fbpx

କାର୍‌ କିମ୍ବା ବାଇକ କିଣିବାକୁ ଚାହୁଁଥିବା ଲୋକଙ୍କ ପାଇଁ ଖୁସି ଖବର , ଓଡ଼ିଶାରେ ଶସ୍ତା ହେଲା ଏହାର ଦାମ୍ !

ଭୁବନେଶ୍ୱର: କାର୍‌ କିମ୍ବା ବାଇକ କିଣିବାକୁ ଚାହୁଁଥିବା ଲୋକଙ୍କ ପାଇଁ ଆସିଛି ବଡ଼ ଖୁସି ଖବର । ରାଜ୍ୟରେ ଶସ୍ତା ହେଲା ଗାଡ଼ିର ଦାମ । ବାଇକ୍‌ ୨୦ ହଜାର ଟଙ୍କା ଓ କାର୍‌ ଦେଢ଼ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଶସ୍ତାରେ ମିଳୁଛି । ରାଜ୍ୟ ସରକାର ଇଭି ସବ୍‌ସିଡି ଘୋଷଣା କରିବା ପରେ କମ୍‌ ଦରରେ କାର୍‌ ବାଇକ ବିକ୍ରି ଆରମ୍ଭ ହୋଇ ଯାଇଛି । ଏନେଇ ଆଜି ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଗାଡ଼ି କିଣିବାକୁ ଚାହୁଁଥିଲେ ନିଶ୍ଚିତ ଏ ଖବର ପଢ଼ନ୍ତୁ ଆପଣ ଲାଭରେ ରହିବେ ।ଇଲେକ୍ଟ୍ରିକ ଭେହିକଲ୍‌ ବା ବ୍ୟାଟେରୀ ଚାଲିତ ଯାନର ବ୍ୟବହାରକୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟ ସରକାର ଇଭି ରିହାତି ବଢ଼ାଇଛନ୍ତି । ଦୁଇ ଚକିଆ ଗାଡ଼ି କିଣୁଥିଲେ ୨୦ ହଜାର ଯାଏ ଓ ଚାରି ଚକିଆ ଗାଡ଼ି କିଣୁଥିଲେ ଦେଢ଼ ଲକ୍ଷ ପର୍ଯ୍ୟନ୍ତ ରିହାତି ମିଳିବ । ଏନେଇ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଇ-ବାଇକ୍‌ରେ ୧ କିଲୋୱାଟ୍ ବ୍ୟାଟେରୀ ପିଛା ୫ ହଜାର ଟଙ୍କା ହିସାବରେ ସର୍ବାଧିକ ୨୦ ହଜାର ଟଙ୍କା ସବସିଡି ମିଳିବ । ସେହିଭଳି ଅଟୋ ରିକ୍ସା କ୍ଷେତ୍ରରେ ସର୍ବାଧିକ ୩୦ ହଜାର ଟଙ୍କା ଏବଂ ଇ-କାର୍‌ ପାଇଁ ୧ କିଲୋୱାଟ୍ ବ୍ୟାଟେରୀ ପିଛା ୧୦ ହଜାର ଟଙ୍କା ହିସାବରେ ସର୍ବାଧିକ ଦେଢ଼ ଲକ୍ଷ ଟଙ୍କା ସବସିଡି ଦେବେ ରାଜ୍ୟ ସରକାର । ପରିବେଶ ପ୍ରଦୂଷଣ କମ୍‌ କରିବାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଯେଉଁ ଅଭିଯାନ ଆରମ୍ଭ କରିଛନ୍ତି ସେହି କ୍ରମରେ ଏଭଳି ନିଷ୍ପତ୍ତି ନେଇଛନ୍ତି ଓଡ଼ିଶା ସରକାର ।

ପୂର୍ବରୁ ରାଜ୍ୟ ସରକାର ଇଲେକ୍ଟ୍ରିକ୍ ଭେଇକିଲ୍ ମୂଲ୍ୟରେ ୧୫ ପ୍ରତିଶତ ସବସିଡି ଦେଉଥିଲେ । ୨ ଚକିଆ କ୍ଷେତ୍ରରେ ସର୍ବାଧିକ ୫ ହଜାର ଟଙ୍କା, ୩ ଚକିଆ କ୍ଷେତ୍ରରେ ୧୦ ହଜାର ଟଙ୍କା ଏବଂ ୪ ଚକିଆ କ୍ଷେତ୍ରରେ ସର୍ବାଧିକ ୫୦ ହଜାର ଟଙ୍କା ସବସିଡି ଦେଉଥିଲେ ରାଜ୍ୟ ସରକାର । ତଥାପି ଆଶାନୁରୂପ ଇଭି ବିକ୍ରି ନ ହେବାରୁ ସରକାର ସବସିଡି ରାଶି ବୃଦ୍ଧି କରିଛନ୍ତି ।

ପେଟ୍ରୋଲ୍ ଚାଳିତ ଦୁଇଚକିଆ ଯାନ ତୁଳନାରେ ଇଲେକ୍ଟ୍ରିକ୍ ସ୍କୁଟର ପରିବେଶ ପ୍ରତି କେତେ ଲାଭଦାୟକ ତାହା ଜାଣିବା ଲାଗି ଏକ ସର୍ବେକ୍ଷଣ କରାଯାଇଥିଲା। ସେଥିରୁ ଜଣାପଡ଼ିଛି ଯେ ଏକ ଇଲେକ୍ଟ୍ରିକ୍ ସ୍କୁଟର ନିଜ ଜୀବନକାଳ ଭିତରେ ପେଟ୍ରୋଲ୍‌ ସ୍କୁଟର ତୁଳନାରେ ୩୮ ପ୍ରତିଶତ କାର୍ବନ ହ୍ରାସ କରିବ। ଖଣି ଖନନଠାରୁ ଆରମ୍ଭ କରି ବ୍ୟାଟେରି ନିର୍ମାଣ, ଗାଡ଼ି ଉତ୍ପାଦନ ଏବଂ ରିସାଇକଲିଂ ଆଦି ବିଭିନ୍ନ ବିଷୟକୁ ଏଥିପାଇଁ ବିଚାରକୁ ନିଆଯାଇଛି। ଇଣ୍ଟରନ୍ୟାସନାଲ୍ କାଉନ୍‌ସିଲ୍ ଅଫ୍ କ୍ଲିନ୍‌ ଟ୍ରାନ୍ସପୋର୍ଟ (ଆଇସିସିଟି) ପକ୍ଷରୁ କରାଯାଇଥିବା ଏହି ସର୍ବେକ୍ଷଣ ରିପୋର୍ଟକୁ ଏଥର ଏନର୍ଜି ଜାରି କରିଛି।

Get real time updates directly on you device, subscribe now.