fbpx

ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା, ୮କିମି ବେଗରେ କରୁଛି ଗତି

ଭୁବନେଶ୍ୱର: ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ବାତ୍ୟା ‘ମୋକା’ । ବାତ୍ୟା ‘ମୋକା’ର ରୂପ ନେଲା ସକ୍ରିୟ ଗଭୀର ଅବପାତ । ବର୍ତ୍ତମାନ ୮କିମି ବେଗରେ ଗତି କରୁଛି ବାତ୍ୟା । ଆଜି ମଧ୍ୟରାତ୍ରି ସୁଦ୍ଧା ଭୀଷଣ ବାତ୍ୟାର ରୂପ ନେବ ମୋକା ।

ତେବେ ଆସନ୍ତାକାଲି କେନ୍ଦ୍ରୀୟ ବଙ୍ଗୋପସାଗରରେ ଅତି ଭୀଷଣ ବାତ୍ୟା ହେବ । ଏହା ପ୍ରଭାବରେ ୧୩ରୁ ସାମାନ୍ୟା ଦୁର୍ବଳ ହେବ ।୧୪ରେ ୧୨୦-୧୩୦କିମି ବେଗରେ ପବନ ବହିବ ବୋଲି ସୂଚନା ମିଳିଛି ।

ଏହା ପ୍ରଥମେ ଉତ୍ତର, ଉତ୍ତର-ପଶ୍ଚିମ ଦିଗରେ ଗତି କରିବା ସହ ପରେ ବାଂଲାଦେଶ ଓ ମିଆଁମାର ଆଡକୁ ଅଗ୍ରସର ହେବ। ତେବେ ଓଡ଼ିଶାରେ ଏହାର ପ୍ରଭାବ ପଡିବ ନାହିଁ ବୋଲି ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି।

ଅନ୍ୟପଟେ ରାଜ୍ୟରେ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଅଂଶୁଘାତ ପ୍ରତି ସତର୍କତା ଅବଲମ୍ବନ କରିବା ପାଇଁ ରାଜ୍ୟ ସରକାର ପରାମର୍ଶ ଦେଇଛନ୍ତି। ପୂର୍ବାହ୍ଣ ୧୧ଟାରୁ ଅପରାହ୍ଣ ୩ଟା ମଧ୍ୟରେ ଟାଣ ଖରାକୁ ନ ଯିବାକୁ କୁହାଯାଇଛି। ସେହିଭଳି ବାହାରକୁ ଯିବାକୁ ଥିଲେ ଯଥେଷ୍ଟ ପାଣି ପିଇବା ସହ ପାଣି ବୋତଲ ଓ ଛତା ସାଥିରେ ନେବାକୁ ପରାମର୍ଶ ଦିଆଯାଇଛି । ସମସ୍ତ ସରକାରୀ ଡାକ୍ତରଖାନାରେ ଅଂଶୁଘାତ ରୋଗୀଙ୍କ ପାଇଁ ନିଶୁକ୍ଳ ଚିକିତ୍ସା ସେବା ଉପଲବ୍ଧ ରହିଛି। ଅଧିକ ସୂଚନା ପାଇଁ ସ୍ୱାସ୍ଥ୍ୟ ସହାୟତା ନମ୍ବର ୧୦୪କୁ ଯୋଗାଯୋଗ କରାଯାଇପାରିବ।

Get real time updates directly on you device, subscribe now.