fbpx
BSKY SKY
BSKY SKY

ବାଇଡେନ ସରକାର ଜାରି କଲେ ନାଗରିକତା ଅଧିନିୟମ, H-1B ଭିସା ପରିବର୍ତ୍ତନ ପାଇଁ କଲେ ଦାବି, ଜାଣନ୍ତୁ ପ୍ରବାସୀ ମାନଙ୍କ ଉପରେ ପଡିବ କେଉଁ ପ୍ରଭାବ

BSKY

ୱାଶିଂଟନ: ଆମେରିକାର ଶାସକ ଡେମୋକ୍ରାଟିକ ପାର୍ଟୀ ବୁଧବାର ଦିନ ଏକ ନାଗରିକତା ଅଧିନିୟମ ଘୋଷଣା କରିଛି । ଏହି ଅଧିନିୟମରେ ଅନ୍ୟ କଥା ଅପେକ୍ଷା ଗ୍ରୀନ କାର୍ଡ ପାଇଁ ଦେଶର କୋଟା ସମାପ୍ତ କରିବା ଏବଂ ଏଚ-୧ବି ଭିସା ପ୍ରଣାଳୀରେ ପରିବର୍ତ୍ତନ କରିବା ପାଇଁ ଅନୁମତି ମାଗିଛି । ଆମେରିକୀୟ ନାଗରିକତା ଅଧିନିୟମ ୨୦୨୩ ମହିଳା ସାଂସଦ ଲିଣ୍ଡା ସେଚେଜ ଏହି ପ୍ରସ୍ତାବ ଦେଇଛନ୍ତି ।

ଏହି ଅଧିନିୟମରେ ଆମେରିକାର ନାଗରିକତା ପାଇବାକୁ ସ୍ୱପ୍ନ ଦେଖୁଥିବା ସମସ୍ତ ୧.୧ କୋଟି ପ୍ରବାସୀମାନଙ୍କ ପାଇଁ ଏକ ରୋଡ୍ ମ୍ୟାପ୍ ପ୍ରସ୍ତୁତ କରାଯାଇଛି । ଏଥିରେ ଟିପିଏସ୍ ଧାରକ ଏବଂ କିଛି କୃଷକଙ୍କୁ ତତ୍କାଳ ନାଗରିକତା ଦେବା ପାଇଁ କୁହାଯାଇଛି ।

ଏହି ଅଧିନିୟମରେ ୫ ବର୍ଷ ପର୍ଯ୍ୟନ୍ତ ଆମେରିକାରେ ରହୁଥିବା ପ୍ରବାସୀମାନେ ଯେଉଁମାନେ ପୃଷ୍ଟଭୂମୀର ତଦନ୍ତ ଅତିକ୍ରମ କରିଛନ୍ତି ଏବଂ କର ଗୁଡିକ ଠିକ୍ ଭାବେ ଦେଉଛନ୍ତି ସେହି ମାନଙ୍କୁ ଦେଶର ନାଗରିକତା ଦେବା କଥା ମଧ୍ୟ କୁହାଯାଇଛି । ଏହି ଅଧିନିୟମରେ ଦେଶରେ କୋଟାକୁ ସମାପ୍ତ କରିି ରୋଜଗାର ଭିତ୍ତିକ ଇମିଗ୍ରେସନ ସିଷ୍ଟମକୁ ପରିବର୍ତ୍ତନ କରିବା ପାଇଁ ପ୍ରସ୍ତାବ ଦିଆଯାଇଛି ।

Get real time updates directly on you device, subscribe now.