fbpx

ଆରମ୍ଭ ହେଲା ଶ୍ରୀଜୀଉଙ୍କର ୨୧ ଦିନ ବ୍ୟାପୀ ବାହ୍ୟ ଚନ୍ଦନଯାତ୍ରା ଓ ତିନି ରଥର ନିର୍ମାଣ କାର୍ଯ୍ୟ

ପୁରୀ: ଅକ୍ଷୟ ତୃତୀୟା ତିଥିରେ ଶ୍ରୀଜୀଉଙ୍କର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ତିନିରଥର ନିର୍ମାଣ କାର୍ଯ୍ୟ ଶୁଭାରମ୍ଭ ହୋଇଛି। ଶ୍ରୀମନ୍ଦିରରୁ ଆଜ୍ଞାମାଳ ଆସିବା ପରେ ବଡ଼ଦାଣ୍ଡ ରଥଖଳାଠାରେ ରଖାଯାଇଥିବା ରଥକାଠଗୁଡ଼ିକୁ ପୂଜା କରାଯାଇଥିଲା। ତିନିରଥର ମୁଖ୍ୟ ମହାରଣା କୁରାଢ଼ୀ ସ୍ପର୍ଶ କରାଇ ରଥ ନିର୍ମାଣର ଶୁଭ ପକାଇଥିଲେ।

ସେହିଭଳି ଶ୍ରୀଜୀଉଙ୍କର ଆଜିଠାରୁ ୨୧ଦିନ ବ୍ୟାପୀ ବାହ୍ୟ ଚନ୍ଦନଯାତ୍ରା ଆରମ୍ଭ ହୋଇଛି। ଠାକୁରଙ୍କର ଚଳନ୍ତି ପ୍ରତିମା ଶ୍ରୀ ମଦନମୋହନ ଭୂଦେବୀ, ଶ୍ରୀଦେବୀ ଏବଂ ପଞ୍ଚୁପାଣ୍ଡବଙ୍କ ସହ ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡା କରୁଥାନ୍ତି। ପାଗ ଅନୁକୂଳ ଥିବାରୁ ଠାକୁରଙ୍କର ଚନ୍ଦନଯାତ୍ରା ଦେଖିବା ପାଇଁ ପୁରୀରେ ଶ୍ରଦ୍ଧାଳୁଙ୍କର ପ୍ରବଳ ଭିଡ ପରିଲକ୍ଷିତ ହୋଇଛି। ଏଥିପାଇଁ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

Get real time updates directly on you device, subscribe now.