fbpx

ଚେନ୍ ଝାମ୍ପି ନେଇ ଗିଳି ଦେଲା ଚୋର, ଏକ୍ସରେ ପରେ ଜଣା ପଡିଲା ସତ, ପେଟରେ ଥିଲା ଚେନ୍‌

ନୂଆଦିଲ୍ଲୀ : ବେକରୁ ଚେନ୍ ଝାମ୍ପିବା ଘଟଣା କିଛି ନୂଆ ନୁହେଁ । ଏଭଳି ବହୁତ ଘଟଣା ପ୍ରତିଦିନ ଘଟେ । ତେବେ ଏଥିରେ କ’ଣ ନୂଆ ଅଛି ଆମେ ଆପଣକୁ କହିବୁ … ନିଶ୍ଚର୍ଯ୍ୟ ମନରେ ଏହି ପ୍ରଶ୍ନ ଅସୁଥିବ ।

ଏଥିରେ ନୂଆ ହେଲା , ଗିରଫରୁ ବଞ୍ଚିବା ପାଇଁ ଜଣେ ଚୋର ଅଜବ କାଣ୍ଡ କରିଛି । ବେକରୁ ଚେନ୍ ଝାମ୍ପିବା ପରେ ତାହାକୁ ଗିଳି ଦେଲା । ଧରାପଡିଲା ପରେ ମଧ୍ୟ ସେ ମାନିଲାନି । ଚେନ୍ ଝାମ୍ପିଛି ବୋଲି କ’ଣ ପ୍ରମାଣ ଅଛି ଓଲଟା ପ୍ରଶ୍ନ କରିଥିଲା ।

ଯାଞ୍ଚ କରିବା ପରେ ତା ପାଖରୁ କିଛି ମିଳି ନ ଥିଲା କିନ୍ତୁ ପୋଲିସ ମାନି ନଥିଲା । ତାକୁ ହସ୍ପିଟାଲ ନେଇ ଏକ୍ସରେ କରିବା ପାରେ ସତ ପଦାକୁ ଆସିିଲା । ଏକ୍ସରେ ରିପୋର୍ଟରେ ତା’ ପେଟରେ ଚେନ୍ ଥିବା ଦେଖବାକୁ ମିଳିଥିଲା । ୨୩ ଏପ୍ରିଲ ରବିବାର ଦିନ ଏହି ଘଟଣା ଘଟିଛି ।

Get real time updates directly on you device, subscribe now.