ସମସ୍ତ ଚାକିରି ଆଶାୟୀଙ୍କ ପାଇଁ ଏକ ବଡ଼ ଖୁସି ଖବର । ଭାରତୀୟ ରେଳବାଇ ପକ୍ଷରୁ ଅନେକ ପଦ ପାଇଁ ବିଜ୍ଞାପନ ବାହାରିଛି । ମୋଟ ୫୪୮ ଜଣ ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯିବ । ସାଉଥ ଇଷ୍ଟ ସେଣ୍ଟ୍ରାଲ ରେଲୱେ ଅଧିନରେ ବିଲାସପୁର ଡିଭିଜନ ପକ୍ଷରୁ ଏହି ନିଯୁକ୍ତି ସୁଯୋଗ ଆସିଛି । ପ୍ରାର୍ଥୀଙ୍କୁ ଚଳିତ ମାସ ୩ ତାରିଖରୁ ଆସନ୍ତା ମାସ ୩ ତାରିଖ ମଧ୍ୟରେ ଅନଲାଇନ୍ ମୋଡ଼ରେ ଆବେଦନ କରିବାକୁ ପଡ଼ିବ ।
ଚଳିତ ବର୍ଷ ଜୁଲାଇ ମାସ ୧ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କର ବୟସ ୧୫ରୁ ୨୪ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ । ଏସସି / ଏସଟି / ଓବିସି / ପିଡବ୍ଲ୍ୟୁଡି ପ୍ରାର୍ଥୀଙ୍କ ପାଇଁ ନିୟମ ଅନୁଯାୟୀ ରିହାତି ସୁବିଧା ରହିଛି । ପ୍ରାର୍ଥୀ ଯୁକ୍ତ ଦୁଇ ଷ୍ଟ୍ରିମ ଅଧିନରେ ମାଟ୍ରିକ ପାସ କରିବା ସହିତ ପ୍ରାସଙ୍ଗିକ ଟ୍ରେଡରେ ଆଇଟିଆଇ ପାସ୍ କରିଥିବେ । ଯୋଗ୍ୟ ପ୍ରାର୍ଥୀଙ୍କୁ କାର୍ପେଣ୍ଟର, କୋପା, ଡ୍ରାଫ୍ଟସମ୍ୟାନ, ଇଲେକ୍ଟ୍ରିସିଆନ, ମେସିନିଷ୍ଟ, ପେଣ୍ଟର, ପ୍ଲମ୍ବର, ମେକାନିକ, ଷ୍ଟେନୋ (ଇଂରାଜୀ ଓ ହିନ୍ଦି), ଟର୍ଣ୍ଣର ଓ ୱେଲଡର ପଦରେ ନିଯୁକ୍ତି ଦିଆଯିବ ।
ପ୍ରାର୍ଥୀମାନେ ମାଟ୍ରିକ ଓ ଆଇଟିଆଇରେ ସର୍ବାନିମ୍ନ ୫୦ ପ୍ରତିଶତ ମାର୍କ ରଖିଥିବା ଜରୁରୀ । ପ୍ରାର୍ଥୀମାନେ ଶିକ୍ଷାଗତ ଯୋଗ୍ୟତା ବିଭାଗରେ ଅନଲାଇନରେ ସେମାନଙ୍କର ମାର୍କ ପୂରଣ କରିବା ଆବଶ୍ୟକ, ନଚେତ୍ ସେମାନଙ୍କର ଆପ୍ଲିକେସନ ଅଟୋମେଟିକ୍ ରିଜେକ୍ଟ ହୋଇଯିବ । ପ୍ରାର୍ଥୀଙ୍କୁ କୌଣସି ଟ୍ରାଭେଲିଂ ଆଲାଉନ୍ସ / ଡେଲି ଆଲାଉନ୍ସ ପ୍ରଦାନ କରାଯିବ ନାହିଁ ।
ଅନଲାଇନ୍ ରେଜିଷ୍ଟ୍ରେସନ ଲିଙ୍କ ଲିଙ୍କ: https://www.apprenticeshipindia.gov.in/candidate-registration
ଅନଲାଇନ୍ ଲଗ୍ ଇନ୍ ଲିଙ୍କ: https://www.apprenticeshipindia.gov.in/login
ନୋଟିଫିକେସନ ଲିଙ୍କ: https://secr.indianrailways.gov.in/uploads/files/1683115271054-ACT%20APPR%20NOTIFICATION%20ENG%20%20N%20HINDI.pdf
ଅଫିସିଆଲ ୱେବସାଇଟ୍ ଲିଙ୍କ: https://secr.indianrailways.gov.in/