fbpx

ଗୋଟିଏ ବିଲ୍ଡିଂର ୪୧ ଜଣ କରୋନା ସଂକ୍ରମିତ

ଦେଶରେ ଲକ୍-ଡାଉନ ଲାଗୁ ପରେ ବି କରୋନା ସଂକ୍ରମଣ କମିବା ପରିବର୍ତ୍ତେ ବଢିବାରେ ଲାଗିଛି । ରାଜଧାନୀ ଦିଲ୍ଲୀରେ ମଧ୍ୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢିଯାଇଥିବା ବେଳେ କାପସହେଡାର ଗୋଟିଏ ବିଲ୍ଡିଂରେ ଏକାଥରେ ୪୧ ଲୋକ କରୋନାରେ ଚିହ୍ନଟ ହୋଇଛନ୍ତି । ତେବେ ଦିଲ୍ଲୀର କାପସହେଡାର ଗୋଟିଏ ଘରେ ଏକ କରୋନା ମାମଲା ସାମାନକୁ ଆସିଥିଲା । ଜନବହୁଳକୁ ଦୃଷ୍ଟିରେ ରଖି ୧୯ ଏପ୍ରିଲରେ ଏହି ଅଞ୍ଚଳକୁ ସିଲ୍ କରିଥିଲା ପ୍ରଶାସନ । ଏହା ପରେ ୨୦ ଏପ୍ରିଲରେ ୯୫ ଲୋକଙ୍କ ନମୁନା ଓ ୨୧ ଏପ୍ରିଲରେ ୮୦ ଲୋକଙ୍କ ନମୁନା ପରୀକ୍ଷା ପାଇଁ ଏନଆଇବିକୁ ପଠାଯାଇଥିଲା । ମୋଟ୍ ୧୭୫ ଲୋକଙ୍କ ନମୁନାରୁ ଆଜି ୬୭ ଜଣଙ୍କର ରିପୋର୍ଟ ଆସିଛି, ଯେଉଁଥିରୁ ୪୧ ଜଣଙ୍କୁ କରୋନା ହୋଇଥିବା ଜଣାପଡିଛି ।

Get real time updates directly on you device, subscribe now.