fbpx

ନୂଆ ଟେକନିକ: ମହିଳାଙ୍କୁ ଗର୍ଭବତୀ କଲା ରୋବୋଟ, IVF ପ୍ରକ୍ରିୟାରେ ଜନ୍ମନେଲେ ୨ ଜଣ ଶିଶୁ

ନୂଆଦିଲ୍ଲୀ: ଦିନକୁ ଦିନ ବିଜ୍ଞାନ ଆଗକୁ ବଢ଼ିବାରେ ଲାଗିଛି । ଅସମ୍ଭବକୁ ସମ୍ଭବ କରିବା ନିମନ୍ତେ ବୈଜ୍ଞାନିକମାନେ କ୍ରମାଗତ ପ୍ରୟାସ ଜାରି ରଖିଛନ୍ତି । ତେବେ ଏହା ମଧ୍ୟରେ ବିଜ୍ଞାନ ଆଉ ଦୁଇ ପାଦ ଆଗକୁ ଅଗ୍ରଗତି କରିଛି । ମଣିଷର ଶୁକ୍ରାଣୁ ସହାୟତାରେ ଏଣିକି ରୋବୋଟ ମଣିଷ ଛୁଆଙ୍କୁ ଜନ୍ମ ଦେଇ ପାରିବ । ଇନ ଭିଟ୍ରୋ ଫର୍ଟିଲାଇଜେସନ (ଆଇଭିଏଫ) ପ୍ରକ୍ରିୟା ପାଇଁ ରୋବୋଟର ସହାୟତା ନିଆଯାଇଥିଲା । ଏହାପରେ ରୋବୋଟ ଦୁଇଟି ମଣିଷ ଛୁଆଙ୍କୁ ଜନ୍ମ ଦେବାରେ ସକ୍ଷମ ହୋଇ ପାରିଥିଲା । ସ୍ପେନରେ ବିଜ୍ଞାନର ଏଭଳି ଏକ ସଫଳତା ଦେଖିବାକୁ ମିଳିଛି ।

ସ୍ପେନର ଏକ ମେଡିକାଲ ସଂସ୍ଥା ଓଭରଚର ଲାଇଫ ଦ୍ୱାରା ମହିଳାଙ୍କ ଗର୍ଭରେ ରେବୋଟ ଜରିଆରେ ସ୍ପର୍ମ ରଖାଯାଇଥିଲା । ରେବୋଟକୁ ନିୟନ୍ତ୍ରଣ କରିବା ପାଇଁ ପ୍ଲେଷ୍ଟେଶନ ୫ର ଗେମିଂ କଂସୋଲର ସହାୟତା ନିଆଯାଇଥିଲା । ଏହି କାରଣରୁ ମହିଳା ଜଣଙ୍କ ଗର୍ଭଧାରଣ କରିପାରିଥିଲେ । ଏହାପୂର୍ବରୁ ଆଇଭିଏଫ ଟେକନିକରେ ଏକ୍ସପର୍ଟ ଡାକ୍ତରଙ୍କ ଦ୍ୱାରା ସ୍ପର୍ମ ଓ ଅଣ୍ଡାକୁ ମିଶାଇ ଭ୍ରୁଣକୁ ବିକଶିତ କରାଯାଉଥିଲା । ମାତ୍ର ଏବେ ଏହି କାମ ରୋବୋଟ କରିବ । ସାଧାରଣ ଭାବେ ଆଇଭିଏଫ ଚିକିତ୍ସାର ମୂଲ୍ୟ ପାଖାପାଖି ୫ ଲକ୍ଷ ରହିଥାଏ । ମାତ୍ର ଏହି ସଫଳତାର କୌଣସି ଗ୍ୟାରେଣ୍ଟି ନଥାଏ ।

ସେଥିପାଇଁ ଆଇଭିଏଫ ମାଧ୍ୟମରେ ଛୁଆ ସୃଷ୍ଟି କରୁଥିବା କମ୍ପାନୀ ଓ ହସ୍ପିଟାଲଗୁଡ଼ିକ ଏକ ଶସ୍ତା ଟେକ୍ନୋଲୋଜିର ସନ୍ଧାନ କରୁଥିଲେ । ଖର୍ଚ୍ଚ କମ୍ କରିବା ପାଇଁ ଏହି ନୂଆ ଟେକନିକ ଉପରେ କ୍ରମାଗତ ଭାବେ କାମ ଚାଲିଥିଲା । ଏଣିକି ଯେଉଁ ଦମ୍ପତ୍ତି ପିତାମାତା ହେବାରୁ ବଞ୍ଚିତ ହୋଇଛନ୍ତି ସେମାନେ ଏବେ ବହୁତ ସହଜରେ ଓ କମ୍ ଖର୍ଚ୍ଚରେ ଆଇଭିଏଫ ମାଧ୍ୟମରେ ପିତାମାତା ହୋଇ ପାରିବେ । ରୋବୋଟ ମାଧ୍ୟମରେ ଯେଉଁ ମହିଳାମାନେ ଗର୍ଭଧାରଣ କରୁଛନ୍ତି, ସେମାନଙ୍କର ଶିଶୁ ସୁସ୍ଥ ହେଉ ସେନେଇ ବୈଜ୍ଞାନିକମାନେ ଇଚ୍ଛୁକ ରହିଛନ୍ତି ।

ତେବେ ଯେଉଁ ମହିଳାଙ୍କୁ ରୋବୋଟ ମାଧ୍ୟମରେ ଗର୍ଭବତୀ କରାଗଲା, ତାଙ୍କର ଦୁଇ ଶିଶୁଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ଠିକ୍ ରହିଛି । ତେବେ ରୋବୋଟ ଓ ଗେମିଂ କଂସୋଲ ଜରିଆରେ କୌଣସି ମହିଳାଙ୍କୁ ଗର୍ଭବତୀ କରାଇବା ନିଶ୍ଚିତ ଭାବେ ଏକ ଆଶ୍ଚର୍ଯ୍ୟଜନକ ଟେକନିକ । ମହିଳାଙ୍କ ଭ୍ରୁଣରେ ସ୍ପର୍ମ ରଖାଯିବା ପୂର୍ବରୁ ଏହି ପ୍ରକ୍ରିୟା ୧୨ ଥର ପ୍ରାକ୍ଟିସ କରାଯାଇଥିଲା । ଏହା ଏକ ଛୋଟ ସଫଳତା, ମାତ୍ର ଭବିଷ୍ୟତରେ ଏହାଠାରୁ ବଡ଼ ଉପଲବ୍ଧି ସାମ୍ନାକୁ ଆସିବ ବୋଲି ବୈଜ୍ଞାନିକମାନେ ଆଶାବାଦୀ ରହିଛନ୍ତି ।

Get real time updates directly on you device, subscribe now.