fbpx

ତ୍ରିପୁରାର ପ୍ରଥମ ପଦ୍ମଶ୍ରୀ ବିଜେତା ହିମାଂଶୁ ମୋହନ ଚୌଧରୀଙ୍କ ପରଲୋକ

ନୂଆଦିଲ୍ଲୀ: ତ୍ରିପୁରାର ପ୍ରଥମ ପଦ୍ମଶ୍ରୀ ବିଜେତା ହିମାଂଶୁ ମୋହନ ଚୌଧରୀଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ହିମାଂଶୁଙ୍କୁ ୮୩ ବର୍ଷ ବୟସ ହୋଇଥିଲା । ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିବା ଜଣାପଡ଼ିଛି । ବୟସାଧିକ୍ୟ କାରଣରୁ ସେ କିଛିଦିନ ଧରି ଅନେକ ରୋଗରେ ପୀଡ଼ିତ ଥିଲେ । ମୃତ୍ୟୁ ସମୟରେ ତାଙ୍କ ନିକଟରେ ଦୁଇ କନ୍ୟା ଓ ଅନେକ ଶୁଭେଚ୍ଛୁ ଉପସ୍ଥିତ ରହିଥିଲେ ।

ହିମାଂଶୁ ବାଂଲାଦେଶରେ ଚାଲିଥିବା ମୁକ୍ତି ସଂଗ୍ରାମ ଅବସରେ ସିଭିଲ ସେବା ଅଧିକାରୀ ଭାବେ ନିଜର ଦାୟିତ୍ୱ ସୁଚାରୁରୂପେ ସମ୍ପାଦନ କରିଥିଲେ । ଏଥିପାଇଁ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା । ୪ ବର୍ଷ ପୂର୍ବରୁ ତାଙ୍କର ଧର୍ମପତ୍ନୀ ଆରପାରିକୁ ଚାଲିଯାଇଥିଲେ । ଗତ ୧୯୭୧ ମସିହା ମାର୍ଚ୍ଚ ମାସରେ ପାକିସ୍ତାନ ସେନା ଦ୍ୱାରା ଆକ୍ରମଣ ପରେ ଲକ୍ଷାଧିକ ଲୋକ ପୂର୍ବ-ଉତ୍ତର ରାଜ୍ୟ ତ୍ରିପୁରାକୁ ପଳାୟନ କରିଥିଲେ ।

ତେବେ ଏହି ସମୟରେ ପଡ଼ୋଶୀ ଦେଶରୁ ଚାଲି ଆସିଥିବା ଲକ୍ଷ ଲକ୍ଷ ଶରଣାର୍ଥୀଙ୍କୁ ବାସସ୍ଥାନ ଓ ଭୋଜନ ଯୋଗାଇଦେବା ପାଇଁ ହିମାଂଶୁଙ୍କୁ ଦାୟିତ୍ୱ ଦିଆଯାଇଥିଲା । ତେବେ ହିଂମାଂଶୁଙ୍କ ମୃତ୍ୟୁ ଖବର ଶୁଣିବା ପରେ ତ୍ରିପୁରା ମୁଖ୍ୟମନ୍ତ୍ରୀ ମାନିକ ସାହା ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ବାଂଲାଦେଶ ମୁକ୍ତି ସଂଗ୍ରାମ ଚାଲିଥିବା ସମୟରେ ହିମାଂଶୁ ତ୍ରିପୁରାର ସିପାହୀ ଜିଲ୍ଲାର ସୁନପୁରା ଉପଖଣ୍ଡର ଉପବିଭାଗୀୟ ଅଧିକାରୀ ଭାବେ କାର୍ଯ୍ୟରତ ଥିଲେ । ପାକିସ୍ତାନ ସେନା କବଳରୁ ନିଜର ଜୀବନ ବଞ୍ଚାଇବା ପାଇଁ ଲକ୍ଷ ଲକ୍ଷ ବାଂଲାଦେଶୀ ନାଗରିକ ତ୍ରିପୁରାରେ ଶରଣ ନେଇଥିଲେ ।

Get real time updates directly on you device, subscribe now.