ନୂଆଦିଲ୍ଲୀ : ଏଣିକି ସ୍କୁଲ ପିଲାମାନେ ଆଉ ପୁଷ୍ଟିହୀନତାର ଶିକାର ହେବେ ନାହିଁ । ଏଥିପାଇଁ କୃତ୍ରିମ ଇଣ୍ଟେଲିଜେନ୍ସ ଟେକ୍ନୋଲୋଜି ଲଞ୍ଚ କରାଯାଇଛି। ଯେଉଁ ମେସିନ୍ ଯାଞ୍ଚ କରିବ ଛାତ୍ରଛାତ୍ରୀମାନେ ପୃଷ୍ଟିହୀନତା ଶିକାର ହୋଇଛନ୍ତି କି ନାହିଁ । ସେମାନଙ୍କର ଖାଦ୍ୟ ଗୁଣବତ୍ତା ଚିହ୍ନଟ କରିବ ଏବଂ ଉକ୍ତ ପିଲା କେତେ ପରିମାଣର ପୃଷ୍ଟିସାର ଦରକାର ତାହା ଜଣାଇବ ଏହି ମେସିନ୍ ।
ଯଦି ଆମେ ବୈଷୟିକ ଜ୍ଞାନ କୌଶଳ ବା ଟେକ୍ନୋଲୋଜି ବିଷୟରେ କଥା ହେବା, ତେବେ ଟେକ୍ନୋଲୋଜି ଆଜିକା ଦିନରେ କେତେ ଉପରେ ତାହା ଆମ ସମସ୍ତଙ୍କୁ ଜଣା । ଏଭଳି କୌଣସି ଦିନ ନ ଥିବ ବା ଏଭଳି କୌଣସି କାମ ନ ଥିବା ଯେଉଁଥିପାଇଁ ଆମେ ଟେକ୍ନୋଲୋଜି ସାହାଯ୍ୟ ନେଇ ନ ଥିବା । ସେହି ପରିପ୍ରେକ୍ଷୀରେ ସ୍କୁଲ ପିଲାଙ୍କ ପାଇଁ ମଧ୍ୟ ଏକ ନୂଆ ଟେକ୍ନୋଲୋଜି ଆସିଛି । ଯିଏ ପିଲାମାନଙ୍କ ପୌଷ୍ଟିକତା ଯାଞ୍ଚ କରିବ ।
ଏହା ମହାରାଷ୍ଟ୍ରର ଗାଡଚିରୋଲିରୁ ଏହି ମେସିନର ଶୁଭ ଆରମ୍ଭ ହୋଇଛି । ଏକ ବିଦ୍ୟାଳୟରେ ଏହି ମେସିନ୍ ସ୍ଥାପିତ ହୋଇଛି । ଏହି ମେସିନ୍ ଖାଦ୍ୟର ଗୁଣବତ୍ତା ଚିହ୍ନଟ କରିବ । ଏହା ସହିତ ଖାଦ୍ୟର ଫଟୋ ଏବଂ ଶିଶୁର ଫଟୋ ଉଠାଇ, ସେହି ପିଲାଟି କ’ଣ ଏବଂ କେତେ ପରିମାଣର ଖାଇବା ଉଚିତ୍ ତାହା ମଧ୍ୟ କହିବ । ଏହି ମେସିନ୍ ଟି ଗୁଣବତ୍ତା ସହିତ ପରିମାଣ ଉପରେ ବିଶେଷ ଧ୍ୟାନ ଦେଇଥାଏ । ଏହି ମେସିନ୍ ଲଗାଇବାର ମୂଳ ଉଦ୍ଦେଶ୍ୟ ହେଉଛି ପୁଷ୍ଟିକର ସ୍ତରରେ ଉନ୍ନତି ଆଣିବା ।
ମେସିନ୍ କିପରି କାମ କରିବ ?
ଏହି ମେସିନ୍ ର କାର୍ଯ୍ୟ ପଦ୍ଧତି ଅତ୍ୟନ୍ତ ନିଆରା । ଛାତ୍ର ଏହି ମେସିନ୍ ସାମ୍ନାରେ ଛିଡା ହୋଇ ଖାଦ୍ୟ ପ୍ଲେଟ୍ ମେସିନ୍ ଉପରେ ରଖିବ । ମେସିନ୍ ଖାଦ୍ୟର ଏକ ଥାଳି ସହିତ ଛାତ୍ରର ଫଟୋ ଉଠାଇବ ଏବଂ ତୁରନ୍ତ ଜଣାଇବ ଯେ, ଶିଶୁକୁ ପୃଷ୍ଟିହୀନତା ହୋଇଛି କି ନାହିଁ । ଖାଦ୍ୟର ଗୁଣ ଭଲ ଅଛି କି ନାହିଁ ଏବଂ ଖାଦ୍ୟରେ ଆଉ କ’ଣ ପରିବର୍ତ୍ତନ କରାଯିବ ।