fbpx

କଟକରୁ ଆସିଲା ବିଚିତ୍ର ଘଟଣା: ମାଟି ତଳୁ ବାହାରିଲା ଖାଲି ୫୦୦ ଟଙ୍କିଆ ନୋଟ୍, ମୁଣ୍ଡରେ ହାତ ଦେଲେ ଶ୍ରମିକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅନେକ ସମୟରେ ଆମ ସମାଜରେ କିଛି ଅଦ୍ଭୂତ ଘଟଣା ଘଟିଥାଏ । ଏହି ଘଟଣାକୁ ନିଜ ଆଖିରେ ନ ଦେଖିବା ପର୍ଯ୍ୟନ୍ତ କେହି ବିଶ୍ୱାସ କରିପାରନ୍ତି ନାହିଁ । ତେବେ ଆପଣଙ୍କୁ ଯଦି କୁହାଯିବ ମାଟି ଭିତରୁ ପଇସା ବାହାରୁଛି, ତେବେ ଆପଣମାନେ ନିଶ୍ଚିତ ଭାବେ ପାଗଳ ବୋଲି କହିବେ । ତେବେ ନିକଟରେ ଆମ ରାଜ୍ୟରେ ଏପରି ଏକ ଅଜବ ଘଟଣା ଘଟିଛି ।

ସୂଚନା ମୁତାବକ, କଟକ ଜିଲ୍ଲାରେ ଜଣେ ଶ୍ରମିକ କାମ କରୁଥିବା ସମୟରେ ୫୦୦ ଟଙ୍କିଆ ନୋଟ୍ ପାଇଥିଲେ । ମାଟି ଖୋଳୁଥିବା ବେଳେ ମାଟି ଭିତରୁ ଏପରି ଅନେକ ୫୦୦ ଟଙ୍କିଆ ନୋଟ୍ ଦେଖି ସେ କାମ ଅଧାରୁ ବନ୍ଦ କରିଦେଇଥିଲେ । ତେବେ ଗୋଟିଏ କି ଦୁଇଟି ନୁହେଁ ଏପରି ପାଖାପାଖି ୧୦ ହଜାର ଟଙ୍କା ମାଟି ଭିତରୁ ବାହାରିଥିଲା । ତେବେ ଏହି ଟଙ୍କାକୁ ପାଇବା ପାରେ ଶ୍ରମିକ ଜଣଙ୍କ ତାହାକୁ ଠିକାଦାରଙ୍କୁ ଦେଇଥିଲେ ।

ଜିଲ୍ଲାର ବାଙ୍କି ତହସିଲଦାରଙ୍କ ସରକାରୀ କ୍ୱାର୍ଟରର ମରାମତି ଓ କଲରିଂ କାର୍ଯ୍ୟ ଚାଲିଥିବା ବେଳେ ଏହି ଘଟଣା ସାମ୍ନାକୁ ଆସିଥିଲା । ବାସଭବନର ପଛପଟେ ଥିବା କଦଳୀ ଗଛକୁ ଶ୍ରମିକ ଜଣଙ୍କ ପ୍ରଥମେ କାଟିଥିଲେ । ତା’ପରେ ମାଟି ଖୋଳିଥିଲେ । ମାତ୍ର ମାଟି ତଳୁ ହଠାତ୍ ବହୁମାତ୍ରାରେ ୫୦୦ ଟଙ୍କିଆ ନୋଟ୍ ବାହାରିବା ଦେଖି ସେ କାବା ହୋଇଯାଇଥଲେ । ତେବେ ଆଜି ସରକାରୀ ଛୁଟି ଥିବାରୁ ଏ ପ୍ରସଙ୍ଗରେ ତହସିଲକାରଙ୍କ ପ୍ରତିକ୍ରିୟା ମିଳିପାରିନାହିଁ । ଅନ୍ୟ ପକ୍ଷରେ ଏତେ ଟଙ୍କା ମାଟି ଭିତରକୁ କେମିତି ଆସିଲା ତାହା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

Get real time updates directly on you device, subscribe now.