fbpx

କାଳ ହେଲା ମହାକାଳ ଦର୍ଶନ ; ଅଗ୍ନିକାଣ୍ଡରେ ଫସି ହନ୍ତସନ୍ତ ହେଲେ ଶ୍ରଦ୍ଧାଳୁ

ନୂଆଦିଲ୍ଲୀ : କାଳ ହେଲା ମହାକାଳ ଦର୍ଶନ । ଦର୍ଶନ କରିବାକୁ ଯାଇ ଲୋକ ହେଲେ ହନ୍ତସନ୍ତ । ଅଗ୍ନିକାଣ୍ଡରେ ଅନେକ ଶ୍ରଦ୍ଧାଳୁ ଫସି ରହିଥିବା ବେଳେ ୩ ଘଣ୍ଟା ପରେ ଉଦ୍ଧାର କରାଗଲା । ଛୋଟ ପିଲା ଠାରୁ ଆରମ୍ଭ କରି ବୃଦ୍ଧବୃଦ୍ଧା ପର୍ଯ୍ୟନ୍ତ ଏହି ଅଗ୍ନିକାଣ୍ଡରେ ଫସି ରହିଥିଲେ ।

ସୂଚନାଯୋଗ୍ୟ, ଉଜୈନ୍ ଥାନା ଡିୱାସ୍ ଗେଟ୍ ଅଞ୍ଚଳରେ ଅବସ୍ଥିତ ହୋଟେଲ ଚନ୍ଦ୍ରଗୁପ୍ତ ୫ ମହଲା ଅଗ୍ନିକାଣ୍ଡ ଘଟିଥିଲା । ଆଜି ଭୋରରୁ ଅର୍ଥାତ୍ ୨୨ ଅପ୍ରିଲ ସକାଳ ପ୍ରାୟ ୩ଟା ସମୟରେ ହଠାତ୍ ଅଗ୍ନିକାଣ୍ଡ ଘଟିଥିଲା । ପ୍ରାୟ ୭୦ ରୁ ୭୫ ଜଣ ଲୋକ ହୋଟେଲରେ ଉପସ୍ଥିତ ଥିଲେ। ଏଥିରେ ମହିଳା, ଶିଶୁ, ବୃଦ୍ଧବୃଦ୍ଧା ମଧ୍ୟ ସାମିଲ ଥିଲା । ଅଗ୍ନିକାଣ୍ଡ ହେତୁ ଏହି ସମସ୍ତ ଯାତ୍ରୀ ହୋଟେଲ ଭିତରେ ଫସି ରହିଥିଲେ।

ସୂଚନା ପାଇବା ମାତ୍ରେ ପୋଲିସ ଏବଂ ଅଗ୍ନିଶମ ବିଭାଗ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ପ୍ରାୟ ଦୁଇ ଘଣ୍ଟା ଉଦ୍ୟମ ପରେ ଅଗ୍ନିଶମ ବାହିନୀ ନିଆଁକୁ ନିୟନ୍ତ୍ରଣ କରିବାରେ ସକ୍ଷମ ହୋଇଥିଲେ। ଅନ୍ୟପକ୍ଷରେ ନିକଟସ୍ଥ ଲୋକ ଏବଂ ହୋଟେଲ କର୍ମଚାରୀମାନେ ନିକଟରେ ଥିବା ଛାତକୁ ଡେଇଁପଡି ସୁରକ୍ଷିତ ଭାବରେ ବାହାରି ଯାଇଥିଲେ । ସର୍ଟ ସର୍କିଟରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି ।

Get real time updates directly on you device, subscribe now.