fbpx

କରୋନାରୁ ସୁସ୍ଥ ହେଉଥିବା ରୋଗୀଙ୍କ ରକ୍ତ ଲିଟର ପିଛା ୧୦ ଲକ୍ଷ

କରୋନାକୁ ନେଇ ସାରା ବିଶ୍ୱରେ ଭୟାଭହ ପରିସ୍ଥିତି ଦେଖିବାକୁ ମିଳୁଛି । ବର୍ତ୍ତମାନ ସୁଦ୍ଧା ଏହାର କୌଣସି ଟୀକା ବା ଚିକିତ୍ସା ପଦ୍ଧତି ବାହାରି ନଥିଲେ ବି କରୋନାରୁ ସୁସ୍ଥ ହେଉଥିବା ରୋଗୀର ରକ୍ତରୁ ଅନ୍ୟ ଆକ୍ରାନ୍ତଙ୍କୁ ବଞ୍ଚାଇବାର ଚେଷ୍ଟା ଚାଲିଛି । କିନ୍ତୁ ଏହି ପ୍ଲାଜମା ଥେରେପି ଦ୍ୱାରା ଜୀବନ ପ୍ରତି ବିପଦ ରହିଛି । ଅନ୍ୟପଟେ କିଛି ଲୋକ ଇଣ୍ଟରନେଟ୍ ମାଧ୍ୟମରେ ଅବୈଧ ଭାବେ କରୋନାରୁ ସୁସ୍ଥ ହେଉଥିବା ରୋଗୀର ରକ୍ତ ବିକ୍ରି କରିବାରେ ଲାଗିଛନ୍ତି । ଏଏନୟୁ ଦ୍ୱାରା ଖୁଲାସା ହୋଇଛି ଯେ, କିଛି ଲୋକ ଏହାକୁ ନେଇ ବ୍ୟବସାୟ କରିବାରେ ଲାଗିଛନ୍ତି । ଅନ୍ୟ ଦେଶରୁ ଏହାକୁ କିଣି ସେମାନେ ବିଦେଶରେ ଡେଲିଭରୀ କରୁଛନ୍ତି ।

ଡେଲୀ ମେଲ ରିପୋର୍ଟ ମୁତାବକ, ସାରା ଜୀବନ ପାଇଁ କରୋନାରୁ ମୁକ୍ତି ହେବାର ଦାବି କରି କିଛି ଲୋକ ଏହି ରକ୍ତକୁ ଲକ୍ଷ ଲକ୍ଷ ଟଙ୍କାରେ ବିକ୍ରି କରୁଛନ୍ତି । ଏକ ଲିଟର ପିଛା ୧୦ ଲକ୍ଷ ଟଙ୍କା ରହିଥିବା ଜଣାପଡିଛି । ରକ୍ତ ସହିତ ଅବୈଧ ଭାବେ ମାସ୍କ ଓ ଟେଷ୍ଟ କିଟ୍ ଓ ଅନ୍ୟାନ୍ୟ ଚିକିତ୍ସା ଉପକରଣ ଚଢା ଦରରେ ବିକ୍ରି ହେଉଛି ।

Get real time updates directly on you device, subscribe now.