭି କଭି’ କାହାଣୀ ଲେଖିଛନ୍ତି। ଏହା ସହିତ ସେ ଅମିତାଭ ବଚ୍ଚନ, ରେଖା ଏବଂ ଜୟା ବଚ୍ଚନଙ୍କ ଅଭିନୀତ ୧୯୮୧ ଚଳଚ୍ଚିତ୍ର ‘ସିଲସିଲା’ର ଡିଜାଇନର୍ ମଧ୍ୟ ଥିଲେ।

କୁହାଯାଏ ଯେ, ୟଶ ରାଜ ଫିଲ୍ମ ପ୍ରଡକ୍ସନ୍ ସଫଳତା ପଛରେ ପାମେଲାଙ୍କର ଏକ ବଡ଼ ହାତ ଥିଲା । ସେ ଇଣ୍ଡଷ୍ଟ୍ରିରେ ପାମ ଆଣ୍ଟି ଭାବରେ ପରିଚିତ ଥିଲେ । ନିକଟରେ ନେଟଫ୍ଲିକ୍ସର ସିରିଜ୍ ‘ରୋମାଣ୍ଟିକ୍ସ’ ରେ ପାମେଲାଙ୍କୁ ଦେଖିବାକୁ ମିଳିଥିଲା। ୟଶ ଚୋପ୍ରାଙ୍କ ପରେ ୟଶ ରାଜ ଫିଲ୍ମସ ର ଏହି ଷ୍ଟୁଡିଓକୁ ତାଙ୍କ ପୁଅ ଆଦିତ୍ୟ ଚୋପ୍ରା ବୁଝାବୁଝି କରୁଛନ୍ତି ।

डायरेक्टर यश चोपड़ा की पत्नी का निधन, 85 की उम्र में ली अंतिम सास - veteran Bollywood film director Yash Chopra wife and Aditya Chopra mother Pamela Chopra died know details tmovf - AajTak

ତାଙ୍କ ବୋହୂ ରାନୀ ମୁଖାର୍ଜୀ ନିକଟରେ ପିଟିଆଇକୁ ଦେଇଥିବା ଏକ ସାକ୍ଷାତକାରରେ କହିଛନ୍ତି ଯେ ୟଶ ଚୋପ୍ରାଙ୍କ ଫିଲ୍ମରେ ମହିଳାମାନେ ଯେଉଁ ସୁନ୍ଦର ଅଭିନୟ କରୁଛନ୍ତି ସେଥିପାଇଁ ପାମ ଆଣ୍ଟି ଦାୟୀ। କାରଣ ତାଙ୍କ ଠାରୁ ହିଁ ୟଶ ଚୋପ୍ରାଙ୍କ ପ୍ରେରଣା ମିଳେ ।

Get real time updates directly on you device, subscribe now.