ବୈଜ୍ଞାନିକ ଦେଲେଣି ଚେତାବନୀ: ଏହି ଦିନ ମଣିଷକୁ ଜବାବ ଦେବେ ଏଲିୟନ୍ସ, ଆଉ କେତେ ବର୍ଷ?

ନୂଆଦିଲ୍ଲୀ: ଅନ୍ୟ ଗ୍ରହ ଏବଂ ସେଠାକାର ଏଲିୟନ୍ସମାନଙ୍କୁ ନେଇ ସବୁବେଳେ ଚର୍ଚ୍ଚା ଲାଗି ରହିଛି । ସେମାନଙ୍କ ଉପରେ ସବୁବେଳେ ବୈଜ୍ଞାନିକ ମାନେ ରିସର୍ଚ୍ଚ କରୁଥିବା ବେଳେ ପ୍ରାୟତଃ କଳ୍ପନା ଜଳ୍ପନା ଚାଲିଛି । ତେବେ ଆଜି ପର୍ଯ୍ୟନ୍ତ କୌଣସି କଥାର ନିର୍ଦ୍ଦିଷ୍ଟ ସିଦ୍ଧାନ୍ତରେ ପହଞ୍ଚିପାରି ନାହାନ୍ତି । କିନ୍ତୁ ଏବେ ବୈଜ୍ଞାନିକଙ୍କର ଏକ ଚେତାବନୀ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି । ଏଲିୟନ୍ସମାନଙ୍କ ସ୍ଥିତିକୁ ନେଇ କିଛି ମାତ୍ରାରେ ତଥ୍ୟ ସଂଗ୍ରହ କରାଯାଇଛି ।

ସୂଚନା ଅନୁସାରେ, ଗୋଟିଏ ଅଧ୍ୟୟନରୁ ବୈଜ୍ଞାନିକମାନେ ଏଲିୟନ୍ସ ବିଷୟରେ ଏକ ବଡ କଥା କହିଛନ୍ତି । ଆମ ଗ୍ରହରୁ ପଠାଯାଉଥିବା ମେସେଜ ବା ସନ୍ଦେଶର ସେମାନେ ମଧ୍ୟ ଜବାବ ଦେଇଥାନ୍ତି । ତେବେ ଏହି ସନ୍ଦେଶ ପୃଥିବୀ ପୃଷ୍ଠକୁ ଆସିବା ପାଇଁ ୨୭ ବର୍ଷ ସମୟ ଲାଗେ । ତେବେ ମଣିଷଙ୍କ ସନ୍ଦେଶ ଏଲିୟନ୍ସମାନଙ୍କ ନିକଟରେ ପହଞ୍ଚି ଥିଲେ ମଧ୍ୟ ସେମାନଙ୍କର ମେସେଜ ପହଞ୍ଚିବା ପାଇଁ ୨୭ ବର୍ଷ ଲାଗିପାରେ । ସେମାନେ କହିଛନ୍ତି ଯେ, ବିଶ୍ବ ବ୍ରହ୍ମାଣ୍ଡ ଖୁବ ବିଶାଳ । ତେଣୁ ଏଠାରେ ଏକ ସନ୍ଦେଶକୁ ଟ୍ରାନ୍ସଫର କରିବା ପାଇଁ ଅନେକ ଅନେକ ବର୍ଷ ଲାଗିଯାଇପାରେ ବୋଲି ବୈଜ୍ଞାନିକମାନେ ମତ ପ୍ରକାଶ କରିଛନ୍ତି ।

୪୧ ବର୍ଷ ପୂର୍ବେ ଅନ୍ତରୀକ୍ଷର ଯାଞ୍ଚ କରିବା ପାଇଁ ୧୯୭୨ ମସିହାରେ ପାୟ ନୀୟର-୧୦ ଲଞ୍ଚ କରାଯାଇଥିଲା । କିନ୍ତୁ ୨୦୧୨ ମସିହାରେ ଏହା ୧୨ ମିଲିୟନ ଦୂରରେ ଅବସ୍ଥିତ ଏକ ଡବାର୍ଫ ଷ୍ଟାର ନିକଟରେ ପହଞ୍ଚିବାରେ ସକ୍ଷମ ହୋଇଛି । ତେବେ ଏହି ଷ୍ଟାର କୌଣସି ଏଲିୟନ୍ସମାନଙ୍କ ଜୀବନ ସହିତ ଜଡିତ ରହିଛି ବୋଲି ଅନୁମାନ କରିଛନ୍ତି ବିଶିଷ୍ଟ ବୈଜ୍ଞାନିକ । ତେବେ ଏଲିୟନ୍ସ ଯଦି ଏହାର ଉତ୍ତର ଦେଇଥିବେ, ତେବେ ଏହାର ୨୭ ବର୍ଷ ପୂର୍ବେ ଅର୍ଥାତ୍ ୨୦୨୯ ମସିହାରେ ଏହି ସନ୍ଦେଶ ପୃଥିବୀରେ ପହଞ୍ଚିବ ।