ଚାକିରି ଖୋଜୁଥିବା ସମସ୍ତ ଯୁବକ, ଯୁବତୀଙ୍କ ପାଇଁ ଏକ ଖୁସି ଖବର । କେନ୍ଦ୍ର ସରକାରଙ୍କ ରେଳ ବିଭାଗ ପକ୍ଷରୁ ଏକ ବଢ଼ିଆ ନିଯୁକ୍ତି ସୁଯୋଗ ଆସିଛି । ପୂର୍ବତଟ ରେଳପଥ ଭୁବନେଶ୍ୱର ପକ୍ଷରୁ ଏକାଧିକ ପଦରେ ନିଯୁକ୍ତି ପାଇଁ ବିଜ୍ଞାପନ ଜାରି କରାଯାଇଛି । ପ୍ରାର୍ଥୀଙ୍କୁ ଆସନ୍ତା ମାସ ୧୭ ତାରିଖ ସୁଦ୍ଧା ସେମାନଙ୍କର ଆବେଦନ ପତ୍ର ଅଫଲାଇନ୍ ମୋଡ଼ରେ ପଠାଇବାକୁ ପଡ଼ିବ ।
ପ୍ରାର୍ଥୀଙ୍କୁ ଉଭୟ ଗ୍ରୁପ-ସି ଓ ଗ୍ରୁପ-ଡି ପଦରେ ନିଯୁକ୍ତି ଦିଆଯିବ । ପ୍ରାର୍ଥୀଙ୍କର ବୟସ ଯୋଗ୍ୟତା ଚଳିତ ବର୍ଷ ଜୁଲାଇ ମାସ ୧ ତାରିଖ ସୁଦ୍ଧା ହିସାବକୁ ନିଆଯିବ । ଗ୍ରୁପ-ସି ପଦ ପାଇଁ ୟୁଆର ପ୍ରାର୍ଥୀଙ୍କ ବୟସ ଯୋଗ୍ୟତା ୧୮-୩୦ ବର୍ଷ, ଓବିସି ପ୍ରାର୍ଥୀଙ୍କ ବୟସ ଯୋଗ୍ୟତା ୧୮-୩୩ ବର୍ଷ ଓ ଏସସି / ଏସଟି ପ୍ରାର୍ଥୀଙ୍କ ବୟସ ଯୋଗ୍ୟତା ୧୮-୩୫ ବର୍ଷ ରହିଛି । ସେହିପରି ଗ୍ରୁପ-ଡି ପଦ ପାଇଁ ୟୁଆର ପ୍ରାର୍ଥୀଙ୍କ ବୟସ ଯୋଗ୍ୟତା ୧୮-୩୩ ବର୍ଷ, ଓବିସି ପ୍ରାର୍ଥୀଙ୍କ ବୟସ ଯୋଗ୍ୟତା ୧୮-୩୬ ବର୍ଷ ଓ ଏସସି / ଏସଟି ପ୍ରାର୍ଥୀଙ୍କ ବୟସ ଯୋଗ୍ୟତା ୧୮-୩୮ ବର୍ଷ ରହିଛି ।
ଲେବଲ-୨ ପଦ ପାଇଁ ପ୍ରାର୍ଥୀ ଯୁକ୍ତ ଦୁଇରେ ୫୦ ପ୍ରତିଶତ ମାର୍କ ରଖିବା ସହିତ ଆଇଟିଆଇ ପାସ୍ କରିଥିବେ । ସେହିପରି ଲେବଲ-୧ ପଦ ପାଇଁ ପ୍ରାର୍ଥୀ ମାଟ୍ରିକ ପାସ୍ କରିବା ସହ ଆଇଟିଆଇ ପାସ୍ କରିଥିବା ଆବଶ୍ୟକ । ପ୍ରାର୍ଥୀଙ୍କୁ ୫୦୦ ଟଙ୍କାର ଆବେଦନ ଫିସ୍ ଦାଖଲ କରିବାକୁ ପଡ଼ିବ । ଏସସି / ଏସଟି/ ଏକ୍ସସର୍ଭିସମ୍ୟାନ /ମହିଳା ପ୍ରାର୍ଥୀଙ୍କ ପାଇଁ ୨୫୦ ଟଙ୍କା ରହିଛି । ଲିଖିତ ପରୀକ୍ଷାରେ ଉପସ୍ଥିତ ହେବା ପରେ ପ୍ରାର୍ଥୀଙ୍କୁ ସେମାନଙ୍କର ଅର୍ଥ ଫେରସ୍ତ କରାଯିବ ।
ନୋଟିଫିକେସନ ଲିଙ୍କ: https://www.rrcbbs.org.in/Notification%20Scout%20Guide%202022-23.pdf
ୱେବସାଇଟ୍ ଲିଙ୍କ: https://www.rrcbbs.org.in/