fbpx

ଖାଦ୍ୟକୁ ନଚୋବାଇ ଶୀଘ୍ର ଶୀଘ୍ର ଗିଳିଦେଉଥିଲେ ସାବଧାନ ! ଭୋଗିପାରନ୍ତି ଏହି ପରିଣାମ

ବ୍ୟସ୍ତବହୁଳ ଜୀବନ ମଧ୍ୟରେ ଭଲରେ ଦୁଇ ଗୁଣ୍ଡା ଖାଇବାକୁ ବି ଲୋକଙ୍କ ପାଖରେ ତର ନାହିଁ। ତରବରିଆ ଭାବରେ ଆମେ ଖାଦ୍ୟକୁ ନଚୋବାଇ ଶୀଘ୍ର ଶୀଘ୍ର ଗିଳିଦିଅନ୍ତି । ତେବେ ଏହା ଦେହ ପ୍ରତି କେତେ କ୍ଷତିକାରକ ଆପଣ ଜାଣନ୍ତି କି ?

ଏକ ଅନୁଧ୍ୟାନରୁ ଜଣାଯାଇଛି ଯେ ନଚୋବାଇ ଖାଉଥିବା ବ୍ୟକ୍ତିଙ୍କ ଓଜନ ଚୋବାଇ ଧୀରେ ଧୀରେ ଖାଉଥିବା ବ୍ୟକ୍ତିଙ୍କ ଓଜନ ତୁଳନାରେ ଅଧିକ ହୋଇଥାଏ।

ହଜମ ପ୍ରକ୍ରିୟା ନିୟନ୍ତ୍ରଣରେ ରହେ: ଡେରି ଯାଏଁ ଚୋବାଇବା ଦ୍ବାରା ପାଟିରେ ଲାଳ ସୃଷ୍ଟି ହୋଇଥାଏ ଯାହା ଖାଦ୍ୟକୁ ନରମ କରି ଭାଙ୍ଗିବାରେ ସାହାଯ୍ୟ କରିଥାଏ ଏବଂ କାର୍ବୋହାଇଡ୍ରେଟସ ଏବଂ ଫ୍ୟାଟସକୁ ଅଲଗା କରିଥାଏ । ଏହା ଦ୍ବାରା ପାଚନ ପ୍ରକ୍ରିୟା ଠିକ୍ ଭାବରେ ହୋଇଥାଏ।

ଦାନ୍ତରେ ଗର୍ତ୍ତ ହେବାକୁ ରୋକିଥାଏ: ଖାଦ୍ୟକୁ ଭଲ ଭାବେ ଚୋବାଇ ଖାଇବା ଦ୍ବାରା ଦାନ୍ତ ସନ୍ଧିରେ ଖାଇବା ଅଂଶ ପଶିପାରିନଥାଏ। ଏହା ଦ୍ବାରା ନିଃଶ୍ବାସରେ ଦୁର୍ଗନ୍ଧ ଏବଂ କ୍ୟାଭିଟିରୁ ମୁକ୍ତି ମିଳିଥାଏ।

ଓଜନ କମିଥାଏ: ଭୋଜନ ଚୋବାଇ ଖାଇବା ଦ୍ବାରା ପେଟରେ ରସାୟନର ସ୍ରାବ ହୋଇଥାଏ ଯାହା ଦ୍ବାରା ଖାଦ୍ୟ ଭଲଭାବେ ହଜମ ହୋଇଯାଇଥାଏ। ଶୀଘ୍ର ଭୋକ ମଧ୍ୟ ଲାଗିନଥାଏ ଏବଂ ଓଜନ ନିୟନ୍ତ୍ରଣରେ ରହିଥାଏ।

ବ୍ୟାକ୍ଟେରିଆ ସୃଷ୍ଟି ହୋଇନଥାଏ: ଖାଦ୍ୟକୁ ଭଲଭାବେ ଚୋବାଇ ଖାଇବା ଦ୍ବାରା ପାଟିରେ ଥିବା ବ୍ୟାକ୍ଟେରିଆ ନଷ୍ଟ ହୋଇଯାଇଥାଏ। ଡେରି ପର୍ଯ୍ୟନ୍ତ ଖାଇବା ଦ୍ବାରା ପାଟିରେ ଲାଳ ସୃଷ୍ଟି ହୋଇଥାଏ ଏବଂ ଏହା ବ୍ୟାକ୍ଟେରିଆ ସଂକ୍ରମଣକୁ ରୋକିଥାଏ।

Get real time updates directly on you device, subscribe now.