fbpx

ସକାଳୁ ସକାଳୁ ବଡ ଦୁର୍ଘଟଣା: ବସ୍-ଟ୍ରକ୍ ଧକ୍କାରେ ୭ ଜଣଙ୍କ ମୃତ୍ୟୁ, ୪୦ ଆହତ

ଲକ୍ଷ୍ନୌ: ରାତି ପାହାନ୍ତାରୁ ଘଟିଯାଇଛି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା । ରାସ୍ତାରେ ଛିଡା ହୋଇଥିବା ଏକ ଯାତ୍ରୀବାହୀ ବସକୁ ପଛପଟୁ ଧକ୍କା ଦେଇଛି ଟ୍ରକ୍ । ଉତ୍ତରପ୍ରଦେଶ ଗୋରଖପୁର ଜାତୀୟ ରାଜପଥରେ ଏଭଳି ଏକ ମମନ୍ତୁଦ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦ ଜଣ ଆହତ ହୋଇଛନ୍ତି । ତେବେ ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । କିନ୍ତୁ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ଅଧିକ ତଥ୍ୟ ଏପର୍ଯ୍ୟନ୍ତ ମିଳି ପାରିନାହିଁ ।

Get real time updates directly on you device, subscribe now.