fbpx

ବିପିନ କୁମାର ରାଉତରାୟ ଗିରଫ: ନିଜକୁ ଭୂତ, ପ୍ରେତଙ୍କ ସଭାପତି କହୁଥିଲେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ମାସ ୧୦ ତାରିଖରେ ରାଜ୍ୟର ଝାରସୁଗୁଡ଼ା ବିଧାନସଭା ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବ । ଏନେଇ ରାଜ୍ୟର ସମସ୍ତ ରାଜନୈତିକ ଦଳମାନେ ନିଜ ନିଜର ପ୍ରଚାର ଅଭିଯାନରେ ବ୍ୟସ୍ତ ରହିଥିବା ବେଳେ ନିକଟରେ ଜଣେ ଆଧ୍ୟାତ୍ମିକ ବାବାଙ୍କ କାରନାମାକୁ ନେଇ ଚାରିଆଡ଼େ ବେଶ୍ ଚର୍ଚ୍ଚା ହେଉଥିଲା । ରାଜ୍ୟର ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ନେଇ ଏହି ବାବା ଜଣଙ୍କ ମନ୍ତବ୍ୟ ଦେଇ ଚାଲିଥିଲେ ।

ତେବେ ଏହି ବାବା ବିପିନ କୁମାର ରାଉତରାୟ ନିଜକୁ ଭୂତଙ୍କ ସଭାପତି ବୋଲି ପରିଚୟ ଦେଉଥିଲେ । ଏକ ପୁରୁଣା ମାମଲାରେ ବିପିନଙ୍କୁ ପୋଲିସ ଗିରଫ କରିଛି । ତାଙ୍କ ନାମରେ ପୂର୍ବରୁ ପୋଲିସରେ ୩ଟି ୱାରେଣ୍ଟ ରହିଥିବା ବେଳେ ସେ ପୂର୍ବରୁ ପୋଲିସକୁ ଚକମା ଦେଇ ଚାଲିଥିଲେ । ମାତ୍ର ଆଜି ବିପିନଙ୍କୁ ପୋଲିସ ଗିରଫ କରିଥିବା ଜଣାପଡ଼ିଛି । ବିପିନ ନିଜକୁ ଭୂତ, ପ୍ରେତଙ୍କର ସଭାପତି କହିବା ସହ ଅନେକ କାହାଣୀ କହୁଥିଲେ ।

ସୂଚନାଯୋଗ୍ୟ ଯେ, ବିପିନଙ୍କ ଘର ରାଜଧାନୀ ଭୁବନେଶ୍ୱର ନିକଟସ୍ଥ ଭରତପୁର ଅଞ୍ଚଳରେ । ସେ ବିଜ୍ଞାନକୁ କ୍ଷଣସ୍ଥାୟୀ କହିବା ସହ ଏହା ପରିବର୍ତ୍ତନଶୀଳ ଓ ଏଥିରେ ବାସ୍ତବତା ନଥିବା କହୁଥିଲେ । ସେ ନିଜକୁ ଭୂତଙ୍କ ସଭାପତି କହିବା ସହ ସେ ପ୍ରେତମାନଙ୍କୁ ସାହାଯ୍ୟ କରନ୍ତି ବୋଲି କହୁଥିଲେ । ତାଙ୍କ ପ୍ରେତ ସଂଘରେ ୪୦ ଲକ୍ଷ ସଦସ୍ୟ ରହିଥିବା ବଳେ ନିକଟରେ ରୁଷିଆରୁ ପୁଟିନ ନାମକ ଜଣେ ପ୍ରେତ ଆସିଥିବା କହିଥିଲେ । ତେବେ ଏହି ପରବର୍ତ୍ତୀ ନମ୍ବର ନବ ଦାସଙ୍କର ବୋଲି ବିପିନ ଦାବି କରିଥିଲେ । ପ୍ରେତମାନେ ତାଙ୍କ ନିକଟରେ ବସିବା ସହ ସୁଖ, ଦୁଃଖ ଶେୟାର କରନ୍ତି ବୋଲି ମଧ୍ୟ କହିଥିଲେ ।

Get real time updates directly on you device, subscribe now.