fbpx

(Video) ମାତୃଶକ୍ତି ଆଗରେ ହାର ମାନିଲା ବାଘର ଗର୍ଜନ! ଦୌଡ଼ି ପଳାଇଲା ଶତ୍ରୁ, ବାଛୁରୀ ଜୀବନ ବଞ୍ଚାଇଲା ମାଆ ଗାଈ

ନୂଆଦିଲ୍ଲୀ: ଏ ବିଶ୍ୱ ବ୍ରହ୍ମାଣ୍ଡରେ ମାଆକୁ ଏକ ଶ୍ରେଷ୍ଠ ଆସନ ଦିଆଯାଇଥାଏ । ମାଆର ମମତାର ମୂଲ୍ୟ ଏ ସୃଷ୍ଟିରେ କେହି ଦେଇ ପାରିନାହାନ୍ତି କି ଦେଇ ପାରିବେ ନାହିଁ । ଗୋଟିଏ ଛୁଆକୁ ଜନ୍ମ ଦେବା ପାଇଁ ଗୋଟିଏ ମାଆ ଯେତିକି କଷ୍ଟ ସ୍ୱୀକାର କରିଥାଏ ତାହା ଜଣେ ସାଧାରଣ ମଣିଷ କେବେ ବି ସହ୍ୟ କରିପାରିବ ନାହିଁ । ତେବେ ମଣିଷ ବା ପଶୁପକ୍ଷୀ ହୁଅନ୍ତୁ ମାଆ-ଶିଶୁର ସମ୍ପର୍କ ଅନନ୍ୟ ।

ତେବେ ଗୋଟିଏ ମାଆ ତା’ର ଛୁଆକୁ ହିଂସ୍ର ଜନ୍ତୁଙ୍କ କବଳରୁ ରକ୍ଷା କରିବା ପାଇଁ ନିଜ ଜୀବନକୁ ମଧ୍ୟ ବାଜି ଲଗାଇ ଦେଇପାରେ । ନିକଟରେ ଏପରି ଏକ ଭିଡିଓ ସାମ୍ନାକୁ ଆସିଛି । ସାଧାରଣ ଭାବେ ଜଙ୍ଗଲ ଶକ୍ତିଶାଳୀ ବାଘ ଗାଈକୁ ମାରି ଖାଇ ଦେଉଥିବାର ଅନେକ ଖବର ଆସେ ଶୁଣିଛେ । ମାତ୍ର ଏଠାରେ ତା’ର ବ୍ୟତିକ୍ରମ ଘଟିଛି । ନିଜ ଛୁଆକୁ ରକ୍ଷା କରିବାକୁ ଯାଇ ମାଆ ଗାଈ ଗୋଟିଏ ବାଘ ସହ ଲଢ଼େଇ କରିଛି । ଏପରିକି ଶେଷରେ ସେ ଏହି ଲଢ଼େଇରେ ବିଜୟ ହାସଲ କରିବା ସହ ବାଘଟି ଦୂରକୁ ଦୌଡ଼ି ପଳାଇ ଯାଇଥିଲା ।

କୁହାଯାଏ, ଈଶ୍ୱର ପ୍ରତ୍ୟେକ ସ୍ଥାନରେ ରହିପାରନ୍ତି ନାହିଁ । ତେଣୁ ସେ ମା’କୁ ଏ ସୃଷ୍ଟିରେ ଜନ୍ମ ଦେଇଛନ୍ତି । ନିଜର ଶିଶୁକୁ ବଞ୍ଚାଇବା ପାଇଁ ମାଆ ଏ ବିଶ୍ୱରେ ଅନେକ ଶକ୍ତି ସହ ଲଢ଼ିବାକୁ ପ୍ରସ୍ତୁତ ହୋଇଯାଇଥାଏ । ତେବେ ଏହା କେବଳ ମଣିଷ ପାଇଁ ନୁହେଁ ପଶୁପକ୍ଷୀଙ୍କ ପାଇଁ ମଧ୍ୟ ଲାଗୁ ହୋଇଥାଏ । ଟ୍ୱିଟରରେ ଭାଇରାଲ ହେଉଥିବା ଏହି ଭିଡିଓଟି ହେଉଛି ତା’ର ଏକ ବଡ଼ ପ୍ରମାଣ । ମାଆ ଗାଈ ଆଜି ମୃତ୍ୟୁ ମୁଖରୁ ତା’ର ଛୁଆକୁ ଟାଣି ଆଣି ତାକୁ ଏକ ନୂଆ ଜୀବନ ଦେଇ ପାରିଛି । ଉତ୍ତରାଖଣ୍ଡର ପୌଡ଼ି ଜିଲ୍ଲାରେ ଏହି ଘଟଣା ଘଟିଥିଲା । ଗୋଟିଏ ବାଘ ୩-୪ଟି ବାଛୁରୀକୁ ଗୋଡ଼ାଇବା ସହିତ ଗୋଟିଏ ବାଛୁରୀକୁ କାବୁ କରିନେଇଥିଲା । ଠିକ୍ ଏହି ସମୟରେ ମାଆ ଗାଈ ଘଟଣାସ୍ଥଳରେ ପହଞ୍ଚିବା ପରେ ବାଘଟି ଦୂରକୁ ପଳାଇ ଯାଇଥିଲା ।

Get real time updates directly on you device, subscribe now.