fbpx

ଆକ୍ସନ ମୁଡ଼ରେ ଗଣଶିକ୍ଷା ବିଭାଗ: କମ୍ ପିଲା ଥିଲେ ସ୍କୁଲରେ ତାଲା ଝୁଲିବ, ନିୟମ ନ ମାନିଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଶିକ୍ଷାର ଉନ୍ନତି ପାଇଁ ରାଜ୍ୟ ସରକାର ସର୍ବଦା ପ୍ରୟାସ କରୁଛନ୍ତି । ବର୍ତ୍ତମାନ ସମୟରେ ରାଜ୍ୟରେ ପ୍ରବଳ ତାତି ଅନୁଭୂତ ହେଉଥିବାରୁ ରାଜ୍ୟ ସରକାର ସ୍କୁଲ ଛୁଟି ଘୋଷଣା କରୁଛନ୍ତି । ଏଥିସହିତ ପାଗରେ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ସ୍କୁଲ ଓ ଅଙ୍ଗନୱାଡ଼ିର ସମୟ ନିର୍ଘଣ୍ଟରେ ପରିବର୍ତ୍ତନ କରୁଛନ୍ତି । ତେବେ ଏହା ମଧ୍ୟରେ ସ୍କୁଲକୁ ନେଇ କିଛି ସ୍ଥାନରେ ବେନିୟମ ଭାବେ କାର୍ଯ୍ୟ ଚାଲିଥିବା ଖବର ଆସିବା ପରେ ଆକ୍ସନ ମୁଡ଼କୁ ଚାଲି ଆସିଛି ଗଣଶିକ୍ଷା ବିଭାଗ ।

ସୂଚନା ମୁତାବକ, ରାଜଧାନୀ ଭୁବନେଶ୍ୱରରେ କିଛି ସ୍କୁଲରେ ଛାତ୍ରଛାତ୍ରୀଙ୍କ ସଂଖ୍ୟାକୁ ନେଇ ଚଞ୍ଚକତା କରାଯାଉଥିବା ଜଣାପଡ଼ିଛି । ମାନ୍ୟତା ପାଇବାକୁ ଅପେକ୍ଷା କରିଥିବା କିଛି ସ୍କୁଲ ଏହି କାର୍ଯ୍ୟରେ ଲିପ୍ତ ଥିବା ପଡ଼ିଛି । ଏହି ଅଭିଯୋଗ ଆସିବା ପରେ ପୂର୍ବରୁ କିଛି ସ୍କୁଲକୁ ବନ୍ଦ କରିଦିଆଯାଇଥିବା ବେଳେ ଆଗକୁ ମଧ୍ୟ ଏନେଇ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସାଧାରଣ ଭାବେ ଗୋଟିଏ ସ୍କୁଲରେ ୫୦ ପିଲା ରହିବା ନେଇ ନିୟମ ରହିଛ । ମାତ୍ର କିଛି ସ୍କୁଲରେ ଏହି ନିୟମ ଉଲ୍ଲଂଘନ କରାଯାଉଥିବା ନେଇ ଅଭିଯୋଗ ଆସିବା ପରେ ଏପରି ୩୦ରୁ ଅଧିକ ସ୍କୁଲରେ ଏବେ ତାଲା ଛୁଲୁଛି ।

କିଛି ସ୍ଥାନରେ ସ୍କୁଲ କର୍ତ୍ତୃପକ୍ଷମାନେ ଚଞ୍ଚକତା କରୁଥିବା ଜଣାପଡ଼ିଛି । ରାଜଧାନୀର ୫୦ ବର୍ଷରୁ ଅଧିକ ଏକ ପୁରୁଣା ସରକାରୀ ଉଚ୍ଚବିଦ୍ୟାଳୟରେ ମାତ୍ର ୩୫ ଜଣ ପିଲା ପଢ଼ୁଥିବା ବେଳେ ସେଠାରେ କ୍ଲାସ ଚାଲୁଥିଲା । ଉକ୍ତ ସ୍କୁଲରେ ନିୟମିତ ଭାବେ ପିଲାଙ୍କ ସଂଖ୍ୟା କମିବାରେ ଲାଗିଥିବା ବେଳେ ପ୍ରତିକାର ବ୍ୟବସ୍ଥା କରାଯାଇ ନଥିଲା । ତେଣୁ ବିଭାଗ ପକ୍ଷରୁ ଉକ୍ତ ସ୍କୁଲକୁ ବନ୍ଦ ନିଷ୍ପତ୍ତି ନିଆଯାଇଥିଲା । ନିୟମ ନ ମାନିଲେ ସରକାରୀ ମାନ୍ୟତା ମିଳିବ ନାହିଁ, ବରଂ ଏପରି ସ୍କୁଲକୁ ବନ୍ଦ କରି ଦିଆଯିବ । ସରକାରୀ ମାନ୍ୟତା ଅପେକ୍ଷା ରହିଥିବା ଏପରି ୧୯୦ରୁ ଅଧିକ ସ୍କୁଲର ପିଲା ସଂଖ୍ୟାକୁ ମଧ୍ୟ କଡ଼ାକଡ଼ି ଭାବେ ଯାଞ୍ଚ କରାଯିବ ବୋଲି ବିଭାଗ ପକ୍ଷରୁ ଜଣାପଡ଼ିଛି ।

Get real time updates directly on you device, subscribe now.